ନୂଆଦିଲ୍ଲୀ: ଦେଶରେ ଜାରି ରହିଛି ଟୀକାକରଣ । କୋଭିଡ ବିରୋଧି ଟୀକାକରଣ ସଫଳତାର ସହ ପରିଚାଳନା କରାଯାଉଥିବା ବେଳେ ବିରୋଧି ଦଳ କିନ୍ତୁ ଟୀକାକରଣକୁ ନେଇ ଦାୟିତ୍ବହୀନ ମନ୍ତବ୍ୟ ଦେଉଛନ୍ତି ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଏହା ଏକ ଭିତ୍ତିହୀନ ଅଭିଯୋଗ ବୋଲି କହିଛନ୍ତି ନଡ୍ଡା ।
ଏହି ମହାମାରୀର ମୁକାବିଲା ପାଇଁ ନଡ୍ଡା କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଜ୍ୟରେ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱକୁ ବେଶ ପ୍ରଶଂସା କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ଲୋକଙ୍କୁ ୫୦ କୋଟି ଡୋଜ ଟିକା ଦେଇଛୁ ଏବଂ ଡିସେମ୍ବର ସୁଦ୍ଧା ଆମେ ଭାରତର 135 କୋଟି ଲୋକଙ୍କୁ ଟୀକାକରଣ କରିବୁ । ଏହା ବିଶ୍ବର ସବୁଠାରୁ ବଡ ଏବଂ ଦ୍ରୁତ ଟୀକାକରଣ କାର୍ଯ୍ୟକ୍ରମ ବୋଲି ନଡ୍ଡା କହିଛନ୍ତି । ଉତ୍ତରପ୍ରଦେଶ ଗସ୍ତର ଦ୍ୱିତୀୟ ଦିନରେ ସେ ପାର୍ଟି କର୍ମୀଙ୍କ ସହ ଏକ ସାଂଗଠନିକ ବୈଠକରେ ଅଂଶଗ୍ରହଣ କରିଥିଲେ ଯେଉଁଥିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଯୋଗ ଦେଇଥିଲେ ।
ପାର୍ଟିର କର୍ମକର୍ତ୍ତାମାନେ ସେମାନଙ୍କୁ ସ୍ୱାଗତ କରିଥିଲେ, ଏହା ପରେ ଏକ ହୋଟେଲରେ ସାଂଗଠନିକ କର୍ମକର୍ତ୍ତାଙ୍କୁ ନେଇ ଏକ ବୈଠକ ହୋଇଥିଲା । ଏହି ସଭାରେ ଯୋଗ ଦେଇ ନଡ୍ଡା କହିଥିଲେ ଯେ ଯେ ବିଜେପି ସରକାର କୋରୋନା ସଙ୍କଟକୁ ସଫଳତାର ସହ ପରିଚାଳନା କରୁଥିବାବେଳେ ବିରୋଧୀ ଦଳ ଦାୟିତ୍ବ ହୀନ କାର୍ଯ୍ୟ କରିଛନ୍ତି। ଏଥିସହ ସେ କହିଛନ୍ତି ଯେ କିଛି ବିରୋଧୀ ଦଳର ନେତା ଟିକା ନେଇ ଭିତ୍ତିହୀନ ଅଭିଯୋଗ ଆଣି ଏହାକୁ ବିଜେପି ଟିକା ବୋଲି କହିଛନ୍ତି ।
ଏତେ ସଂକୀର୍ଣ୍ଣ ଚିନ୍ତାଧାରା ବିଶିଷ୍ଟ ବ୍ୟକ୍ତି ଏତେ ବଡ ରାଜ୍ୟକୁ କିପରି ଆଗେଇ ନେବେ ବୋଲି ପ୍ରଶ୍ନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ।