ETV Bharat / bharat

ଆଜି ଜମ୍ମୁରେ ପ୍ରଥମ ମଲ୍ଟିପ୍ଲେକ୍ସର ଉଦ୍‌ଘାଟନ କରିବେ ମନୋଜ ସିହ୍ନା

author img

By

Published : Sep 20, 2022, 11:11 AM IST

90 ଦଶକ ପରେ ଘାଟିକୁ ଫେରୁଛି ସିନେମା । 30 ବର୍ଷ ପରେ ପୁଣି ହଲରେ ସିନେମା ଦେଖିବେ ଜମ୍ମୁ କଶ୍ମୀରବାସୀ । କଶ୍ମୀରରେ ପ୍ରଥମ ମଡନ ମଲ୍ଟିପ୍ଲେକ୍ସ ସିନେମା ହଲ୍‌ର ଉଦଘାଟନ କରିବେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ।

kashmir first multiplex
ଆଜି ଜମ୍ମୁରେ ପ୍ରଥମ ମଲ୍ଟିପ୍ଲେକ୍ସର ଉଦଘାଟନ କରିବେ ମନୋଜ ସିହ୍ନା

ଶ୍ରୀନଗର: ଘାଟିରୁ ହଟିବ ଭୟର ପରଦା । ସିନେମା ହଲ ଆଗରେ ଲାଗିବ ଲମ୍ବା ଲାଇନ୍‌ । ପୁଣି ଦର୍ଶକଙ୍କ ହୋ ହାଲ୍ଲାରେ କମ୍ପିବ ସିନେମା ହଲ। 30 ବର୍ଷ ପରେ ଜମ୍ମୁ କଶ୍ମୀରକୁ ଫେରିଛି ସିନେମା । ଆଜି (ମଙ୍ଗଳବାର) କଶ୍ମୀରରେ ପ୍ରଥମ INOX ମଡନ ମଲ୍ଟିପ୍ଲେକ୍ସ ସିନେମା ହଲର ଉଦଘାଟନ କରିବେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା । ଏଥିରେ ପ୍ରଥମ ଫିଲ୍ମ ଅମିର ଖାନଙ୍କ ଅଭିନୀତ ଲାଲ ସିଂ ଚଡ୍ଡା ଦେଖିବେ ଦର୍ଶକ ।

30 ବର୍ଷ ପରେ ପୁଣି ହଲରେ ସିନେମା ଦେଖିବେ ଜମ୍ମୁ କଶ୍ମୀରବାସୀ । ଆଜି ଏଠାରେ ପ୍ରଥମ ମଲ୍ଟିପ୍ଲେକ୍ସର ଶୁଭାରମ୍ଭ ହେବ । ସାଧାରଣ ଲୋକଙ୍କ ପାଇଁ ମଲ୍ଟିପ୍ଲେକ୍ସ ଖୋଲାଯିବ । 30 ସେପ୍ଟେମ୍ବରରୁ ହିତ୍ରିକ ରୋଶନ ଏବଂ ସୈଫ ଅଲ୍ଲୀ ଖାନଙ୍କ ଅଭିନୀୟ 'ବିକ୍ରମ ବେଦା'ର ସ୍କିନିଂ ପରେ ନିୟମିତ ଭାବେ ସୋ ଚାଲିବ । ମଲ୍ଟିପ୍ଲେକ୍ସ ସିନେମା ହଲ ଆଇନକ୍ସ ଦ୍ବାରା ନିର୍ମିତ ହୋଇଛି । ଏହାର ମାଲିକାନା ନେଇଛନ୍ତି ଡିପି ଧର । ଯାହାକୁ ଆଜି ଉଦ୍‌ଘାଟନ କରିବେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା । ଏଥିରେ ମୋଟ ୫୨୦ ସିଟ୍ ବିଶିଷ୍ଟ ୩ଟି ଚଳଚ୍ଚିତ୍ର ପ୍ରେକ୍ଷାଳୟ ରହିବ ।

90 ଦଶକ ପୂର୍ବରୁ ଶ୍ରୀନଗର ସହରରେ ପ୍ରାୟ 12ଟି ସିନେମା ହଲ୍‌ ଥିଲା । ଆତଙ୍କବାଦୀଙ୍କ ବିସ୍ଫୋରଣ ପରେ ସେଗୁଡିକ ବନ୍ଦ ହୋଇ ଯାଇଥିଲେ । ସିନେମା ହଲ ଗୁଡିକୁ ସୁରକ୍ଷା ବାହିନୀ ଶିବିର କିମ୍ବା ସପିଂ ମଲରେ ପରିଣତ କରାଯାଇଥିଲା । ଫାରୁକ୍ ଅବଦୁଲ୍ଲାଙ୍କ ସରକାର ସମୟରେ 1998ରେ ତିନୋଟି ସିନେମା ହଲ୍ ବ୍ରୋଡୱେ, ନିଲମ୍ ଏବଂ ରେଗାଲ୍ ଖୋଲାଯାଇଥିଲା । ରେଗାଲ୍ ସିନେମା ହଲ ଆଗରେ ଗ୍ରେନେଡ୍ ବିସ୍ଫୋରଣ ହେବାରୁ ସେଗୁଡିକୁ ତୁରନ୍ତ ବନ୍ଦ କରି ଦିଆଯାଇଥିଲା । ସେବେଠୁ କାଶ୍ମୀରରେ ଆଉ ସିନେମା ହଲ୍‌ ଖୋଲିନଥିଲା ।

ଏହା ବି ପଢନ୍ତୁ...ପୁଲୱାମାରେ ଖୋଲିଲା ବହୁମୁଖୀ ସିନେମା ହଲ

ଧାରା 370 ରଦ୍ଦ ହେବା ପରେ ସରକାର ଉପତ୍ୟକାରେ ସିନେମା ଏବଂ ଚଳଚ୍ଚିତ୍ର ସଂସ୍କୃତିକୁ ପୁନର୍ଜୀବିତ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି । ଗତ ସପ୍ତାହରେ ପୁଲୱାମା ଏବଂ ସୋପିଆନରେ ବହୁମୁଖୀ ସିନେମା ହଲର ଉଦଘାଟନ କରିଥିଲେ ଜମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା । ଆଜି ଉଦଘାଟତ ହେବାକୁ ଥିବା INOX ମଡନ ମଲ୍ଟିପ୍ଲେକ୍ସ ସିନେମା ହଲରେ ଅକ୍ଟୋବର 1ରୁ ନିୟମିତ ସୋ ଚାଲିବ ।

ସେପ୍ଟେମ୍ବର 26 ପରେ ଟିକେଟ ସେବା ଆରମ୍ଭ ହେବ । ମଲ୍ଟିପ୍ଲେକ୍ସ ମାଲିକ ଡି ପି ଧର କହିଛନ୍ତି, ''90 ଦଶକ ପରେ କଶ୍ମୀରର ଯୁବପୀଢି ସିନେମା ଦେଖିବେ । ମନୋରଞ୍ଜନର ଅନୁଭୁତି ନେବେ । ସିନେମାକୁ ନେଇ ମନୋରଞ୍ଜନର କୌଣସି ମାଧ୍ୟମ ନଥିଲେ । ସିନେମାରେ ସେମାନଙ୍କୁ ଅନୁଭୂତି ପ୍ରଦାନ କରିବ ଯାହାକି ଗତ 30 ବର୍ଷ ହେବ ସେମାନେ ହରାଇଥିଲେ ।''

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.