ETV Bharat / bharat

ବଦଳିଲେ କମଲନାଥ, ଜିତୁ ପଟ୍ଟଓ୍ବାରୀ ମଧ୍ୟ ପ୍ରଦେଶର ନୂଆ ପିସିସି ସଭାପତି

author img

By ETV Bharat Odisha Team

Published : Dec 16, 2023, 9:50 PM IST

Jitu Patwari New MP Congress Chief: ହଟିଲେ କମଲନାଥ । ଯୁବନେତା ଜିତୁ ପଟ୍ଟଓ୍ବାରୀଙ୍କୁ ପ୍ରଦେଶ କମିଟି ଅଧ୍ୟକ୍ଷ ଦାୟିତ୍ବ । ଅଧିକ ପଢନ୍ତୁ

ବଦଳିଲେ କମଲନାଥ, ଜିତୁ ପଟ୍ଟଓ୍ବାରୀ ମଧ୍ୟ ପ୍ରଦେଶର ନୂଆ ପିସିସି ସଭାପତି
ବଦଳିଲେ କମଲନାଥ, ଜିତୁ ପଟ୍ଟଓ୍ବାରୀ ମଧ୍ୟ ପ୍ରଦେଶର ନୂଆ ପିସିସି ସଭାପତି

ନୂଆଦିଲ୍ଲୀ/ଭୋପାଳ: ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ପିସିସି ସଭାପତି ପଦରୁ ହଟିଲେ ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ । ତାଙ୍କ ସ୍ଥାନରେ ଯୁବନେତା ଜିତୁ ପଟ୍ଟଓ୍ବାରୀଙ୍କୁ ଦଳ ରାଜ୍ୟ ୟୁନିଟର ଦାୟିତ୍ବ ଦେଇଛି । ଯୁବ ନେତା ଜିତୁ କମଲନାଥଙ୍କ ସରକାରରେ ମନ୍ତ୍ରୀ ଭାବେ ଦାୟିତ୍ବ ନିର୍ବାହ କରିଥିଲେ । ମାତ୍ର ଚଳିତ ନିର୍ବାଚନରେ ସେ ପରାଜିତ ହୋଇଛନ୍ତି । ସାଓ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢି ସେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀଙ୍କ ଠାରୁ ପ୍ରାୟ 35 ହଜାର ଭୋଟ ବ୍ୟବଧାନରେ ପରାଜିତ ହୋଇଛନ୍ତି ।

ସେହିପରି ପ୍ରଦେଶ ଅଧ୍ୟକ୍ଷ ବ୍ୟତୀତ କଂଗ୍ରେସ ଅନ୍ଯ କିଛି ଦାୟିତ୍ବରେ ମଧ୍ୟ ଆଜି ଘୋଷଣା କରିଛି । ଉମାଙ୍ଗ ସିଙ୍ଗରଙ୍କୁ କଂଗ୍ରେସ ବିଧାୟକ ଦଳର ନେତା ଭାବରେ ନିଯୁକ୍ତ କରିଛି । ଅର୍ଥାତ ସେ ହିଁ ବିଧାନସଭାରେ ବିରୋଧୀ ଦଳର ନେତା ହେବାକୁ ଯାଉଛନ୍ତି । ସେହିପରି ଅନ୍ୟତନ ବରିଷ୍ଠ ନେତା ହେମନ୍ତ କାଟାରେଙ୍କୁ ଉପନେତା ଭାବରେ ମନୋନୀତ କରିଛି ଦଳ । ତେବେ ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ଫଳାଫଳ ପରେ ମଧ୍ୟ ପ୍ରଦେଶରେ ଦଳ ସାଙ୍ଗଠନିକ ଦାୟିତ୍ବ ପରିବର୍ତ୍ତନ କରିବା ନେଇ ଅନୁମାନ କରାଯାଉଥିଲା । ପ୍ରଦେଶ ଅଧ୍ୟକ୍ଷ ପଦରୁ କମଲନାଥଙ୍କୁ ଦଳ ଅପସାରଣ କରିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା, ତାହା ଆଜି ସତ ପ୍ରମାଣିତ ହୋଇଛି ।

ଏହା ମଧ୍ୟ ପଢନ୍ତୁ :- 2018ରେ ଶାହଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ମାମଲା: ଜାନୁଆରୀ 6ରେ କୋର୍ଟରେ ହାଜର ହେବେ ରାହୁଲ

2018 ବିଧାନସଭା ନିର୍ବାଚନରେ କମଲନାଥଙ୍କ ନେତୃତ୍ବରେ ଦଳ ବହୁମତ ପାଇ ସରକାର ଗଠନ କରିଥିଲା । କମଲନାଥ ମୁଖ୍ୟମନ୍ତ୍ରୀ ହୋଇଥିଲେ। ମାତ୍ର 2020 ରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ନିଜ ସମର୍ଥିତ ବିଧାୟକଙ୍କ ସହ ଦଳ ପରିବର୍ତ୍ତନ କରି ବିଜେପିରେ ସାମିଲ ହେବା କାରଣରୁ କମଲନାଥ ସରକାରର ମଧ୍ୟ ପତନ ଘଟିଥିଲା । ରାଜ୍ୟରେ ଶିବରାଜ ସିଂଙ୍କ ନେତୃତ୍ବରେ ସରକାର ଗଠନ କରିଥିଲା ବିଜେପି । ଚଳିତ ବିଧାନସଭା ନିର୍ବାଚନ (2023) ରେ କଂଗ୍ରେସ କମଲନାଥଙ୍କ ଚେହେରାରେ ନିର୍ବାଚନ ଲଢିଥିଲା । ଦଳ କ୍ଷମତାକୁ ଫେରିବା ନେଇ ଆଶା କରାଯାଉଥିଲେ ସୁଦ୍ଧା ସେପରି ହେଲା ନାହିଁ । ଦଳ ବିରୋଧୀ ଦଳ ଭୂମିକାରେ ସନ୍ତୁଷ୍ଟ ହେବାକୁ ବାଧ୍ୟ ହେବା ସହ ଏବେ ଦଳର ପ୍ରାଦେଶିକ କମିଟିର କମାଣ୍ଡ ମଧ୍ୟ କମଲନାଥଙ୍କ ହାତରୁ ଚାଲିଯାଇଛି । ମୋହନ ଯାଦବ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.