ETV Bharat / bharat

Chandrayaan-3: ଚନ୍ଦ୍ରର ପ୍ରଥମ ଭିଡିଓ ଉତ୍ତୋଳନ କଲା ଚନ୍ଦ୍ରାୟନ-3

author img

By

Published : Aug 6, 2023, 11:01 PM IST

ଆସିଲା ଚନ୍ଦ୍ରପୃଷ୍ଠର ପ୍ରଥମ ଭିଡିଓ । ଚନ୍ଦ୍ରାୟନ 3 ଗତକାଲି ଚନ୍ଦ୍ର କକ୍ଷ ପଥରେ ପ୍ରବେଶ କରିଥିବା ବେଳେ ଆଜି ଉତ୍ତୋଳନ କରିଛି ଭିଡିଓ । ଅଧିକ ପଢନ୍ତୁ

Chandrayaan-3: ଚନ୍ଦ୍ରର ପ୍ରଥମ ଭିଡିଓ ଉତ୍ତୋଳନ କଲା ଚନ୍ଦ୍ରାୟନ-3
Chandrayaan-3: ଚନ୍ଦ୍ରର ପ୍ରଥମ ଭିଡିଓ ଉତ୍ତୋଳନ କଲା ଚନ୍ଦ୍ରାୟନ-3

ବେଙ୍ଗାଲୁରୁ: ଚନ୍ଦ୍ର କକ୍ଷପଥରେ ପ୍ରବେଶ କରିବାର ମାତ୍ର 24 ଘଣ୍ଟା ମଧ୍ୟରେ ଚନ୍ଦ୍ରର ପ୍ରଥମ ଭିଡିଓ ଉତ୍ତୋଳନ କରିବାରେ ସଫଳ ହୋଇଛି ଚନ୍ଦ୍ରାୟନ-3 । ଚନ୍ଦ୍ରର କକ୍ଷପଥରେ ପରିକ୍ରମା କରୁଥିବା ଚନ୍ଦ୍ରାୟନ 3 ଚନ୍ଦ୍ରର ବେଶ ନିକଟବର୍ତ୍ତୀ ଭିଡିଓ ଉତ୍ତୋଳନ କରିଛି । ଆଜି ଏହି 45 ସେକେଣ୍ଡ ଅବଧି ବିଶିଷ୍ଠ ଭିଡିଓକୁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପକ୍ଷରୁ ରିଲିଜ କରାଯାଇଛି । ଟ୍ବିଟରରେ ଏହି ଭିଡିଓ ପୋଷ୍ଟ କରି ଇସ୍ରା କ୍ୟାପସନରେ ଲେଖିଛି "Chandrayaan-3 Mission: The Moon, as viewed by Chandrayaan-3 during Lunar Orbit Insertion" । ଏହି ଭିଡିଓରେ ଚନ୍ଦ୍ରପୃଷ୍ଠ ନୀଳ-ସବୁଜ ରଙ୍ଗରେ ଦୃଶ୍ୟମାନ ହେଉଥିବା ବେଳେ ଏଥିରେ ଅନେକ ଜଲବିନ୍ଦୁ ପରି ଚିହ୍ନ ଥିବା ମଧ୍ୟ ସ୍ପଷ୍ଟ ଦେଖାଯାଉଛି ।

17 ରେ ପ୍ରପୁଲେସନ ମଡ୍ଯୁଲଠାରୁ ପୃଥକ ହେବ ଲ୍ୟାଣ୍ଡର:-

ଗତକାଲି ପୃଥିବୀର କକ୍ଷପଥରୁ ବାହାରି ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଥିବା ଚନ୍ଦ୍ରାୟନ 3 ଉପଗ୍ରହ ଚନ୍ଦ୍ର କକ୍ଷପଥରେ ସଙ୍କୁଚିତ ଅଣ୍ଡାକୃତି ପରିକ୍ରମା କରି ଚନ୍ଦ୍ରପୃଷ୍ଠର ନିକଟତର ହେବ । ଚନ୍ଦ୍ରର 100 କିମି ନିକଟବର୍ତ୍ତୀ ହେବା ପରେ ଏହାର ଅବତରଣ ପ୍ରକ୍ରିୟା ଆରମ୍ଭ ହେବ । ଅଗଷ୍ଟ 17 ତାରିଖରେ ପରବର୍ତ୍ତୀ ପ୍ରକ୍ରିୟା ଆରମ୍ଭ କରିବ ISRO । ଯେଉଁଥିରେ ଲ୍ୟାଣ୍ଡିଂ ମଡ୍ୟୁଲ୍‌କୁ ପ୍ରପୁଲେସନ ମଡ୍ୟୁଲଠାରୁ ପୃଥକ୍‌ କରାଯିବ । ପ୍ରପୁଲେସନ ମଡ୍ୟୁଲ ଚନ୍ଦ୍ରର କକ୍ଷପଥରେ ରହି ପ୍ରରିକ୍ରମା କରିବା ଜାରି ରଖିବା ବେଳେ ଲ୍ୟାଣ୍ଡିଂ ମଡ୍ୟୁଲ୍ ବିକ୍ରମ ରୋଭର ପ୍ରଜ୍ଞାନ ସହ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଅବତରଣ କରିବ ।

ଏହାପରେ ପ୍ରପୁଲସନ ମଡ୍ୟୁଲରୁ ଲ୍ୟାଣ୍ଡର ପୃଥକ ହୋଇ ହାର୍ଡଲ୍ୟାଣ୍ଡିଂ ପ୍ରକ୍ରିୟା ଆରମ୍ଭ ହେବ । ଶେଷରେ ଅଗଷ୍ଟ 23 ତାରିଖରେ ସଫ୍ଟଲ୍ୟାଣ୍ଡିଂ ସହ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ଅବତରଣ କରିବ । ଲ୍ୟାଣ୍ଡରରୁ ରୋଭର ବାହାରି ଚନ୍ଦ୍ରପୃଷ୍ଠରେ ବିଚରଣ କରିବ । ଚନ୍ଦ୍ରପୃଷ୍ଠର ଭୌଗଳିକ ସ୍ଥିତି, ଜଳ ଓ ଅନ୍ୟ ଉପାଦନର ସନ୍ଧାନ କରି ଏହା ଇସ୍ରୋକୁ ତଥ୍ୟ ପ୍ରଦାନ କରିବ । ଏହି ମିଶନର ସଫଳ ଉତକ୍ଷେପଣ ପରେ ଏହାର ପରବର୍ତ୍ତୀ ଘଟଣାକ୍ରମ ଉପରେ ସମସ୍ତ ବିକଶିତ ଦେଶର ନଜର ରହିଛି ।

ଏହା ମଧ୍ୟ ପଢନ୍ତୁ:-Indias First Samudrayaan Mission: 6କିମି ଗଭୀରକୁ ଯିବେ ଭାରତୀୟ ବୈଜ୍ଞାନିକ, ଜୋରସୋରରେ ଚାଲିଛି ନିର୍ମାଣ ପ୍ରକ୍ରିୟା

ଚଳିତମାସ 14 ତାରିଖରେ ISRO ବହୁପ୍ରତୀକ୍ଷିତ ଭାରତୀୟ ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରାୟଣ-3’କୁ ଉତକ୍ଷେପଣ କରିଥିଲା । ନୂତନ ତଥା ଅତ୍ୟଧୁନିକ LVM-M 4 ରକେଟରେ ଏହାକୁ ସଫଳତାର ସହ ଉତକ୍ଷେପଣ କରାଯାଇଥିଲା । ଏହି ମିଶନ ତାର ମହାକାଶ ଯାତ୍ରା ଜାରି ରଖିଛି । ଏବେ ଏହା ପୃଥିବୀ କକ୍ଷପଥରେ ଅଣ୍ଡାକୃତିରେ ଗତି କରିବା ପରେ ଏହା ଲୁନାର ଅରବିଟ ବା ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିସାରିଛି । କ୍ରମଶଃ ସଙ୍କୁଚିତ ଅଣ୍ଡାକୃତି ଗତିରେ ଚନ୍ଦ୍ରପୃଷ୍ଠର ନିକଟତର ହେବ । ପରେ ଅବତରଣ ମଧ୍ୟ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.