ETV Bharat / bharat

ପୁଣି ଗୃହବନ୍ଦୀ PDP ମୁଖ୍ୟ ମେହବୁବା ମୁଫତି ! - PDP chief

ଜମ୍ମୁ କାଶ୍ମୀର ପିପୁଲ୍ସ ଡେମୋକ୍ରାଟିକ ପାର୍ଟି (ପିଡିପି) ମୁଖ୍ୟ ମେହବୁବା ମୁଫତିଙ୍କୁ ଆଜି(ମଙ୍ଗଳବାର) ଗୃହବନ୍ଦୀ କରାଯାଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ମେହେବୁବା ମୁଫତି
ମେହେବୁବା ମୁଫତି
author img

By

Published : Sep 7, 2021, 2:34 PM IST

ଶ୍ରୀନଗର: ପୁଣି ଗୃହବନ୍ଦୀ ପିଡିପି ମୁଖ୍ୟ ମେହେବୁବା ମୁଫତି । ଜମ୍ମୁ କାଶ୍ମୀର ପିପୁଲ୍ସ ଡେମୋକ୍ରାଟିକ ପାର୍ଟି (ପିଡିପି) ମୁଖ୍ୟ ମେହବୁବା ମୁଫତିଙ୍କୁ ଆଜି(ମଙ୍ଗଳବାର) ଗୃହବନ୍ଦୀ କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ସେ ନିଜେ ଟ୍ବିଟ କରି ଜଣାଇଛନ୍ତି ।

  • GOI expresses concern for the rights of Afghan people but wilfully denies the same to Kashmiris. Ive been placed under house arrest today because according to admin the situation is far from normal in Kashmir. This exposes their fake claims of normalcy. pic.twitter.com/m6sR9vEj3S

    — Mehbooba Mufti (@MehboobaMufti) September 7, 2021 " class="align-text-top noRightClick twitterSection" data=" ">

ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ଟ୍ବିଟ୍‍ କରି କହିଛନ୍ତି ଭାରତ ସରକାର ଆଫଗାନବାସୀଙ୍କ ଅଧିକାର ପାଇଁ ଚିନ୍ତିତ କିନ୍ତୁ କାଶ୍ମୀରବାସୀଙ୍କୁ ସେମାନଙ୍କ ଅଧିକାର ଦେବାକୁ ଅସ୍ବୀକାର କରୁଛନ୍ତି । ମୁଁ ଆଜି ପୁଣି ଗୃହବନ୍ଦୀ ହୋଇଛି କାରଣ ପ୍ରଶାସନ ଅନୁଯାୟୀ କାଶ୍ମୀରରେ ସ୍ଥିତି ସ୍ବାଭାବିକ ନୁହେଁ। ଏହା ସ୍ବାଭାବିକତାର ମିଥ୍ୟା ଦାବିକୁ ପ୍ରକାଶ କରିଥିବା କହିଛନ୍ତି ପିଡିପି ମୁ୍ଖ୍ୟ ।

ମୁଫତିଙ୍କ ଏକ ବେସରକାରୀ କାର୍ଯ୍ୟକ୍ରମରେ ଯୋଗଦେବାର ଥିଲା, କିନ୍ତୁ ପ୍ରଶାସନ ସେଠାକୁ ଯିବା ପୂର୍ବରୁ ତାଙ୍କୁ ଅଟକାଇ ଦେଇଛି । ତେବେ ମେହବୁବାଙ୍କ ଗୃହବନ୍ଦୀ ସମ୍ପର୍କରେ ସରକାରୀ ସ୍ତରରେ କିଛି କୁହାଯାଇନାହିଁ । ବିଚ୍ଛିନ୍ନତାବାଦୀ ନେତା ସୟଦ ଅଲି ଶାହ ଗିଲାନିଙ୍କର ପରଲୋକ ଘଟିବା ପରେ ଜମ୍ମୁ କାଶ୍ମୀରରେ ଇଣ୍ଟରନେଟ, ମୋବାଇଲ ସେବାକୁ ସାମୟିକ ଭାବରେ ବନ୍ଦ ରଖାଯାଇଛି ।

ଏହାପୂର୍ବରୁ ସେପ୍ଟେମ୍ବର ୫ ତାରିଖରେ ମୁଫତି ଟ୍ବିଟ୍‍ କରି କହିଥିଲେ, କାଶ୍ମୀରର ଗୋଟିଏ ପରିବାରକୁ ସେମାନଙ୍କର ଇଚ୍ଛାନୁଯାୟୀ ଶୋକ କରିବା ଏବଂ ଅନ୍ତିମ ବିଦାୟ ଦେବାକୁ ଅନୁମତି ଦିଆଯାଉନାହିଁ । ଏହା ସରକାରଙ୍କ ନିଷ୍ଠୁର ଆଚରଣକୁ ପ୍ରତିଫଳିତ କରୁଛି ବୋଲି କହିଥିଲେ ମୁଫତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.