ETV Bharat / bharat

ରନୱେରେ ଅଟକିଲା ବିମାନ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ - ରନଓ୍ବେରେ ଅଟକିଲା ଇଣ୍ଡିଗୋ ବିମାନ

ଜୋରହାଟ ବିମାନ ବନ୍ଦରରୁ କୋଲକାତା ଉଡାଣ ଆରମ୍ଭ ସମୟରେ ରନଓ୍ବେରେ ଅଟକିଲା ଇଣ୍ଡିଗୋ ବିମାନ । ଅଧିକ ପଢନ୍ତୁ

ରନଓ୍ବେରେ ଅଟକିଲା ବିମାନ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

author img

By

Published : Jul 29, 2022, 10:08 AM IST

ଗୌହାଟୀ: ଉଡାଣ ପୂର୍ବରୁ ରନଓ୍ବେରେ ଅଟକିଲା ଇଣ୍ଡିଗୋ ବିମାନ । ଆସାମ ଜୋରହାଟ ବିମାନ ବନ୍ଦରରୁ କୋଲକାତା ଉଡାଣ ଆରମ୍ଭ କରୁଥିବା ସମୟରେ ଇଣ୍ଡିଗୋ ବିମାନରେ ଏଭଳି ତ୍ରୁଟି ଦେଖାଦେଇଥିଲା । ଯାନ୍ତ୍ରୀକ ତ୍ରୁଟିକୁ ସୁଧାରିବା ପାଇଁ ଦୀର୍ଘ ୬ ଘଣ୍ଟା ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ ଅଧିକାରୀ ମାନେ । ଶେଷରେ ବିମାନଟିକୁ ବାତିଲ କରିଦିଆଯାଇଥିଲା ।

ରନଓ୍ବେରେ ଅଟକିଲା ବିମାନ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ରନଓ୍ବେରେ ଅଟକିଲା ବିମାନ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

IndiGo ବିମାନ 6E-757 ଗୁରୁବାର ରାତି ୨ଟା ୨୦ ମିନିଟ ସମୟରେ ଜୋରହାଟ ବିମାନ ବନ୍ଦରରୁ କୋଲକାତା ଉଡ଼ାଣ ପାଇଁ ପ୍ରସ୍ତୁତ ହେଉଥିଲା, ତେବେ ନିର୍ଦ୍ଧାରିତ ସମୟ ଅନୁସାରେ ଉଡାଣ ଆରମ୍ଭ ପୂର୍ବରୁ ବିମାନର ଚକ ହଠାତ୍ ଖସି ଯାଇ ରନୱେରେ ଥିବା ମାଟିରେ ଅଟକି ଯାଇଥିଲା । ଫଳରେ ବିମାନରେ ଥିବା ଯାତ୍ରୀ ଆତଙ୍କିତ ହୋଇଥିଲେ ।

ଇଣ୍ଡିଗୋ ବିମାନଟିରେ ୯୮ ଜଣ ଯାତ୍ରୀ ଥିବା ବେଳେ କେହି ଆହତ ହୋଇନଥିବା ସୂଚନା ମିଳିଛି । ସମସ୍ତ ଯାତ୍ରୀଙ୍କୁ ବିମାନବନ୍ଦରର ଓ୍ବେଟିଂ ହଲକୁ ନିଆଯାଇ ଖାଦ୍ୟ ପାନୀୟ ବ୍ୟବସ୍ଥା କରାଯାଇଥିବା ଜଣେ ଅଧିକାରୀ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.