ETV Bharat / bharat

ପ୍ରଭୁ ମହାକାଳଙ୍କ ଦର୍ଶନ କଲେ ପ୍ରଚଣ୍ଡ, ନେପାଳରେ ଉଠିଲା ପ୍ରଶ୍ନ

author img

By

Published : Jun 2, 2023, 10:13 PM IST

ମଧ୍ୟପ୍ରଦେଶ ଉଜୈନ୍ନ ସ୍ଥିତ ପ୍ରସିଦ୍ଧ ମହାକାଳେଶ୍ବର ମନ୍ଦିରରେ ଭଗବାନ ଶିବଙ୍କ ରୁଦ୍ରାଭିଷେକ କଲେ ନେପାଳ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ । ଜାଣନ୍ତୁ ଏହାକୁ ନେଇ କାହିଁକି ନେପାଳରେ ଉଠିଲା ପ୍ରଶ୍ନ ? ଅଧିକ ପଢନ୍ତୁ

Etv Bharat
Etv Bharat

ଭୋପାଳ: 4 ଦିନିଆ ଭାରତ ଗସ୍ତରେ ଥିବା ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ପ୍ରଚଣ୍ଡ ଶୁକ୍ରବାର ମଧ୍ୟପ୍ରଦେଶ ଉଜୈନ୍ନ ସ୍ଥିତ ପ୍ରସିଦ୍ଧ ମହାକାଳେଶ୍ବର ମନ୍ଦିରରେ ଭଗବାନ ଶିବଙ୍କ ଦର୍ଶନ କରିଛନ୍ତି । ସେଠାରେ ସେ ରୁଦ୍ରାଭିଷେକ କରିଥିବା ବେଳେ ଏନେଇ ନେପାଳରେ ଉଠିଛି ପ୍ରଶ୍ନ । ମାଓବାଦୀ ଆନ୍ଦୋଳନରେ ସାମିଲ ଥିବା ଜଣେ ସାମ୍ୟବାଦୀ ନେତା କିପରି ମନ୍ଦିର ଯାଇ ଭଗବାନଙ୍କ ରୁଦ୍ରାଭିଷେକ କଲେ ତାହାକୁ ନେଇ ପଡୋଶୀ ରାଷ୍ଟ୍ରରେ ଆଲୋଚନା ଆରମ୍ଭ ହୋଇଛି । ପ୍ରଚଣ୍ଡ ମନ୍ଦିର ଯିବା ତାଙ୍କର କମ୍ୟୁନିଷ୍ଟ ନେତାର ଭାବମୂର୍ତ୍ତି ପ୍ରତି ଅନୁକୂଳ ନୁହେଁ ବୋଲି ହେଉଛି ଚର୍ଚ୍ଚା ।

  • #WATCH | Nepal's PM Pushpa Kamal Dahal 'Prachanda' offers prayers at the Mahakal Temple in Ujjain, Madhya Pradesh.

    (Video: Mahakaleshwar Temple Committee) pic.twitter.com/0EsazSmPdA

    — ANI (@ANI) June 2, 2023 " class="align-text-top noRightClick twitterSection" data=" ">

ନେପାଳଙ୍କ ମହାକାଳେଶ୍ବର ମନ୍ଦିର ପରିଦର୍ଶନ ନେଇ ପ୍ରଶ୍ନ ଉଠାଇଛନ୍ତି ନେପାଳର ପୂର୍ବତନ ରାଷ୍ଟ୍ରଦୂତ ପ୍ରଫେସର ବିଜୟକାନ୍ତ । ସେ କହିଛନ୍ତି, "ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ ମହାକାଳେଶ୍ବର ମନ୍ଦିର ଯାଇ ରୁଦ୍ରାଭିଷେକ କରିବା ତାଙ୍କର କମ୍ୟୁନିଟି ନେତାର ଭାବମୂର୍ତ୍ତିକୁ ଆଦୌ ସୁଟ୍‌ କରୁନାହିଁ । ସେ ଭାରତ ଗସ୍ତରେ ମହାକାଳ ମନ୍ଦିର ନଯାଇ ଯଦି ବାଣିଜ୍ୟିକ ବୈଠକ ଉପରେ ଗୁରୁତ୍ବାରୋପ କରିଥାଆନ୍ତେ ତେବେ ତାହା ଦେଶ ହିତରେ ଯାଇଥାନ୍ତା । ସେ ମନ୍ଦିର ଯିବା ପରିବର୍ତ୍ତେ ମୁମ୍ବାଇ କିମ୍ବା ହାଇଦ୍ରାବାଦ ଯାଇ ବିଜନେସ ମିଟିଂରେ ଯୋଗ ଦେବାର ଆବଶ୍ୟକ ରହିଥିଲା । ଏହାଦ୍ବାରା ନେପାଳର ଆର୍ଥିକ ସ୍ଥିତି ସୁଦୃଢ ହୋଇପାରିଥାନ୍ତା । ପ୍ରଧାନମନ୍ତ୍ରୀଙ୍କ ପ୍ରଚଣ୍ଡ ଏହା ଉପରେ ଅଧିକ ଗୁରୁତ୍ବ ଦେବାର ଆବଶ୍ୟକ ଥିଲା ।"

ଏହା ବି ପଢନ୍ତୁ- Nepal pm in india: ସାଂସ୍କୃତିକ ସମ୍ପର୍କ ସୁଦୁଢ଼ୀକରଣ ଲକ୍ଷ୍ୟ, ତ୍ବରାନ୍ବିତ ହେବ ରାମାୟଣ ସର୍କିଟ ପ୍ରକଳ୍ପ

ନେପାଳ ବାଣିଜ୍ୟିକ ସଂଗଠନର ଜଣେ ସଦସ୍ୟଙ୍କ କହିବା ଅନୁସାରେ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ ଧାର୍ମିକ ସ୍ଥଳକୁ ଯିବା ପରିବର୍ତ୍ତେ ବାଣିଜ୍ୟିକ ବୈଠକରେ ଯୋଗ ଦେବାର ଆବଶ୍ୟକ ରହିଥିଲା । କାରଣ ସେ ହେଉଛନ୍ତି ଜଣେ କମ୍ୟୁନିଷ୍ଟ ପାର୍ଟିର ନେତା । ଅନ୍ୟପଟେ ପ୍ରଚଣ୍ଡଙ୍କ ମନ୍ଦିର ପରିଦର୍ଶନ କୌଣସି ଆଶ୍ଚର୍ଯ୍ୟ କଲା ପରି ପ୍ରସଙ୍ଗ ନୁହେଁ ବୋଲି କହିଛନ୍ତି ଜବାହରଲାଲ ବିଶ୍ବବିଦ୍ୟାଳୟର ବରିଷ୍ଠ ପ୍ରଫେସର ମହେନ୍ଦ୍ର ପି ଲାମା । ସେ କହିଛନ୍ତି, "ମୁଁ ଏହାକୁ କୌଣସି ଆଶ୍ଚର୍ଯ୍ୟ କଲା ପରି ପ୍ରସଙ୍ଗ ଭାବୁନାହିଁ । କାରଣ ପ୍ରଚଣ୍ଡ ଜନ୍ମରୁ ମାଓବାଦୀ ନେତା ନଥିଲେ । ନେପାଳରେ ଅନେକ ଲୋକ ମାଓବାଦୀ ନାମରେ ଆନ୍ଦୋଳନ କରିଥିଲେ । ଆନ୍ଦୋଳନକୁ ତୀବ୍ର କରିବା ଲାଗି ମାଓବାଦୀ ନାମରେ ଅନେକ ସମ୍ପ୍ରଦାୟ ସାମିଲ ହୋଇଥିଲେ । ହେଲେ ସରକାର ଗଠନ ହେବା ପରେ ମାଓବାଦ କେଉଁଆଡେ ଗଲା ତାହା ଅସ୍ପଷ୍ଟ । ପ୍ରଚଣ୍ଡ ମୂଳରୁ ହିନ୍ଦୁ ଥିଲେ, ଏଣୁ ତାଙ୍କର ମନ୍ଦିର ଯିବା କୌଣସି ବଡ଼ କଥା ନୁହେଁ ।"

ସୂଚନା ଥାଉ କି ଏହା ପ୍ରଥମ ନୁହେଁ ଯେ କୌଣସି ନେପାଳର ପ୍ରଧାନମନ୍ତ୍ରୀ ଭାରତ ଆସି ମନ୍ଦିର ପରିଦର୍ଶନ କରିବା । ଏହା ପୂର୍ବରୁ ମଧ୍ୟ ଅନେକ ନେପାଳ ପ୍ରଧାନମନ୍ତ୍ରୀ ମନ୍ଦିର ପରିଦର୍ଶନ କରିଛନ୍ତି । ୨୦୨୨ ଏପ୍ରିଲ ମାସରେ ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ବହାଦୁର ଦେଉବା ଭାରତ ଆସିଥିଲେ । ସେହି ସମୟରେ ସେ ନିଜ ପତ୍ନୀଙ୍କ ସହିତ କାଶୀ ବିଶ୍ବନାଥ ମନ୍ଦିରରେ ଭଗବାନଙ୍କୁ ଦର୍ଶନ କରିଥିଲେ । ଏହି ସମୟରେ ସେ ଭଗବାନ ଶିବଙ୍କ ରୁଦ୍ରାଭିଷେକ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.