ETV Bharat / bharat

'ପିନାରାଇ ବିଜୟନ ଆତଙ୍କବାଦୀଙ୍କୁ କ୍ୟାବିନେଟରେ ଅନ୍ତର୍ଭୁକ୍ତ କରୁଛନ୍ତି'

author img

By

Published : Feb 22, 2021, 8:59 AM IST

କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଆତଙ୍କବାଦୀଙ୍କୁ କ୍ୟାବିନେଟରେ ଅନ୍ତର୍ଭୁକ୍ତ କରୁଛନ୍ତି ବୋଲି ରାଜ୍ୟ ବିଜେପି ସଭାପତି ଅଭିଯୋଗ ଆଣିଛନ୍ତି । ଅଧିକ ପଢନ୍ତୁ...

'ପିନାରାଇ ବିଜୟାନ ଆତଙ୍କବାଦୀଙ୍କୁ କ୍ୟାବିନେଟରେ ଅନ୍ତର୍ଭୁକ୍ତ କରୁଛନ୍ତି'

ଥିରୁଅନନ୍ତପୁରମ: କେରଳ ରାଜ୍ୟ ବିଜେପି ସଭାପତି କେ ସୁରେନ୍ଦ୍ରାନ୍ ଆତଙ୍କବାଦୀ ଗୋଷ୍ଠୀଙ୍କୁ ପ୍ରତିପୋଷଣ କରୁଥିବା ଦର୍ଶାଇ କେରଳ ସରକାରଙ୍କ ଉପରେ ବର୍ଷିଥିବା ଦେଖିବାକୁ ମିଳିଛି । ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥଙ୍କ ସରକାର ଆତଙ୍କବାଦୀଙ୍କ ପାଇଁ ଜେଲ ପ୍ରସ୍ତୁତ କରୁଥିବାବେଳେ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ସେମାନଙ୍କୁ କ୍ୟାବିନେଟରେ ଅନ୍ତର୍ଭୁକ୍ତ କରିଛନ୍ତି ବୋଲି ସେ କହିଛନ୍ତି।

ସେ ବିଜେପିର ବିଜୟ ଯାତ୍ରାର ଉଦଘାଟନୀ ସମାରୋହରେ ଅଧ୍ୟକ୍ଷତା କରିବା ସମୟରେ ଏହି ଅଭିଯୋଗ ଆଣିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଗତ ଦଶନ୍ଧି ଧରି ରାଜ୍ୟକୁ ବିକଳ୍ପ ଭାବେ ନେତୃତ୍ବ ଦେଇଥିବା LDF ଏବଂ UDF ସରକାରଙ୍କ ବିରୋଧରେ ଲୋକଙ୍କ କ୍ରୋଧ ବିଜୟ ଯାତ୍ରାରେ ଭଲ ପ୍ରଦର୍ଶନ କରିବ ।

ସାବରିମାଳା ବିଷୟରେ କହୁଥିବା ଉଭୟ ଓମେନ୍ ଚାଣ୍ଡି ଏବଂ ରମେଶ ଚେନ୍ନିଥାଲା ବର୍ତ୍ତମାନ ଜନସାଧାରଣଙ୍କୁ ଭ୍ରମିତ କରୁଛନ୍ତି । କେରଳର ପୂର୍ବତନ ସିଏମ ଓମେନ ଚାଣ୍ଡି ଚୁପ୍ ରହିଥିବାବେଳେ ପିନାରାଇ ସରକାର ହିନ୍ଦୁ ଏବଂ ସାବରିମାଳା ଭକ୍ତଙ୍କୁ ହଇରାଣ କରୁଛନ୍ତି ବୋଲି ସୁରନ୍ଦ୍ରାନ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.