ETV Bharat / bharat

ଟିକା ଯୋଗାଣରେ ରାଜନୀତି କରୁଛନ୍ତି କେଜ୍ରିୱାଲ: ହରିୟାଣା ମୁଖ୍ୟମନ୍ତ୍ରୀ

ଜାତୀୟ ରାଜଧାନୀ ଦିଲ୍ଲୀର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଟିକା ଯୋଗାଣରେ ରାଜନୀତି କରୁଛନ୍ତି ବୋଲି କହିଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର । ଅଧିକ ପଢନ୍ତୁ...

author img

By

Published : May 31, 2021, 2:08 PM IST

ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର
ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର

ଚଣ୍ଡିଗଡ: ଭ୍ୟାକ୍ସିନ ବଣ୍ଟନକୁ ଦିଲ୍ଲୀ ସରକାରଙ୍କ ଉପରେ ବର୍ଷିଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ । ଜାତୀୟ ରାଜଧାନୀ ଦିଲ୍ଲୀ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଟିକା ଯୋଗାଣରେ ରାଜନୀତି କରୁଛନ୍ତି ବୋଲି କହିଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ।

ପ୍ରତି ରାଜଧାନୀ ଜନସଂଖ୍ୟା ଆଧାରରେ ରାଜଧାନୀ ଦିଲ୍ଲୀକୁ ଅନ୍ୟ ରାଜ୍ୟ ତୁଳନାରେ ଅଧିକ କୋଭିଡ 19 ଭ୍ୟାକ୍ସିନ ଯୋଗାଯାଇଛି ବୋଲି ଦାବି କରିଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ । କେଜ୍ରିୱାଲ ସର୍ବଦା ସମାଲୋଚନା ସ୍ବରରେ କଥାବାର୍ତ୍ତା କରନ୍ତି । ଭ୍ୟାକ୍ସିନ ବଣ୍ଟନରେ କେଜ୍ରିୱାଲ ରାଜନୀତି କରୁଛନ୍ତି ବୋଲି କହିଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ । ଆମେ ଯଦି ସଠିକ ଭାବରେ ଦେଖିବା ତେବେ ସ୍ବାସ୍ଥ୍ୟ ହେଉଛି ରାଜ୍ୟ ବିଷୟ । ଏହା ଏକ ମହାମାରୀ ହୋଇଥିବାରୁ ରାଜ୍ୟର ଉଦ୍ୟମକୁ ସହାୟତା ପ୍ରଦାନ କରିବାରେ କେନ୍ଦ୍ରର ଭୂମିକା ରହିଛି । ତେଣୁ ଭ୍ୟାକ୍ସିନ ଡୋଜ କେବଳ କେନ୍ଦ୍ର ସରକାରଙ୍କ ଦ୍ବାରା ଯୋଗାଯାଉଛି ବୋଲି କହିଛନ୍ତି ମନୋହର ଲାଲ ଖଟ୍ଟର ।

ଖଟ୍ଟର ଆହୁରି କହିଛନ୍ତି କେନ୍ଦ୍ର ଖାଲି ଦିଲ୍ଲୀକୁ ନୁହେଁ ବରଂ ଅନ୍ୟ ରାଜ୍ୟକୁ ମଧ୍ୟ ଟିକା ଯୋଗାଉଛି । 'ପ୍ରୋ ରେଟ'ରେ କେନ୍ଦ୍ର ଟିକା ଯୋଗାଉଛି । ସେ ଆହୁରି କହିଛନ୍ତି ଆମେ ଦିନକୁ ଦୁଇ ଲକ୍ଷ ଲୋକଙ୍କୁ ଟୀକାକରଣ କରିପାରନ୍ତୁ ହେଲେ ଷ୍ଟକ ପରିଚାଳନା ପାଇଁ ଦିନକୁ ମାତ୍ର 50ରୁ 60 ହଜାର ଟୀକାକରଣ ହେଉଛି । କେଜ୍ରିୱାଲ ଏହାକୁ ବୁଝିବା ଦରକାର ମାତ୍ର ସେ ରାଜନୀତି କରିବାକୁ ଚାହୁଁଛନ୍ତି । ସମ୍ପ୍ରତ୍ତି ଟିକା ଭଣ୍ଡାରରେ ଟିକାର ଅଭାବ ଦର୍ଶାଇ ଦିଲ୍ଲୀ 18ରୁ 45ବର୍ଷ ବର୍ଗଙ୍କୁ ଟୀକାକରଣ ବନ୍ଦ କରିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.