ETV Bharat / bharat

କୋଲକାତା ଯାଉଥିବା ଏୟାର ଏସିଆ ବିମାନର ଲକ୍ଷ୍ନୌରେ ଜରୁରୀ ଅବତରଣ

କୋଲକାତା ଯାଉଥିବା ଏୟାର ଏସିଆ ବିମାନ ଲକ୍ଷ୍ନୌରେ ଜରୁରୀ ଅବତରଣ । ଉଡାଣ ସମୟରେ ପକ୍ଷୀ ମାଡ ହେବାରୁ ବିମାନ ଜରୁରୀ ଅବତରଣ କରିଥିବା ସୂଚନା । ଅଧିକ ପଢନ୍ତୁ

author img

By

Published : Jan 29, 2023, 5:36 PM IST

ଲକ୍ଷ୍ନୌ-କୋଲକାତା ବିମାନର ଜରୁରୀ ଅବତରଣ
ଲକ୍ଷ୍ନୌ-କୋଲକାତା ବିମାନର ଜରୁରୀ ଅବତରଣ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରୁ ଆଜି କୋଲକାତା ଅଭିମୁଖେ ଯାଉଥିବା ଏୟାର ଏସିଆ ବିମାନ ଜରୁରୀ ଅବତରଣ କରିଛି । ଲକ୍ଷ୍ନୌ ବିମାନ ବନ୍ଦରରୁ ଉଡାଣ ପରେ ବିମାନରେ ପକ୍ଷୀ ମାଡ ହେବାରୁ ଏହାକୁ ଲକ୍ଷ୍ନୌରେ ଜରୁରୀ ଅବତରଣ କରାଯାଇଛି । ଏହାପରେ ବିମାନକୁ ଭଲ ଭାବେ ଯାଞ୍ଚ କରାଯିବା ସହ ଯାତ୍ରୀମାନଙ୍କୁ ଅନ୍ୟ ବିମାନରେ କୋଲକାତା ପଠାଇବା ପାଇଁ ଏୟାରଲାଇନ୍ସ ପକ୍ଷରୁ ବ୍ୟବସ୍ଥା କରାଯାଉଛି ।

ସୂଚନା ମୁତାବକ, ଆଜି ଦିନ ପ୍ରାୟ ୧୧ଟା ବେଳେ ଲକ୍ଷ୍ନୌର ଚୌଧୁରୀ ଚରଣ ସିଂହ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଏୟାର ଏସିଆର ବିମାନ i5-319 କୋଲକାତା ଅଭିମୁଖେ ଉଡାଣ ଭରିଥିଲା । ବିମାନରେ ମୋଟ ୧୭୦ ଯାତ୍ରୀ ଥିଲେ । ଉଡାଣର କିଛି ସମୟ ପରେ ବିମାନରେ ଏକ ପକ୍ଷୀ ମାଡ ହୋଇଥିଲା । ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ପାଇଲଟ ପୁଣିଥରେ ବିମାନକୁ ଲକ୍ଷ୍ନୌ ବିମାନ ବନ୍ଦରରେ ଅବତରଣ କରିଛନ୍ତି । ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇ ଅନ୍ୟ ବିମାନରେ ପଠାଯିବାକୁ ବ୍ୟବସ୍ଥା କରାଯାଉଥିବା ଲକ୍ଷ୍ନୌ ବିମାନ ବନ୍ଦରର ମୁଖପାତ୍ର ସୂଚନା ଦେଇଛନ୍ତି ।

ଏହାପୂର୍ବରୁ ଗତ ୧୮ ତାରିଖରେ ସିଙ୍ଗାପୁରରୁ ମୁମ୍ବାଇ ଯାଉଥିବା ଭିସ୍ତାରା ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହା ଚଙ୍ଗି ବିମାନ ବନ୍ଦରରେ ଅବତରଣ କରିଥିଲା । କିଛି ଦିନ ପୂର୍ବରୁ ଅହମ୍ମଦାବାଦରୁ ଦିଲ୍ଲୀ ଯାଉଥିବା ଆକାଶ ଏୟାର ବିମାନରେ ପକ୍ଷୀ ମାଡ ହେବାରୁ ଏହାର ଯାଞ୍ଚ ଓ ରକ୍ଷଣାବେକ୍ଷଣ ପାଇଁ ଜରୁରୀ ଅବତରଣ କରାଯାଇଥିଲା । ଏହି ବିମାନଟି ୧୯୦୦ ଫୁଟ୍ ଉପରେ ଥିବାବେଳେ ପକ୍ଷୀ ମାଡ ଯୋଗୁଁ ରାଡୋମ ନଷ୍ଟ ହୋଇଯାଇଥିଲା ।

ଏହାମଧ୍ୟ ପଢନ୍ତୁ: ଦ୍ରୁତ ବେଗରେ ଆସୁଥିବା ବେଳେ ଖସିପଡିଲା ଟ୍ରେନ, 41 ମୃତ

ସେହିପରି ସପ୍ତାହକ ତଳେ ଋଷିଆ ରାଜଧାନୀ ମସ୍କୋରୁ ଗୋଆ ଆସୁଥିବା ଅଜୁର ଏୟାରର ବିମାନ(AZV2463) ବିମାନରେ ବୋମା ଥିବାର ଖବର ମିଳିବାରୁ ଏହାକୁ ଉଜବେକିସ୍ତାନରେ ଜରୁରୀ ଅବତରଣ କରାଯାଇଥିଲା । ବିମାନରେ ୨ ଜଣ ଶିଶୁ ଓ ୭ ଜଣ କ୍ରୁଙ୍କ ସମେତ ମୋଟ ୨୩୮ ଯାତ୍ରୀ ଥିଲେ । ପରେ ଯାଞ୍ଚରୁ କୌଣସି ପ୍ରକାର ସନ୍ଦିଗ୍ଧ ସାମଗ୍ରୀ ବିମାନରୁ ମିଳିନଥିଲା । ତେବେ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବା ଓ ବୋମା ଥିବା ସୂଚନା ମିଳିବା ଏବେ ସାଧାରଣ ଘଟଣା ହୋଇଗଲାଣି । ବିଗତ ଦିନରେ ମିଥ୍ୟା ବୋମା ପ୍ରଚାର ଯୋଗୁଁ ବିମାନ ଜରୁରୀ ଅବତରଣ କରିବାର ଅନେକ ନଜିର ରହିଛି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.