ETV Bharat / bharat

କେରଳ ପୌର-ପଞ୍ଚାୟତ ନିର୍ବାଚନ ଫଳାଫଳ: ବୃହତ ବିଜୟ ହାସଲ କଲା ବିଜୟନଙ୍କ ଦଳ LDF

author img

By

Published : Dec 16, 2020, 11:01 PM IST

କେରଳ ପୌର ଓ ପଞ୍ଚାୟତ ନିର୍ବାଚନ ଫଳାଫଳ ଘୋଷଣା । ଲେଫ୍ଟ ଡେମୋକ୍ରାଟିକ ଫ୍ରଣ୍ଟର ବୃହତ ବିଜୟ ହୋଇଛି । ଅଧିକ ପଢନ୍ତୁ...

କେରଳ ପୌର ଓ ପଞ୍ଚାୟତ ନିର୍ବାଚନ ଫଳାଫଳ: ବୃହତ ବିଜୟ ହାସଲ କଲା ବିଜୟନଙ୍କ ଦଳ LDF

ଥିରୁଅନନ୍ତପୁରମ: କେରଳର ପୌର ଓ ପଞ୍ଚାୟତ ନିର୍ବାଚନରେ ଲେଫ୍ଟ ଡେମୋକ୍ରାଟିକ ଫ୍ରଣ୍ଟର ବୃହତ ବିଜୟ ହୋଇଛି । 3ଟି ପର୍ଯ୍ୟାୟରେ 1199 ସ୍ଥାନୀୟ କ୍ଷେତ୍ରରେ ନିର୍ବାଚନ କରାଯାଇଥିଲା । ଏଥିରେ 952 ଗ୍ରାମପଞ୍ଚାୟତ, 151 ବ୍ଲକ ପଞ୍ଚାୟତ, 86 ପୌରପାଳିକା ଓ 14 ଜିଲ୍ଲାପରିଷଦ ସାମିଲ ରହିଥିଲା । ଏହାସହ 6ଟି ନଗରନିଗମରେ ମଧ୍ୟ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।

ଏହି ନିର୍ବାଚନ ଜରିଆରେ କେରଳରେ ପାଦ ପକାଇବାକୁ ସୁଯୋଗ ଖୋଜୁଥିଲା ବିଜେପି । ଏହି ଦୃଷ୍ଟିକୋଣରୁ ବିଜେପି ପାଇଁ ବେଶ ମହତ୍ବପୂର୍ଣ୍ଣ ଥିଲା ଏହି ନିର୍ବାଚନ । ଆଗାମୀ ବର୍ଷ କେରଳରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ । ହେଲେ ବିଜେପିକୁ ଏହି ନିର୍ବାଚନରେ ପରାଜୟର ସାମ୍ନା କରିବାକୁ ପଡିଛି ।

ନିର୍ବାଚନରେ ଏଲଡିଏଫ, ୟୁନାଇଟେଡ ଡେମୋକ୍ରାଟିକ ଫ୍ରଣ୍ଟ ଓ ବିଜେପି ମଧ୍ୟରେ କଡା ଟକ୍କର ରହିଥିଲା । କେରଳରେ 2014 ପରେ ବିଜେପିର ଭୋଟ ପ୍ରତିଶତ କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି ।

ଗ୍ରାମପଞ୍ଚାୟତର 941 ସିଟରୁ LDF ହାତରେ 516 ଆସନ ଆସିଥିବା ବେଳେ 375ଟି ଆସନରେ କବଜା କରିଛି UDF ।

କେରଳ ସ୍ଥାନୀୟ କ୍ଷେତ୍ର ନିର୍ବାଚନ ଫଳାଫଳ

ଗ୍ରାମପଞ୍ଚାୟତ-941

LDF -516

UDF -375

NDA-22

ଅନ୍ୟ-28

ବ୍ଲକ ପଞ୍ଚାୟତ-152

LDF-108

UDF-44

ଜିଲ୍ଲା ପରିଷଦ-14

LDF-10

UDF-4

ପୌରପାଳିକା-86

LDF-35

UDF-45

NDA -2

ଅନ୍ୟ -4

ନଗରନିଗମ-6

LDF-3

UDF-3

ବିଧାନସଭା ନିର୍ବାଚନ ପୂର୍ବରୁ ଏହି ନିର୍ବାଚନକୁ ଅଗ୍ନିପରୀକ୍ଷା ରୂପେ ବିବେଚନା କରାଯାଇପାରେ । ଏଭଳିସ୍ଥିତିରେ ଏଲଡିଏଫର ବୃହତ ବିଜୟ ନେଇ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ କହିଛନ୍ତି ଯେ ଏଲଡିଏଫକୁ ଏହି ନିର୍ବାଚନରେ ବଡ ସଫଳତା ମିଳିଛି । ଏହା ରାଜ୍ୟର ଜନସାଧାରଣଙ୍କ ବିଜୟ ବୋଲି କହିଛନ୍ତି ବିଜୟନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.