ETV Bharat / bharat

Telangana Assembly Poll: ସମସ୍ତ 119 ଆସନରେ ପ୍ରାର୍ଥୀ ଘୋଷଣା କଲା BRS, ମାତ୍ର 7 ଆସନରେ ପରିବର୍ତ୍ତନ

ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ସମସ୍ତ 119 ଆସନରେ ପ୍ରାର୍ଥୀ ଦେଲା BRS । ମାତ୍ର 7ଟି ଆସନରେ ନୂଆ ମୁହଁ । ଦୁଇଟି ଆସନରୁ ଲଢ଼ିବେ ମୁଖ୍ୟମନ୍ତ୍ରୀ କେସିଆର । ଅଧିକ ପଢନ୍ତୁ

author img

By

Published : Aug 21, 2023, 3:56 PM IST

Updated : Aug 21, 2023, 4:17 PM IST

Telangana assembly poll: ସମସ୍ତ 119 ଆସନରେ ପ୍ରାର୍ଥୀ ଦେଲା BRS, ମାତ୍ର 7 ନୂଆ ମୁହଁ

ହାଇଦ୍ରାବାଦ: ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିଛି ଶାସକ ଭାରତ ରାଷ୍ଟ୍ର ସମିତି (BRS) । ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବାର ଯଥେଷ୍ଟ ପୂର୍ବରୁ ଆଜି ମାତ୍ର ଗୋଟିଏ ପର୍ଯ୍ୟାୟରେ ଦଳ ରାଜ୍ୟର ସମସ୍ତ 119 ଆସନରେ ପ୍ରାର୍ଥୀ ଘୋଷଣା କରିଛି । ହେଲେ ଏଥିରେ ମାତ୍ର 7ଟି ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିଛି ଦଳ । ଚଳିତ ବର୍ଷ ଶେଷ ସୁଦ୍ଧା ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏଥିରେ କ୍ଷମତା ବଜାୟ ରଖିବା ପାଇଁ ମୁଖ୍ଯମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ଦଳ ‘ଭାରତ ରାଷ୍ଟ୍ର ସମିତି’ ପ୍ରୟାସ କରୁଥିବା ବେଳେ ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ଭାବେ କଂଗ୍ରେସ ଓ ଦ୍ବିତୀୟ ପ୍ରତିଦ୍ବନ୍ଦ୍ବୀ ଭାବେ ଭାରତୀୟ ଜନତା ପାର୍ଟି ରହିଛି ।

  • Telangana CM and BRS chief K Chandrasekhar Rao releases a list of candidates for the upcoming State Elections.

    CM to contest from Kamareddy and Gajwel and minister Kalvakuntla Taraka Rama Rao (KTR) from Sircilla. pic.twitter.com/sfYVwJ8ICF

    — ANI (@ANI) August 21, 2023 " class="align-text-top noRightClick twitterSection" data=" ">

ଆଜି ଦଳର ନିର୍ବାଚନର ଯଥେଷ୍ଟ ପୂର୍ବରୁ ରାଜ୍ୟର ସମସ୍ତ ଆସନରେ ପ୍ରାର୍ଥୀ ଘୋଷଣା କରିଛନ୍ତି ଦଳମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ କେସିଆର । ଏହି ଅବସରରେ ସେ କହିଛନ୍ତି, ମୋଟ ଆସନରୁ ତାଙ୍କ ଦଳ 95ରୁ 105ଟି ଆସନ ଜିତିବାକୁ ଯାଉଛି । ତେବେ ମୁଖ୍ୟମନ୍ତ୍ରୀ କେସିଆର୍‌ ନିଜର ପାରମ୍ପରିକ ଆସନ ଗଜଓ୍ବେଲ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ୁଥିବା ବେଳେ ଚଳିତ ଥର ଆଉ ଗୋଟିଏ ଅତିରିକ୍ତ ଆସନରୁ ମଧ୍ୟ ପ୍ରତିଦ୍ବନ୍ଦ୍ବିତା କରିବେ । ଏହି ଦ୍ବିତୀୟ ଆସନଟି ହେବ କାମାରେଡ୍ଡୀ ।

ଏହା ମଧ୍ୟ ପଢନ୍ତୁ:-Assembly poll: ମଧ୍ୟ ପ୍ରଦେଶ, ଛତିଶଗଡ଼ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କଲା BJP

ରାଜ୍ୟରେ ଶାସକ BRSର ମୁଖ୍ୟ ପ୍ରତିଦ୍ବନ୍ଦୀ ଥିବା କଂଗ୍ରେସ କିମ୍ବା ଅନ୍ୟ ପ୍ରତିଦ୍ବନ୍ଦ୍ବୀ BJP ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାର୍ଥୀ ଚୂଡାନ୍ତ କରିପାରିନାହାନ୍ତି । କଂଗ୍ରେସ 18ରୁ 25 ମଧ୍ୟରେ ଟିକେଟ୍‌ ଆଶାୟୀଙ୍କ ଆବେଦନ ଗ୍ରହଣ କରିବା ପାଇଁ ସମୟ ଘୋଷଣା କରିଛି । ପରେ ବିଭିନ୍ନ ମାପଦଣ୍ଡରେ ଯୋଗ୍ୟ ପ୍ରାର୍ଥୀ ଚୟନ କରିବା ପରେ କଂଗ୍ରେସ ପ୍ରର୍ଯ୍ୟାୟ କ୍ରମେ ଘୋଷଣା କରିବ ।

ଚଳିତ ବର୍ଷ ଶେଷ ଭାଗରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ଛତିଶଗଡ଼ ଓ ମଧ୍ୟ ପ୍ରଦେଶ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ଭାରତୀୟ ଜନତା ପାର୍ଟି । 90 ଆସନ ବିଶିଷ୍ଟ କଂଗ୍ରେସ ଶାସିତ ଛତିଶଗଡ଼ ପାଇଁ ପ୍ରଥମ ପର୍ଯ୍ୟାରେ 21 ପ୍ରାର୍ଥୀ ଓ ମଧ୍ୟ ପ୍ରଦେଶରେ 230 ଆସନ ମଧ୍ୟରୁ 39 ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଦଳ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 21, 2023, 4:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.