ETV Bharat / bharat

8ଟି ରାଜ୍ୟ ସ୍ଥିତି ସଙ୍ଗୀନ, ମାସକରେ ଜଣଙ୍କଠୁ ସଂକ୍ରମିତ ହୋଇପାରନ୍ତି 406 - ସ୍ବାସ୍ଥ୍ୟ ମନ୍ତ୍ରଣାଲୟ

ଦେଶରେ ବଢୁଥିବା କୋରୋନା ସଂକ୍ରମଣକୁ ନେଇ କେନ୍ଦ୍ର ସରକାରଙ୍କ ନୂଆ ତଥ୍ୟ, ଘରେ ମଧ୍ୟ ମାସ୍କ ପିନ୍ଧିବା ଜରୁରୀ । ଅଧିକ ପଢନ୍ତୁ...

ଘରେ ମଧ୍ୟ ମାସ୍କ ପିନ୍ଧିବା ଜରୁରୀ ,  ମାସକରେ ଜଣେ ଆକ୍ରାନ୍ତ 406ଙ୍କୁ କରିପାରେ ସଂକ୍ରମିତ

author img

By

Published : Apr 26, 2021, 6:18 PM IST

ନୂଆଦିଲ୍ଲୀ: ଦେଶରେ ବଢୁଥିବା କୋରୋନା ସଂକ୍ରମଣକୁ ନେଇ ନୂଆ ତଥ୍ୟ ଦେଇଛନ୍ତି କେନ୍ଦ୍ର ସରକାର । ଏଣିକି ଘରେ ବି ମାସ୍କ ପିନ୍ଧିବା ଜରୁରୀ ବୋଲି ସରକାର ପରାମର୍ଶ ଦେଇଛନ୍ତି । ଘରେ କେହି ସଦସ୍ୟ କୋରୋନାରେ ସଂକ୍ରମିତ ହୋଇ ସଙ୍ଗରୋଧରେ ଥିଲେ ଅନ୍ୟ ସଦସ୍ୟମାନଙ୍କ ପ୍ରତି ସଂକ୍ରମଣର ଆଶଙ୍କାକୁ ଏଡାଇ ଦିଆଯାଇ ପାରିବନାହିଁ । ତେଣୁ ଘରର ଅନ୍ୟ ସଦସ୍ୟମାନେ ମଧ୍ୟ ସାବଧାନତା ଅବଲମ୍ବନ କରିବା ସହ ଘରେ ମାସ୍କ ପିନ୍ଧିବା ଜରୁରୀ ବୋଲି କେନ୍ଦ୍ର ସରକାର କହିଛନ୍ତି ।

ସେହିପରି ସରକାର କହିଛନ୍ତି ସଦ୍ୟତମ ସର୍ଭେରୁ ଜଣାପଡିଛି ଜଣେ ସଂକ୍ରମିତ ଯଦି ସଠିକ ଭାବେ କୋଭିଡ ଗାଇଡ ଲାଇନ ପାଳନ ନକରନ୍ତି ତେବେ ସେ ପ୍ରାୟ 30 ଦିନରେ 406 ଜଣଙ୍କୁ ସଂକ୍ରମିତ କରିବାର ଯଥେଷ୍ଟ ଆଶଙ୍କା ରହିଛି । ଏପରି ଏକ ସଂଘାତିକ ତଥ୍ୟ ମେଡିକାଲ ଅନୁଧ୍ୟାନରୁ ସାମ୍ନାକୁ ଆସିଛି । ତେବେ ମହାରାଷ୍ଟ୍ର, ଉତ୍ତରପ୍ରଦେଶ, କର୍ଣ୍ଣାଟକ, କେରଳ, ରାଜସ୍ଥାନ, ଶତିଶଗଡ, ଗୁଜୁରାଟ, ତାମିଲନାଡୁ ସ୍ଥିତି ସଙ୍ଗୀନ ରହିଛି ।

ସେହିପରି ବର୍ତ୍ତମାନ ସ୍ଥିତିରେ କୌଣସି ପ୍ରକାର ଅତ୍ୟଧିକ ଚିନ୍ତିତ ନହେବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର । ବର୍ତ୍ତମାନ ସ୍ଥିତିରେ କେବଳ ଭୟଭୀତ ହୋଇ ଅନେକାଂଶରେ ସଂକ୍ରିତମାନେ ହସ୍ପିଟାଲରେ ଶଯ୍ୟା ଅକ୍ତିଆର କରିଥିବା ଜଣାପଡିଛି । ସେହିପରି ଅଧିକ ମାତ୍ରାରେ ଚିନ୍ତିତ ନହୋଇ କେବଳ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ହସ୍ପିଟାଲରେ ଭର୍ତ୍ତି ହେବା ଆବଶ୍ୟକ । ଧର୍ଯ୍ୟର ସହ ଘରେ ମଧ୍ୟ ଚିକିତ୍ସିତ ହୋଇ ପାରିବା ନେଇ ମଧ୍ୟ ସରକାର ପରାମର୍ଶ ଦେଇଛନ୍ତି ।

ସେହିପରି ଦେଶରେ ବର୍ତ୍ତମାନ ସୁଦ୍ଧା 14 କୋଟି 19 ଲକ୍ଷ ନାଗରିକ ଟିକା ଗ୍ରହଣ କରିସାରିଛନ୍ତି । ସେମାନଙ୍କ ମଧ୍ୟରୁ କେବଳ 9 କୋଟି 79 ଲକ୍ଷ ବ୍ୟକ୍ତି କେବଳ 45 ବର୍ଷ ଓ ତଦୁର୍ଦ୍ଧ୍ବ ବୟସର ନାଗରିକ ଅଛନନ୍ତି । ସେହିପରି 1 କୋଟି 3 ଲକ୍ଷ ନାଗରିକ ଟିକାର ଦ୍ବିତୀୟ ଡୋଜ ମଧ୍ୟ ନେଇଥିବା ସୂଚନା ଦେଇଛନ୍ତି କେନ୍ଦ୍ର ସରକାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.