ETV Bharat / bharat

Jamia Masjid row: ମସଜିଦରେ ପ୍ରାର୍ଥନା ଡାକରା, ଶ୍ରୀରଙ୍ଗାପାଟନାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି - କର୍ଣ୍ଣାଟକ ଶ୍ରୀରଙ୍ଗାପାଟନାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

କର୍ଣ୍ଣାଟକ ଶ୍ରୀରଙ୍ଗାପାଟନା ଜାମିଆ ମସଜିଦରେ ପ୍ରାର୍ଥନା କରିବା ଡାକରା । ଉକ୍ତ ଅଞ୍ଚଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

Jamia Masjid row: ମସଜିଦରେ ପ୍ରାର୍ଥନା କରିବା ଡାକରା, ଶ୍ରୀରଙ୍ଗାପାଟନାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

author img

By

Published : Jun 4, 2022, 11:59 AM IST

ବେଙ୍ଗାଲୁରୁ: କର୍ଣ୍ଣାଟକର ଶ୍ରୀରଙ୍ଗାପାଟନା ଠାରେ ଥିବା ଜାମିଆ ମସଜିଦ (Jamia Masjid row)ରେ ଆଜି (ଶନିବାର) ହନୁମାନ ଭକ୍ତଙ୍କ ପ୍ରାର୍ଥନା କରିବା ଡାକରା । ସହରରେ ବିଶୃ୍ଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ଜିଲ୍ଲା ପ୍ରଶାସନ ଜୁନ ୩ ସନ୍ଧ୍ୟାଠାରୁ ୫ ତାରିଖ ସକାଳ ପର୍ଯ୍ୟନ୍ତ କର୍ଣ୍ଣାଟକ ପୋଲିସକୁ ମୁତୟନ କରିଛି । ବିଶ୍ବ ହିନ୍ଦୁ ପରିଷଦ(VHP) ଓ ବଜରଙ୍ଗ ଦଳ କର୍ମଚାରୀଙ୍କୁ ଆଜି ଶ୍ରୀରଙ୍ଗାପାଟନାରେ ଏକତ୍ର ହେବା ପାଇଁ ଡାକରା ଦେଇଥିଲେ ।

ଜାମିଆ ମସଜିଦ
ଜାମିଆ ମସଜିଦ

ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଆଗୁଆ ନିର୍ଦ୍ଦେଶନାମା ଜାରି କରିଥିଲା । ଏହି ଦଳର ନେତାମାନେ ଜାମିଆ ମସଜିଦ ଭିତରକୁ ପ୍ରବେଶ କରି ପ୍ରାର୍ଥନା କରିବାକୁ ଯୋଜନା କରିଥିଲେ । ବାରଣାସୀ ଜ୍ଞାନବ୍ୟାପି ମସଜିଦ ଘଟଣା ପରେ ଏହି ଦଳ ଜାମିଆ ମସଜିଦ ମଧ୍ୟରେ ସର୍ଭେ କରିବାକୁ ଦାବି କରିଥିଲେ । ମାତ୍ର ଜିଲ୍ଲା ପ୍ରଶାସନ ଏ ନେଇ କୌଣସି ପ୍ରତିକ୍ରିୟା ନ ରଖିବା ପରେ ସେମାନେ ମସଜିଦ ଭିତରେ ପ୍ରାର୍ଥନା କରିବାକୁ ଯୋଜନା କରିଥିଲେ ।

ଶ୍ରୀରାମ ସେନା ପ୍ରତିଷ୍ଠାତା ପ୍ରମୋଦ ମୁଥାଲିକ ମଧ୍ୟ 'ଶ୍ରୀରଙ୍ଗାପାଟନା ଚଲୋ'(Srirangapatna Chalo)କୁ ସମର୍ଥନ କରିଥିଲେ । ସୂତ୍ର ଅନୁସାରେ ପୋଲିସ ହିନ୍ଦୁ ଭକ୍ତ ଓ କର୍ମଚାରୀଙ୍କୁ ଶ୍ରୀରଙ୍ଗାପାଟନା ଭିତରକୁ ପ୍ରବେଶ କରିବା ଉପରେ ରୋକ ଲଗାଇବାରେ ସଫଳ ହୋଇଥିବା କହିଛି । ଯଦି ଭକ୍ତମାନେ କୌଣସି ପ୍ରକାର ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବେ, ତେବେ ସେମାନଙ୍କୁ ଗିରଫ କରାଯିବ । ସେପଟେ VHP ନେତା କହିଛନ୍ତି ଯେ ପ୍ରଶାସନର ନିର୍ଦ୍ଦେଶନାମା ଆସିବା ପରେ ସେମାନେ ମସଜିଦ ଭିତରକୁ ପ୍ରବେଶ କରିବା ଯୋଜନାକୁ ଟାଳି ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.