ETV Bharat / bharat

ଦୁଃଖଦାୟକ ଭତ୍ତା

author img

By

Published : Mar 11, 2021, 10:42 PM IST

ସମାଜର ବିଭିନ୍ନ ଅଭାବୀ ବର୍ଗର ଲୋକଙ୍କୁ ଦିଆଯାଉଥିବା ଭତ୍ତା ବା ପେନ୍‌ସନ୍‌ର ପରିମାଣ ବୃଦ୍ଧି ପାଉ ନଥିବା କଥାକୁ କମିଟି ତୀବ୍ର ସମାଲୋଚନା କରିଛି । ବିଭିନ୍ନ ଅସହାୟ ବର୍ଗର ବ୍ୟକ୍ତିଙ୍କ ସହାୟତା ନିମନ୍ତେ ଦିଆଯାଉଥିବା ଭତ୍ତା ଅତି ଅଳ୍ପ ବୋଲି କମିଟି ମତ ପ୍ରକାଶ କରିଛି । ଅଧିକ ପଢନ୍ତୁ..

ଦୁଃଖଦାୟକ ଭତ୍ତା
ଦୁଃଖଦାୟକ ଭତ୍ତା

ଅତୀତର ଏକ ରାୟରେ ସର୍ବୋଚ୍ଚ ନ୍ୟାୟାଳୟ ଉଲ୍ଲେଖ କରିଥିଲେ ଯେ, ସରକାରଙ୍କ ପାଇଁ ଗରିବ, ଦୁର୍ବଳ ଓ ଅସହାୟ ବ୍ୟକ୍ତିଙ୍କ ସ୍ବାର୍ଥର ସୁରକ୍ଷାଠାରୁ ବଳି ଆଉ କୌଣସି ବିଷୟ ଗୁରୁତ୍ବପୂର୍ଣ୍ଣ ହୋଇପାରିବ ନାହିଁ । ଦେଶରେ କଲ୍ୟାଣକାରୀ ଭାବଧାରାର ଅବକ୍ଷୟ ହେବାରେ ଲାଗିଥିବା କଥା ଗ୍ରାମ୍ୟ ଉନ୍ନୟନ ସଂପର୍କିତ ସଂସଦୀୟ ସ୍ଥାୟୀ କମିଟି ଦେଇଥିବା ରିପୋର୍ଟରୁ ମଧ୍ୟ ପ୍ରମାଣିତ ହୋଇଛି । ସମାଜର ବିଭିନ୍ନ ଅଭାବୀ ବର୍ଗର ଲୋକଙ୍କୁ ଦିଆଯାଉଥିବା ଭତ୍ତା ବା ପେନ୍‌ସନ୍‌ର ପରିମାଣ ବୃଦ୍ଧି ପାଉ ନଥିବା କଥାକୁ କମିଟି ତୀବ୍ର ସମାଲୋଚନା କରିଛି । ବିଭିନ୍ନ ଅସହାୟ ବର୍ଗର ବ୍ୟକ୍ତିଙ୍କ ସହାୟତା ନିମନ୍ତେ ଦିଆଯାଉଥିବା ଭତ୍ତା ଅତି ଅଳ୍ପ ବୋଲି କମିଟି ମତ ପ୍ରକାଶ କରିଛି ।

ଦାରିଦ୍ର୍ୟ ସୀମାରେଖା ତଳେ ଥିବା (ବିପିଏଲ୍‌) ପରିବାରର ବୟସ୍କ ବ୍ୟକ୍ତିମାନଙ୍କୁ ଦିଆଯାଉଥିବା ମାସିକିଆ ବାର୍ଦ୍ଧକ୍ୟ ଭତ୍ତାର ପରିମାଣ ମାତ୍ର 200 ଟଙ୍କାରୁ 500 ଟଙ୍କା ମଧ୍ୟରେ ରହିଛି । ସେହିଭଳି, 40 ବର୍ଷରୁ ଅଧିକ ବୟସର ଦରିଦ୍ର ବିଧବାମାନଙ୍କୁ ଦିଆଯାଉଥିବା ବିଧବା ଭତ୍ତା ମାସିକ 300ରୁ 500 ଟଙ୍କା ମଧ୍ୟରେ ରହିଛି । 18ରୁ 79 ବର୍ଷ ବୟସ ପର୍ଯ୍ୟନ୍ତ ଶାରୀରିକ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ଦିଆଯାଉଥିବା ଭତ୍ତା ମାସକୁ ମାତ୍ର 300 ଟଙ୍କା । ଏହି ସାମାନ୍ୟ ପରିମାଣର ଟଙ୍କା ହିତାଧିକାରୀମାନଙ୍କ ସହାୟତାରେ କୌଣସି ପ୍ରକାରେ ଲାଗିବ କି ? ବିଭିନ୍ନ ସୁପାରିସ ଆଧାରରେ ଭତ୍ତା ରାଶିର ପରିମାଣକୁ ନ୍ୟାୟସଂଗତ ଭାବରେ ବଢ଼ାଇବା ଦିଗରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ଆଦୌ ଗୁରୁତ୍ବ ଦେଇ ନଥିଲା । ଆଶା କରାଯାଏ, ଏଥର କମିଟିର ସୁପାରିସ ଲାଗୁ କରିବା କ୍ଷେତ୍ରରେ ବିଭାଗ ସହୃଦୟତାର ପରିଚୟ ଦେବ । କେନ୍ଦ୍ର ସରକାର

ଅସହାୟ ବ୍ୟକ୍ତିଙ୍କ ପ୍ରତି ଦାୟିତ୍ବବୋଧକୁ ସ୍ବୀକାର କରିବା ଉଚିତ ବୋଲି ସ୍ଥାୟୀ କମିଟି ମତପ୍ରକାଶ କରିଛି ।

କ୍ଷୁଧାର ଜ୍ବାଳା ସହିବାକୁ ବାଧ୍ୟ ହେଉଥିବା ବୟସ୍କ ବ୍ୟକ୍ତି, ଅସହାୟା ବିଧବା ଏବଂ ନିଜ ଗୋଡ଼ରେ ଠିଆ ହେବାରେ ଅସମର୍ଥ ଶାରୀରିକ ଭିନ୍ନକ୍ଷମମାନଙ୍କୁ ଅଣଦେଖା କରିବା ନିନ୍ଦନୀୟ କଥା । ଏହି ସବୁ ବର୍ଗ ପ୍ରତି ନିଷ୍ଠୁର ଆଚରଣ ହିଁ ଏକ କଲ୍ୟାଣକାରୀ ରାଷ୍ଟ୍ର ପରିକଳ୍ପନାର ପରିପନ୍ଥୀ ।

ବାର୍ଦ୍ଧକ୍ୟରେ ନିଃସଙ୍ଗତା ଅଭିଶାପ ସଦୃଶ । ଦାରିଦ୍ର୍ୟ ପ୍ରପୀଡ଼ିତ ବୟସ୍କ ବ୍ୟକ୍ତି ଯେତେବେଳେ ରୋଗାକ୍ରାନ୍ତ ହୁଅନ୍ତି, ସେତେବେଳେ ତାଙ୍କ ସ୍ଥିତି ଆହୁରି ଦୟନୀୟ ହୋଇଯାଏ । ଜାତୀୟ ପରିବାର କଲ୍ୟାଣ ବିଭାଗ ଏବଂ ଅନ୍ତର୍ଜାତୀୟ ଜନସଂଖ୍ୟା ବିଜ୍ଞାନ ସଂସ୍ଥା ପକ୍ଷରୁ ମିଳିତ ଭାବରେ କରାଯାଇଥିବା ଏକ ସର୍ଭେରେ କେତେକ ଅପ୍ରିୟ ସତ୍ୟ ପ୍ରକାଶ ପାଇଛି । ଏହି ସର୍ଭେରୁ ଜଣାପଡ଼ିଛି ଯେ, 60 ବର୍ଷରୁ ଅଧିକ ବୟସର 40 ପ୍ରତିଶତ ଲୋକ ଏବେ ବି ନିଜର ଜୀବନଧାରଣ ପାଇଁ କାମ କରିବାକୁ ବାଧ୍ୟ ହେଉଛନ୍ତି । 2011 ଜନଗଣନା ଅନୁସାରେ ଆମ ଦେଶରେ ବୟସ୍କ ବ୍ୟକ୍ତିଙ୍କ ସଂଖ୍ୟା 10 କୋଟି 30 ଲକ୍ଷ । ପ୍ରତି ବର୍ଷ ଏହି ଜନସଂଖ୍ୟା 3 ପ୍ରତିଶତ ହିସାବରେ ବୃଦ୍ଧି ପାଉଛି ।

ଏହି ସର୍ଭେ ରିପୋର୍ଟ ଅନୁସାରେ, ଏଭଳି ବୟସର ଅଧାରୁ ଅଧିକ ବ୍ୟକ୍ତି ବିଭିନ୍ନ ପୁରୁଣା ରୋଗରେ ପୀଡ଼ିତ । ପରିସଂଖ୍ୟାନରୁ ଏହା ମଧ୍ୟ ଜଣାଯାଏ ଯେ, ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କାର୍ଯ୍ୟରତ ବ୍ୟକ୍ତିଙ୍କ ମଧ୍ୟରୁ 20 ପ୍ରତିଶତ ବୟସ୍କ । ଦରିଦ୍ର ଲୋକଙ୍କ ମଧ୍ୟରୁ 3 ପ୍ରତିଶତରୁ କମ୍‌ ବୟସ୍କ ବ୍ୟକ୍ତି ବାର୍ଦ୍ଧକ୍ୟ ଭତ୍ତା ପାଉଛନ୍ତି ।

କୋଭିଡ୍‌-19 ପ୍ରକୋପ ସମୟରେ ମହାତ୍ମା ଗାନ୍ଧି ଜାତୀୟ ନିଶ୍ଚିତ ଗ୍ରାମୀଣ କର୍ମନିଯୁକ୍ତି ଯୋଜନାରେ ନିଯୁକ୍ତି ସୁଯୋଗ ପାଇଥିବା ବୟସ୍କ ଓ ପ୍ରବାସୀ ଶ୍ରମିକମାନଙ୍କୁ ଭିନ୍ନ ଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ପରିମାଣର ମଜୁରି ଦିଆଯାଉଥିଲା ବୋଲି ସ୍ଥାୟୀ କମିଟି ପକ୍ଷରୁ ଦର୍ଶାଯାଇଛି । ମହାତ୍ମା ଗାନ୍ଧି ଜାତୀୟ ନିଶ୍ଚିତ ଗ୍ରାମୀଣ କର୍ମନିଯୁକ୍ତି ଯୋଜନାରେ ଛତିଶଗଡ଼ରେ 190 ଟଙ୍କା ମଜୁରି ଦିଆଯାଇଥିବା ବେଳେ, ତେଲୁଗୁଭାଷୀ ଦୁଇଟି ରାଜ୍ୟ ଏବଂ ହରିଆଣାରେ ଏହାର ପରିମାଣ ଥିଲା 309 ଟଙ୍କା । ମଜୁରିରେ ତାରତମ୍ୟ ବ୍ୟତୀତ ମଜୁରି ପ୍ରଦାନରେ ବିଳମ୍ବ ସଂପର୍କରେ ମଧ୍ୟ ସ୍ଥାୟୀ କମିଟି ଉଲ୍ଳେଖ କରିଛି । ଏହି ଯୋଜନାକୁ ମୂଳ ଲକ୍ଷ୍ୟଠାରୁ ଦୂରେଇ ନେଉଥିବା ଏ ସବୁ ତ୍ରୁଟିବିଚ୍ୟୁତି ଦୂର କରିବା ଦିଗରେ ସରକାର ତୁରନ୍ତ ଧ୍ୟାନ ଦେବା ଉଚିତ । ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଏବଂ ଶାରୀରିକ ଭିନ୍ନକ୍ଷମମାନଙ୍କ ଭତ୍ତା ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖିଥିବା

ସଂପର୍କରେ ଗତ ଦୁଇ ବର୍ଷ ହେଲା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ଖୁବ୍‌ ଜୋରରେ ଡିଣ୍ଡିମ ପିଟି ଆସୁଛି । ତେବେ ବିଭାଗର ପ୍ରସ୍ତାବ ଏଯାବତ୍‌ କାର୍ଯ୍ୟକାରୀ ହୋଇପାରିନାହିଁ । ପ୍ରଧାନ ମନ୍ତ୍ରୀ ମୋଦିଙ୍କ ଭାଷାରେ ବିକାଶର ଫଳ ଦରିଦ୍ର ଲୋକଙ୍କ ପାଖରେ ନ ପହଞ୍ଚିବା ପର୍ଯ୍ୟନ୍ତ ଏହା ଅସଂପୂର୍ଣ୍ଣ ହୋଇ ରହିଥିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.