ETV Bharat / bharat

ଭାରତର ଶେଷ ଗାଁରେ ଆରମ୍ଭ ହେଲା 4G ଯୁଗ - ମାଣା ଗ୍ରାମରେ ଆରମ୍ଭ ହେଲା 4G ସେବା

ଉତ୍ତରାଖଣ୍ଡର ବଦ୍ରିନାଥ ଧାମ ନିକଟ ମାଣା ଗ୍ରାମରେ ଆରମ୍ଭ ହେଲା 4G ସେବା । ଅଧିକ ପଢନ୍ତୁ

ଭାରତର ସୀମାନ୍ତ ଗ୍ରାମରେ ଆରମ୍ଭ ହେଲା 4G ସେବା

author img

By

Published : Dec 11, 2022, 12:22 PM IST

ଡେରାଡୁନ: ଭାରତର ଶେଷ ଗ୍ରାମରେ ଆରମ୍ଭ ହେଲା 4G ସେବା । ଉତ୍ତରାଖଣ୍ଡର ବଦ୍ରିନାଥ ଧାମ ନିକଟ ମାଣା ଗ୍ରାମରେ ଏହି ସେବା ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି (CM Dhami launched 4G service)। ଚାରିଧାମ, ହେମକୁଣ୍ଡ ସାହିବଙ୍କ ସମେତ ତୀର୍ଥଯାତ୍ରୀ ଏବଂ ସ୍ଥାନୀୟ ଜନସାଧାରଣ 4G ସେବାର ସୁବିଧା ପାଇବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଦୀର୍ଘ ଦିନ ଧରି ଏହି ଗ୍ରାମରେ 4G ସେବା ଆରମ୍ଭ କରିବା ନେଇ ଦାବି ହୋଇ ଆସୁଥିଲା । ଶନିବାର ବଦ୍ରିନାଥ ଧାମ ନିକଟରେ ଏହି ସେବା ଆରମ୍ଭ କରି ଗ୍ରାମବାସୀଙ୍କ ଦାବିକୁ ପୂରଣ କରିଥିଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ । ଦେଶର ସିମାନ୍ତ ଗ୍ରାମ ମାଣାରେ 4G ସେବା ଆରମ୍ଭ କରିଥିବାରୁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଜିଓଙ୍କୁ ପ୍ରଶଂସା କରିଛନ୍ତି।

ଏହା ମଧ୍ୟ ପଢନ୍ତୁ-Delhi liquor Scam Case: ଆଜି କବିତାଙ୍କୁ ଜେରା କରିବ ସିବିଆଇ

ଏଥିସହ ସେ କହିଛନ୍ତି ଯେ,'' ଜିଓ 4G ସେବା ଆରମ୍ଭ କରିବାରେ ପ୍ରଥମ ଅପରେଟର ହୋଇପାରିଛି । ସୁରକ୍ଷା ପାଇଁ ନିୟୋଜିତ ଥିବା ସୁରକ୍ଷାବଳ, ତୀର୍ଥଯାତ୍ରୀ, ସ୍ଥାନୀୟ ଜନ ସାଧାରଣ ଏହି ସେବାର ଲାଭ ଉଠାଇପାରିବେ । କେବଳ ଏତିକି ନୁହେଁ,4700 ରୁ ଅଧିକ ରିଲାଆନ୍ସ ଜିଓ ଟାୱାର ଉତ୍ତରାଖଣ୍ଡର ହଜାର ହଜାର ଗ୍ରାମରେ ସ୍ଥାପନ କରାଯାଇଛି । ଦେଶର ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ ଇଣ୍ଡିଆର ସ୍ବପ୍ନ ଧିରେ ଧିରେ ପୂରଣ ହେଉଛି । ବଦ୍ରିନାଥ ମନ୍ଦିର ଏବଂ କେଦାରନାଥ ମନ୍ଦିରକୁ ଡେଡିକେଟେଡ କନେକ୍ଟିଭିଟି ସଂଯୋଗୀକରଣ ଲାଇନ ଯୋଗାଇ ଦିଆଯାଇଛି ।

2022 ମସିହାରେ ସୋନପ୍ରୟାଗରୁ କେଦାରନାଥ ଧାମ ପର୍ଯ୍ୟନ୍ତ 4G ସୁବିଧା ଯୋଗାଇ ଦିଆଯାଇଥିବା ମୁଖ୍ୟମନ୍ତ୍ରୀ ଧାମି କହିଛନ୍ତି । ତେବେ ଖୁବଶୀଘ୍ର ଉତ୍ତରାଖଣ୍ଡରେ ରିଲାଏନ୍ସ ଜିଓ 5G ସେବା ଆରମ୍ଭ ମଧ୍ୟ ହେବାକୁ ଯାଉଥିବା କହିଥିଲେ ମୁଖ୍ୟମନ୍ତ୍ରୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.