ETV Bharat / bharat

Himachal Election Result: ରେକର୍ଡ ଭାଙ୍ଗିଲେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର, 20 ହଜାରରୁ ଅଧିକ ଭୋଟରେ ମାରିଲେ ବାଜି

author img

By

Published : Dec 8, 2022, 3:35 PM IST

ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଷଷ୍ଠ ଥର ପାଇଁ ବିଜୟ ହାସଲ କରିଛନ୍ତି । ନଜର ପକାନ୍ତୁ ତାଙ୍କ ରାଜନୀତି କ୍ୟାରିୟର ଉପରେ । ଅଧିକ ପଢନ୍ତୁ

Himachal Election Result
Himachal Election Result

ଶିମଲା: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ ନେଇ ଭୋଟ ଗଣତି ଜାରି ରହିଛି । ବିଜେପି ଓ କଂଗ୍ରେସ ମଧ୍ୟରେ କଡ୍ଡା ଟକ୍କର ହୋଇଛି। ହିମାଚଳରେ ବିଜୟ ଓ ପରାଜୟର ଫରକ ବେଶୀ ନାହିଁ । ତଥାପି ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଏହି କଥାକୁ ଭୁଲ ପ୍ରମାଣିତ କରିଛନ୍ତି । ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ବିଜୟୀ ହୋଇଛନ୍ତି । ମଣ୍ଡି ଜିଲ୍ଲା ସେରାଜ ଆସନରେ ଜୟରାମ ଠାକୁର କଂଗ୍ରେସ ପ୍ରାର୍ଥୀ ଚେତରାମ ଠାକୁରଙ୍କୁ ହରାଇ 20 ହଜାରରୁ ଅଧିକ ଭୋଟରେ ବାଜି ମାରି ନେଇଛନ୍ତି । ଷଷ୍ଠ ଥର ପାଇଁ ଏହା ଜୟରାମଙ୍କ ବିଜୟ ହୋଇଛି। ନଜର ପକାନ୍ତୁ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ପ୍ରୋଫାଇଲ ଉପରେ ।

ଷଷ୍ଠ ଥର ପାଇଁ ଜୟରାମଙ୍କ ବିଜୟ: ଜୟରାମ ଠାକୁର ଜଣେ ସାଧାରଣ ଗ୍ରାମାଞ୍ଚଳରୁ ଆସିଛନ୍ତି । ତାଙ୍କ ରାଜନୈତିକ ଜୀବନ ସଂଘର୍ଷପୂର୍ଣ୍ଣ। ଛାତ୍ର ଜୀବନରୁ ଆରମ୍ଭ ହୋଇଥିବା ତାଙ୍କ କ୍ୟାରିୟର। ଅନେକ ସଂଗଠନରେ ସକ୍ରିୟତାର ସହିତ କାମ କରିଛନ୍ତି। ଏଥର ଷଷ୍ଠ ଥର ପାଇଁ ବିଜୟ ହାସଲ କରିଛନ୍ତି।

ଅନେକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ତୁଲାଇଛନ୍ତି: ବର୍ଷ 2018ରେ ରାଜନୈତିକ ଚିତ୍ରକୁ ଦେଖିଲେ ଅନେକ ଗୁରୁତ୍ବପୂର୍ଣ୍ଣ ଘଟଣା ଘଟିଛି । ଜୟରାମଙ୍କ ରାଜନୈତିକ ଜୀବନରେ ଦେଖିବାକୁ ମିଳିଛି। ମଣ୍ଡି ଜିଲ୍ଲା ଦୁର୍ଗମ ଅଞ୍ଚଳର ସହ ସମ୍ପର୍କ ରଖୁଥିବା ଜୟରାମ ଠାକୁର ଛାତ୍ର ଜୀବନକୁ ରାଜନୀତିରେ ରୁଚି ରଖିଛନ୍ତି । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦରୁ ନେଇ ଭାରତୀୟ ଜନତା ଯୁବ ମୋର୍ଚ୍ଚା, ପାର୍ଟି ଅଧ୍ୟକ୍ଷ, ବିଧାୟକ, ମନ୍ତ୍ରୀ ଏବଂ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ତୁଲାଇଛନ୍ତି ।

ଜୟରାମଙ୍କ ରାଜନୀତି ଜୀବନ:1965 ମସିହା 6 ଜନୁଆରୀରେ ମଣ୍ଡି ଜିଲ୍ଲାରେ ଜନ୍ମଲାଭ କରିଥିଲେ ଜୟରାମ ଠାକୁର । ଛାତ୍ର ସଂଗଠନ ଏବିବିପି ଜରିଆରେ ରାଜନୀତିରେ ପ୍ରବେଶ କରିଥିଲେ । 19 86ରେ ଏବିବିପି ସଂଯୁକ୍ତ ପ୍ରଦେଶ ସଚିବ ହୋଇଥିଲେ। 1989ରୁ 93 ଯାଏ ଜମ୍ମୁ କାଶ୍ମୀର ସଂଗଠନ ପାଇଁ କାର୍ଯ୍ୟ କରିଥିଲେ । 1993ରୁ 95 ଯାଏଁ ଭାଜପା ଯୁବ ମୋର୍ଚ୍ଚା ପ୍ରେଦେଶ ଅଧ୍ୟକ୍ଷ ଥିଲେ । 200ରୁ 2003 ଯାଏ ମଣ୍ଡି ଜିଲ୍ଲା ଭାଜପା ଅଧ୍ୟକ୍ଷ ଏବଂ 2003ରୁ 205 ଯାଏ ଭାରତୀୟ ଜନତା ପାର୍ଟିର ଉପାଧ୍ୟକ୍ଷ ରହିଥିଲେ । 1998ରେ ପ୍ରଥମ ଥର ପାଇଁ ଚଚ୍ଚୋଟ ଆସନରୁ ବିଧାୟକ ହୋଇଥିଲେ । ଏହାପରେ 2003 ଓ 2007ରେ ଚଚ୍ଚୋଟ ବିଧାନସଭା ଆସନରୁ ଲଗାତାର ବିଜୟ ହାସଲ କରିଥିଲେ। 2007ରେ ଜିତିବା ସହ ଲାଗାତାର ତୃତୀୟ ଥର ପାଇଁ ଧୁମାଲ ସରକାରରେ ପଞ୍ଚାୟତିରାଜ ମନ୍ତ୍ରୀ ହୋଇଥିଲେ । 2012ରେ ସେରାଜରୁ ଲଢିଥିଲେ ଏବଂ କଂଗ୍ରେସର ତାରା ଠାକୁରଙ୍କୁ 5752 ଭୋଟରେ ପରାସ୍ତ କରିଥିଲେ । 2017ରେ କଂଗ୍ରେସର ଚେତରାମ ଠାକୁରଙ୍କୁ 11253 ଭୋଟରେ ପରାସ୍ତ କରି ହିମାଚଳ ଗାଦି ହାତେଇଥିଲେ ।

ମାତାପିତାଙ୍କ ଚତୁର୍ଥ ସନ୍ତାନ ଜୟରାମ: ଜୟରାମ ଠାକୁରଙ୍କ ପାଞ୍ଚ ଭାଇ ଭଉଣୀ । ଠାକୁର ମାତାପିତାଙ୍କ ଚତୁର୍ଥ ସନ୍ତାନ । ବଡ ଭଉଣୀ ପୁର୍ଣ୍ଣୁ ଦେବୀ ତାଙ୍କ ପରେ ଭାଇ ଅନନ୍ତରାମ ବୀର ସିଂ । ଅନନ୍ତରାମ ଜଣେ ବ୍ୟବସାୟୀ । ଆଉ ଜଣେ ଭାଇ ବୀର ସିଂହ। ଚତୁର୍ଥ ସନ୍ତାନ ଜୟରାମ ଠାକୁର ବର୍ତ୍ତମାନ ହିମାଚଳ ମୁଖ୍ୟମନ୍ତ୍ରୀ ଅଛନ୍ତି । ସାନ ଭଉଣୀ ଅନୁ ଜଣେ ଅଙ୍ଗନବାଡୀ କାର୍ଯ୍ୟକର୍ତ୍ତା। ପରିବାର ଅତି ସାଧାରଣ ଜୀବନଯାପନ କରନ୍ତି ।

ହିମାଚଳ ପ୍ରଦେଶରେ ଜୟରାମଙ୍କ ବିଜୟ ହୋଇଥିଲେ ବି ପଛରେ ପଡିଛି ବିଜେପି । ଏବେ ସୁଦ୍ଧା ବିଜେପି 23 ସିଟରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୩7 ଆସନରେ ଆଗୁଆ ରହିଛି । ଯେଉଁ ଦଳ ୩୫ ଆସନ ଜିତିବ ସେହି ଦଳ ସରକାର ଗଢ଼ିବ । କଂଗ୍ରେସ ସରକାର ଗଠନ କରିବା ନେଇ ଆଶା କରାଯାଉଛି । ପରମ୍ପରା ବଜାୟ ରହିବା ନେଇ ସଙ୍କେତ ମିଳୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.