ETV Bharat / bharat

Gujarat Assembly Election: ଇସୁଦାନ ଗାଧ୍ୱୀ ଆପ୍‌ର ମୁଖ୍ୟମନ୍ତ୍ରୀ ଚେହେରା - ଇସୁଦାନ ଗାଧ୍ୱୀ

ଇସୁଦାନ ଗାଧ୍ୱୀ ଆପ୍‌ର ମୁଖ୍ୟମନ୍ତ୍ରୀ ଚେହେରା ହୋଇଛନ୍ତି । ଆପ୍‌ ପକ୍ଷରୁ ବିଦ୍ଧିବଧ ଭାବରେ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି । ଅଧିକ ପଢ଼ନ୍ତୁ

Isudan Gadhvi nominated as AAP CM candidate for Gujarat polls
Gujarat Assembly Election: ଇସୁଦାନ ଗାଧ୍ୱୀ ଆପ୍‌ର ମୁଖ୍ୟମନ୍ତ୍ରୀ ଚେହେରା
author img

By

Published : Nov 4, 2022, 3:11 PM IST

ଗାନ୍ଧୀନଗର: ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛି ଆପ । ଇସୁଦାନ ଗାଧ୍ବୀ ଆପ୍‌ର ମୁଖ୍ୟମନ୍ତ୍ରୀ ଚେହେରା ହୋଇଛନ୍ତି । ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଆଜି ଏହି ଘୋଷଣା କରିଛନ୍ତି । ଆପ୍‌ ପକ୍ଷରୁ ରାଜ୍ୟରେ ଅନେକ ଲୋକଙ୍କ ମତ ନେବା ପରେ ପ୍ରାର୍ଥୀ ଘୋଷଣା କରାଯାଇଥିବା ନେଇ ଆପ୍‌ ପକ୍ଷରୁ କୁହାଯାଇଛି । ଇସୁଦାନ ଆପର୍ ଜାତୀୟ ଯୁଗ୍ମ ସାଧାରଣ ସଚିବ ଅଛନ୍ତି ।

ଗୁଜରାଟରେ ଆପ୍‌ର ମୁଖ୍ୟମନ୍ତ୍ରୀ ଚେହେରା ବାଛିବା ପାଇଁ ଅନେକଙ୍କ ମତ ଚାହିଁଥିଲା ଆପ୍‌ । ଏହାକୁ ଗତ ଗୁରୁବାର ପର୍ଯ୍ୟନ୍ତ ଭଏସ୍‌ ମେଲ୍‌, ହ୍ବାଟ୍‌ସ୍‌ ଆପ୍‌, ଇ-ମେଲ, SMS ମାଧ୍ୟମରେ ଲୋକେ ନିଜ ପସନ୍ଦର ରାଜନୈତିକ ବ୍ୟକ୍ତିଙ୍କ ନାମ ପଠାଇଥିଲେ ।

ଏହାପୂର୍ବରୁ ରାଜ୍ୟ ଆପ୍‌ ମୁଖ୍ୟ ଗୋପାଲ ଇଟାଲିଆ ନାମ ଚର୍ଚ୍ଚାରେ ରହିଥିଲା । କାରଣ ଗତ କିଛି ମାସ ହେଲା ସେ ବିଭିନ୍ନ ରାଜ୍ୟ ବୁଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି ଆସୁଥିଲେ । ଏହାପରେ ଇସୁଦାନ ଗାଧ୍ବୀଙ୍କ ନାମ ମଧ୍ୟ ଆଲୋଚନା ହେଉଥିଲା । ତେବେ ଏହି ନାମ ଉପରେ ଆଜି ମୋହର ମାରିଛନ୍ତି ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ।

ଏହାକୁ ନେଇ ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, "ଗୁଜରାଟରେ ରାଜନୈତିକ ପାଣିପାଗ ପରିବର୍ତ୍ତନ ହେବାକୁ ଯାଉଛି । ଏଠାରେ ଆପ୍‌ ସରକାର ଗଢ଼ିବ । ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ଆମେ ଲୋକଙ୍କ ପଚାରିଥିଲୁ କିଏ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବା ଦରକାର, ସେତେବେଳ ଲୋକେ ଭଗୱନ୍ତ ମାନ୍‌ଙ୍କ ନାମ କହିଥିଲେ । ରାଜ୍ୟବାସୀଙ୍କ ଆଶୀର୍ବାଦରେ ଆମେ ସେଠାରେ ସରକାର ଗଢ଼ିଲୁ । ବର୍ତ୍ତମାନ ଏଠାରେ ମଧ୍ୟ ତାହା ଘଟିବାକୁ ଯାଉଛି ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.