ବେଙ୍ଗାଲୁରୁ: ଦେଶରେ ଦିନକୁ ଦିନ ବୃଦ୍ଧି ପାଉଛି ଓମିକ୍ରନ ସଂକ୍ରମଣ (Omicron) । ଗୋଟିଏ ପରେ ଗୋଟିଏ ରାଜ୍ୟକୁ ଓମିକ୍ରନ ବ୍ୟାପିଚାଲିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । କର୍ଣ୍ଣାଟକରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ରାତ୍ରି କାଳିନ କର୍ଫ୍ୟୁ (Karnataka reimpose night curfew) ଘୋଷଣା କରାଯାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ କେ ସୁଧାକର ସୂଚନା ଦେଇଛନ୍ତି । ଆସନ୍ତା ଡିସେମ୍ବର ୨୮ ତାରିଖ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ରାତ୍ରିକାଳିନ କର୍ଫ୍ୟୁ ଲାଗୁ କରାଯିବ । ୧୦ ଦିନ ପର୍ଯ୍ୟନ୍ତ ଏହି ନାଇଟ କର୍ଫ୍ୟୁ ଜାରି ରହିବ ।
ଆଗକୁ ନୂଆବର୍ଷ ଥିବାରୁ ସମାବେଶ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି । ରାଜ୍ୟରେ ହୋଟେଲ, ପବ୍, ରେସ୍ତୋରାଁ ଗୁଡିକରେ କେବଳ ୫୦ ଜଣଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିଛି । ତେବେ କର୍ଣ୍ଣାଟକରେ ଗତକାଲି ୭ ଓମିକ୍ରନ ମାମଲା ଚିହ୍ନଟ ହୋଇଥିବା ବେଳେ ଏହାକୁ ମିଶାଇ ରାଜ୍ୟରେ ମୋଟ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୩୮ରେ ପହଞ୍ଚିଛି ।