ETV Bharat / bharat

Tanur Boat Accident: ଛାରଖାର କରିଦେଲା ନୌକା ଦୁର୍ଘଟଣା, ଗୋଟିଏ ପରିବାରର 14 ମୃତ - ନୌକା ଦୁର୍ଘଟଣା

କେରଳରେ ଘଟିଥିବା ନୌକା ଦୁର୍ଘଟଣା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି । ଏହି ଅଘଟଣରେ ଗୋଟିଏ ପରିବାର 14ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ

ଗୋଟିଏ ପରିବାର 14 ମୃତ
Tanur Boat Accident
author img

By

Published : May 8, 2023, 2:02 PM IST

Updated : May 8, 2023, 2:24 PM IST

ଥିରୁଅନନ୍ତପୁରମ: କେତେ ଖୁସିରେ ଘରୁ ବୁଲିବାକୁ ବାହାରିଥିଲେ । କିଏ ପରିବାର ସହ ତ କିଏ ସାଙ୍ଗ ସାଥୀ ସହ । ହେଲେ ଦୁର୍ଘଟଣା ସବୁ କିଛି ଛାରଖାର କରିଦେଲା । କେରଳ ମଲପ୍ପୁରମର ଜିଲ୍ଲାର ତନୁର ଠାରେ ଘଟିଥିବା ନୌକା ଦୁର୍ଘଟଣାରେ 22ଜଣଙ୍କ ମୃତ୍ୟୁ ହୋଇଛି । ମଝି ଦରିଆରେ ପର୍ଯ୍ୟଟକ ଡଙ୍ଗା ଓଲଟି ପଡିବାରୁ ଏହି ବଡ ଅଘଟଣ ଘଟିଛି । ଏଥିରେ ଗୋଟିଏ ପରିବାରର 14 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରେ ଜଣେ 8 ମାସର ଶିଶୁ ରହିଥିବା ଜଣାପଡିଛି । ପରିବାରର 14 ଜଣଙ୍କୁ ହରାଇ ପରିବାର ଅନ୍ୟ ସଦସ୍ୟ ଭାଙ୍ଗି ପଡିଛନ୍ତି । ବୋଟରେ 40ରୁ ଅଧିକ ପର୍ଯ୍ୟଟକ ଥିଲେ । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା କରାଯାଉଛି ।

ଗୋଟିଏ ପରିବାରର ମୃତ 14ଜଣ ତନୁରବାସୀ । କୁ୍ନ୍ନୁମାଲ ଜାବିରଙ୍କ ପରିବାରର 14 ଜଣଙ୍କ ଜୀବନ ନେଇଛି କେରଳ ନୌକା ଦୁର୍ଘଟଣା । ମୃତ 14 ଜଣଙ୍କ ମଧ୍ୟରେ ଜଣେ 8 ମାସର ଶିଶୁ ରହିଛି । ଏହି ଅଘଟଣରେ ପ୍ରାଣ ହରାଇଥିବା ଅଧିକାଂଶ ଲୋକ ମଲପ୍ପୁରମର ଜିଲ୍ଲାର ତନୁର, ପାରାପ୍ପାନାଗାଡି ଓ ଛେତିପାଡୀ ନିବାସୀ । ଗୋଟିଏ ପରିବାରର ମୃତ 14 ଜଣ ହେଲେ, କୁ୍ନ୍ନୁମାଲ ଜାବିରଙ୍କ ପତ୍ନୀ ଜଲସାଇ (42) ତାଙ୍କ ପୁଅ ଜରିର (12) ଝିଅ ଜନ୍ନା (8), ସାଇଥାଲାଭିଙ୍କ ପତ୍ନୀ ଜିନ୍ନତ (43) ଏବଂ ତାଙ୍କ ପିଲା ଅସାନା (18) ଓ ସାମ୍ମା (6), ସାଫିଆ (13), ଫିଦା ଡିଲନା (8) ଓ ତାଙ୍କ ଭଉଣୀ ନୁସରତ (35) ତାଙ୍କ ଝିଅ ଆୟେଶା ମେହରିନ (2) । ତାଙ୍କ ଭାଇ ସିରାଜଙ୍କ ପତ୍ନୀ ରାଜିନା (27), ଶାହରା (8), ଫାତିମା ରାଶିଦା (7) ଏବଂ ନାଇରା ଫାତିମା (8ମାସ) । 14 ଜଣଙ୍କୁ ହରାଇ ଆବାକ ପରିବାର । କେରଳରେ ଘଟିଥିବା ନୌକା ଦୁର୍ଘଟଣା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି । ଆଗକୁ ମୃତ୍ୟୁସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି ।

ଏହା ବି ପଢନ୍ତୁ...Kerala Boat Capsize History: ଯାଇଛି ଅନେକ ଜୀବନ, ନିଆଯାଇନି କାର୍ଯ୍ୟାନୁଷ୍ଠାନ

ଏହା ବି ପଢନ୍ତୁ...Boat capsizes in Malappuram: ୨୨ ମୃତ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ

ପ୍ରକାଶଥାଉ କି, କେରଳ ମଲପ୍ପୁରମ ତନୁର ନିକଟରେ ପର୍ଯ୍ୟଟକ ବୋଡ ବୁଡି 22 ଜଣଙ୍କ ଜୀବନ ଚାଲି ଯାଇଛି । ତୁବଲଥିରମ ପର୍ଯ୍ୟଟନ ସ୍ଥଳରେ ଥିବା ପୁରଝୁରା ନଦୀରେ ଏକ ଡବଲ ଡେକର ବୋଟ ବୁଡି ବଡ ଅଘଟଣ ଘଟିଛି । ବୋଟରେ ପ୍ରାୟ 40ରୁ ଅଧିକ ପର୍ଯ୍ୟଟକ ଥିଲେ । ନିୟନ୍ତ୍ରଣ ହାଇ ଡଙ୍ଗାଟି ଓଲଟି ପଡିଥିଲା । ଏହି ଅଘଟଣ ନେଇ ଶୋକପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ । ମୃତକଙ୍କ ପରିବାରକୁ 2ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି । ଏହି ଦୁର୍ଘଟଣା ଗତବର୍ଷ ଘଟିଥିବା ମୋରବୀ ଝୁଲାପୋଲ ଦୁର୍ଘଟଣା କଥା ମନ ପକାଇ ଦେଇଛି । ଏଠାରେ ପ୍ରଶ୍ନ ଉଠିଛି ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ବୋଟ ପରିଚାଳନାକୁ ଅନୁମତି ମିଳିଛି ହେଲେ ରାତି 7ଟା ପରେ କିପରି ଡଙ୍ଗା ଚାଲିଥିଲା ।

Last Updated : May 8, 2023, 2:24 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.