ETV Bharat / bharat

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ହ୍ରାସ କଲା କେନ୍ଦ୍ର - କେନ୍ଦ୍ର ଗୃହମନ୍ତ୍ରଣାଳୟ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସୁରକ୍ଷା ହ୍ରାସ କରିଛନ୍ତି କେନ୍ଦ୍ର ସରକାର । ଅଧିକ ପଢନ୍ତୁ....

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ହ୍ରାସ କଲା କେନ୍ଦ୍ର

author img

By

Published : Feb 25, 2021, 10:25 PM IST

ଇଣ୍ଟ୍ରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସୁରକ୍ଷା ହ୍ରାସ କରିଛନ୍ତି କେନ୍ଦ୍ର ସରକାର । କେଜ୍ରିଓ୍ବାଲଙ୍କ ସୁରକ୍ଷା ବ୍ୟବସ୍ଥାରେ ହ୍ରାସ କରାଯାଇଥିବା କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ତେବେ ଏହି ପ୍ରସଙ୍ଗରେ ରାଜନୀତିକ ଗନ୍ଧ ବାରିଛି ଆପ । ଗୁଜୁରାଟର ପୌର ନିର୍ବାଚନ ଫଳାଫଳ ପରେ ଉଦ୍ଦେଶ୍ୟମୂଳକ ଭାବେ ଏପରି କେନ୍ଦ୍ର ପକ୍ଷରୁ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଆମ୍ ଆଦମୀ ପାର୍ଟି ପକ୍ଷରୁ ଅଭିଯୋଗ କରାଯାଇଛି । ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ 6 ଜଣ କମାଣ୍ଡ ନିୟୋଜିତ ହୋଇଥିବା ବେଳେ ଏଥି ମଧ୍ୟରୁ 4 ଜଣଙ୍କୁ ହଟାଇ ଦିଆଯାଇଥିବା ସୂଚନା ରହିଛି । ତେଣୁ ବର୍ତ୍ତମାନ ପରିସ୍ଥିତିରେ କେବଳ ମାତ୍ର 2 ଟି କମାଣ୍ଡୋ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କ ସୁରକ୍ଷାରେ ଅଧୀନରେ ରହିଛନ୍ତି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ସୁରକ୍ଷା ଦାୟିତ୍ବ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ବାରା ଦିଲ୍ଲୀ ପୋଲିସ ଏବଂ କମାଣ୍ଡୋ ନିୟୋଜିତ ହେବାର ବ୍ୟବସ୍ଥା ରହିଛି। ତେବେ ଯେହେତୁ ଦିଲ୍ଲୀ ପୋଲିସ କେନ୍ଦ୍ର ଅଧୀନରେ ଆସୁଛି, କେତେ ପୋଲିସ କର୍ମଚାରୀ ଏବଂ କେତେ ସଂଖ୍ୟକ କମାଣ୍ଡୋ ସୁରକ୍ଷା ବ୍ୟବସ୍ଥାରେ ରହିବେ ତାହା କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିଷ୍ପତ୍ତି ନେବ ।

ଗୁଜୁରାଟର ପୌରପାଳିକା ନିର୍ବାଚନରେ ମୁଖ୍ୟ ବିରୋଧୀ ଦଳ ପାଲଟିଛି ଆପ । ଏହି ନିର୍ବାଚନରେ ଆପ ବିରୋଧୀ ଦଳ ଭାବେ ଉଭା ହୋଇଛି । ସେଠାରେ ବିଜେପି 93 ଟି ହାସଲ କରିଥିବା ବେଳେ ଆମ ଆଦମୀ ପାର୍ଟି 27 ଟି ସିଟ୍ ପାଇବାରେ ସଫଳ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.