ETV Bharat / bharat

Delhi flood: ଦିଲ୍ଲୀକୁ ଡରାଉଛି ଯମୁନା, ଶାହଙ୍କୁ ଚିଠି ଲେଖିଲେ କେଜ୍ରିଓ୍ବାଲ

author img

By

Published : Jul 12, 2023, 6:43 PM IST

ଯମୁନାର କରାଳ ରୂପରେ ଦିଲ୍ଲୀବାସୀ ଆତଙ୍କିତ । ହଥିନୀକୁଣ୍ଡ ବ୍ୟାରେଜରୁ ବନ୍ୟାଜଳ ନିୟନ୍ତ୍ରଣ ପାଇଁ ଶାହଙ୍କୁ ଚିଠି ଲେଖିଲେ କେଜ୍ରିଓ୍ବାଲ । ଅଧିକ ପଢନ୍ତୁ

Delhi flood: ଡରାଉଛି ଯମୁନା, ଶାହଙ୍କୁ ଚିଠି ଲେଖିଲେ କେଜ୍ରିଓ୍ବାଲ

ନୂଆଦିଲ୍ଲୀ: ଲଗାଣ ବର୍ଷାରେ ସମଗ୍ର ଉତ୍ତର ଭାରତରେ ସ୍ଥିତି ଗମ୍ଭୀର ହୋଇପଡିଥିବା ବେଳେ ରାଜଧାନୀ ଦିଲ୍ଲୀକୁ ଏବେ ଯମୁନା ଭୟ । ଯମୁନା ନଦୀର ଜଳସ୍ତର ସର୍ବକାଳୀନ ରେକର୍ଡ ଭାଙ୍ଗିବା ପରେ ଏବେ ଆଶଙ୍କାରେ ଦିଲ୍ଲୀବାସୀ । ବର୍ତ୍ତମାନ ଯମୁନାରେ ଜଳସ୍ତର 207.55 ମିଟର ରହିଛି । ଯାହା 45 ବର୍ଷରେ ସର୍ବାଧିକ । ସୃଷ୍ଟି ହୋଇଥିବା ବନ୍ୟା ସ୍ଥିତି ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖି ସହାୟତା ପାଇଁ ନିବେଦନ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ହରିୟାଣାର ହଥିନୀକୁଣ୍ଡ ବ୍ୟାରେଜରୁ ବନ୍ୟାଜଳ ଛଡା ଯିବା ପରେ ଯମୁନା ନଦୀରେ ବନ୍ୟା ଆସିଛି । ତେଣୁ କେନ୍ଦ୍ର ସରକାର ହରିୟାଣା ସରକାରକୁ ହଥିନୀକୁଣ୍ଡ ବ୍ୟାରେଜରୁ ନିୟନ୍ତ୍ରିତ ମାତ୍ରାରେ ବନ୍ୟାଜଳ ଛାଡିବା ପାଇଁ ନିିର୍ଦ୍ଦେଶ ଦିଅନ୍ତୁ । ଦେଶର ରାଜଧାନୀ ଦିଲ୍ଲୀ ଏପରି ବନ୍ୟାରେ ବୁଡିବା ସମଗ୍ର ବିଶ୍ବ ପଇଁ ଭଲ ବାର୍ତ୍ତା ନୁହେଁ ବୋଲି କେଜ୍ରିଓ୍ବାଲ ଶାହଙ୍କୁ ଲେଖିଥିବା ତାଙ୍କ ଚିଠିରେ ଦର୍ଶାଇଛନ୍ତି । ଏହି ସାହିତ କେଜ୍ରିଓ୍ୱାଲ କହିଛନ୍ତି, ଲୋକମାନେ ଯେଉଁମାନେ ତଳିଆ ଅଞ୍ଚଳରେ ବସବାସ କରୁଛନ୍ତି, ଯଥାଶୀଘ୍ର ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର ହେବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି ।

ଚିଠିରେ କେଜ୍ରିଓ୍ବାଲ ଉଲ୍ଲେଖ କରିଛନ୍ତି, ଦିଲ୍ଲୀରେ ଦୁଇ ଦିନ ହେଲା ବର୍ଷା ହୋଇନାହିଁ । ହେଲେ ଉପରମୁଣ୍ଡରେ ଥିବା ହରିୟାଣାର ହଥିନୀକୁଣ୍ଡ ବ୍ୟାରେଜରୁ ବନ୍ୟାଜଳ ଛଡାଯିବା ପରେ ଯମୁନାରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଯଦି ସମ୍ଭବ ହୁଏ, ହରିୟାଣାର ହଥିନୀକୁଣ୍ଡ ବ୍ୟାରେଜରୁ ନିୟନ୍ତ୍ରିତ ମାତ୍ରାରେ ବନ୍ୟାଜଳ ଛଡାଯିବା ନେଇ କେନ୍ଦ୍ର ହସ୍ତକ୍ଷେପ କରୁ । ରାଜଧାନୀ ଦିଲ୍ଲୀରେ ଚଳିତବର୍ଷ ଜି20 ଅନ୍ତର୍ଜାତୀୟ ସମ୍ମିଳନୀ ମଧ୍ୟ ହେବାକୁ ଯାଉଛି । କିଛି ସପ୍ତାହରେ ଏହି ଶିଖର ସମ୍ମିଳନୀର ଏକାଧିକ ମିଟିଂ ମଧ୍ୟ ଦିଲ୍ଲୀରେ ଆରମ୍ଭ ହେବାକୁ ଯାଉଛି । ଏପରି ସମୟରେ ରାଜଧାନୀ ଦିଲ୍ଲୀ ବନ୍ୟାରେ ବୁଡିବା ସମଗ୍ର ବିଶ୍ବକୁ ଭଲ ବାର୍ତ୍ତା ଦେବ ନାହିଁ । ବର୍ତ୍ତମାନ ଦେଖାଯାଇଥିବା ବନ୍ୟା ସଙ୍କଟର ମୁକାବିଲା ଉଭୟ କେନ୍ଦ୍ର ଓ ଦିଲ୍ଲୀ ସରକାର ମିଳିତ ଭାବେ କରିବା ଉଚିତ । ଫଳରେ ଦିଲ୍ଲିବାସୀ ଏହି ସଙ୍କଟରୁ ରକ୍ଷା ପାଇପାରିବେ ବୋଲି କେଜ୍ରିଓ୍ବାଲ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:-ପ୍ରବଳ ବର୍ଷାରେ ଉବୁଟୁବୁ ରାଜଧାନୀ, ବିପଦ ସଙ୍କେତ ଡେଇଁଲା ଯମୁନା

ଚିଠିରେ କେଜ୍ରିଓ୍ବାଲ ଆହୁରି ମଧ୍ୟ କହିଛନ୍ତି , କେନ୍ଦ୍ରୀୟ ଜଳ କମିଶନର ଆକଳନ ଅନୁସାରେ, ଆଜି (ବୁଧବାର) ସଂଧ୍ୟା ସୁଦ୍ଧା ଯମୁନାର ଜଳସ୍ତର 207.72 ମିଟର ଛୁଇଁବ । ଯାହା ସମଗ୍ର ଦିଲ୍ଲୀ ପାଇଁ ଗଭୀର ଆଶଙ୍କାର ବିଷୟ । ଏହା ଯଦି ସମ୍ଭବ ହୁଏ, ତେବେ ଯମୁନାର ଉପରମୁଣ୍ଡରେ ଥିବା ହରିୟାଣାର ହଥିନୀକୁଣ୍ଡ ବ୍ୟାରେଜରୁ ବନ୍ୟା ଜଳକୁ ନିୟନ୍ତ୍ରଣ କରାଯାଉ ଓ ନିର୍ଦ୍ଦିଷ୍ଟ ମାତ୍ରାରେ ଛଡାଯାଉ । ଫଳରେ ଯମୁନର ଜଳସ୍ତର ଆଉ ଅଧିକ ବୃଦ୍ଧି ପାଇବ ନାହିଁ ଓ କ୍ରମଶଃ ହ୍ରାସ ମଧ୍ୟ ପାଇବ ।

1978 ଯମୁନା ଦେଖିଥିଲା ବଡ ବନ୍ୟା :-

ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ରାଜଧାନୀ ଦିଲ୍ଲୀ ଉପକଣ୍ଠ ଦେଇ ପ୍ରବାହିତ ହୋଇଥିବା ଯମୁନା ନଦୀ ଚଳିତ ଥର ସର୍ବକାଳୀନ ଜଳସ୍ତରରେ ପହଞ୍ଚିଛି । ବର୍ଷ 1978 ରେ ଯମୁନାରେ ବଡ ବନ୍ୟା ଆସିଥିଲା । ସେତେବେଳେ ଜଳସ୍ତର 207.49 ରେକର୍ଡ କରାଯାଇଥିଲା । ହେଲେ ଚଳିତ ଥର ଜଳସ୍ତର ଏହାକୁ ଅତିକ୍ରମ କରି 207.55 ମିଟରରେ ପହଞ୍ଚିଛି । ଉପରମୁଣ୍ଡରେ ଏହି ମାତ୍ରାରେ ବନ୍ୟାଜଳ ନିଷ୍କାସିତ ହେବା ଜାରି ରହିଲେ, ଆଜି ରାତି ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ 207.72 ପହଞ୍ଚିବା ନେଇ କେନ୍ଦ୍ରୀୟ ଜଳ ଆୟୋଗର ଆକଳନ ଏବେ ଦିଲ୍ଲାବାସୀଙ୍କ ମଧ୍ୟରେ ଛନକା ପୁରାଇଛି । କେଜ୍ରିଓ୍ବାଲଙ୍କ ଏପରି ଚିଠି ପରେ ହରିୟାଣା ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସନି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.