ETV Bharat / bharat

Israel-Palestine War: ଇସ୍ରାଏଲରୁ ଯୁଦ୍ଧର ଛାତିଥରା କାହାଣୀ ବଖାଣିଲେ ଗୁଜୁରାଟୀ ମହିଳା - ଛାତିଥରା କାହାଣୀ ବଖାଣିଲେ ଗୁଜୁରାଟୀ ମହିଳା

ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଯୁଦ୍ଧ ଜାରି । ଇସ୍ରାଏଲରୁ ଯୁଦ୍ଧର ଛାତିଥରା କାହାଣୀ ବଖାଣିଲେ ଗୁଜୁରାଟୀ ମହିଳା । ଅଧିକ ପଢନ୍ତୁ

Israel-Palestine War
Israel-Palestine War
author img

By ETV Bharat Odisha Team

Published : Oct 8, 2023, 9:29 PM IST

ଗାନ୍ଧୀନଗର: ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଜାରି ରହିଛି ଘମାଘୋଟ ଯୁଦ୍ଧ । ଉଭୟ ପକ୍ଷରୁ ରକେଟ ମାଡ଼ ହେଉଥିବା ବେଳେ ଏଯାବତ ଇସ୍ରାଏଲର ନାଗରିକଙ୍କ ମୃତ୍ୟୁ ସଂଖ୍ୟା 600ରେ ପହଞ୍ଚିଛି । ଏହାରି ମଧ୍ୟରେ ଇସ୍ରାଏଲରେ ରହୁଥିବା ଗୁଜୁରାଟ ରାଜକୋଟ ଅଞ୍ଚଳର ଅଧିବାସୀ ସୋନଲ ଗୋଡିୟା ଯୁଦ୍ଧର ଛାତିଥରା କାହାଣୀ ବଖାଣିଛନ୍ତି । ପ୍ରତିଟି ମୁହୂର୍ତ୍ତରେ ଧମାକାର ଶବ୍ଦ ଶୁଣାଯାଉଥିବା ବେଳେ ସେଠାକାର ନାଗରିକମାନଙ୍କୁ ଘରେ ରହିବାକୁ ପୋଲିସ ପକ୍ଷରୁ କୁହାଯାଇଥିବା ସେ କହିଛନ୍ତି ।

ସୋସିଆଲ ମିଡିଆରେ ସୋନଲ ଏକ ଭିଡିଓ ସେୟାର କରି କହିଛନ୍ତି ଯେ ଏଠାରେ ପ୍ରତିବର୍ଷ ଯୁଦ୍ଧ ହୋଇଥାଏ । ହମାସ ଆତଙ୍କବାଦୀ ଗୋଷ୍ଠୀ ପ୍ରତି ବର୍ଷ ଯୁଦ୍ଧର ନୂଆ ନୂଆ ଉପାୟ ଅବଲମ୍ବନ କରିଥାନ୍ତି । ଏଥର ହମାସ ଆତଙ୍କବାଦୀ ଇସ୍ରାଏଲରେ ଅନୁପ୍ରବେଶ କରି ଆକ୍ରମଣ ଜାରି ରଖିଛନ୍ତି । ସେମାନେ ଇସ୍ରାଏଲ ନାଗରିକଙ୍କ ଉପରେ ଆକ୍ରମଣ କରୁଛନ୍ତି । ରାସ୍ତାରେ ଆତଙ୍କୀମାନେ ବୁଲୁଛନ୍ତି । ସେଠାରେ ଯେଉଁ ଦେଶର ବି ନାଗରିକଙ୍କୁ ଦେଖୁଛନ୍ତି ସେମାନଙ୍କ ଉପରେ ସେମାନେ ଆକ୍ରମଣ କରୁଥିବା କହିଛନ୍ତି ସୋନଲ ।

ଏହା ବି ପଢନ୍ତୁ- Israel-Gaza War: ଦୁଇ ଦିନରେ ଗଲାଣି ୧ ହଜାରରୁ ଅଧିକ ଜୀବନ !

ସେ ଆହୁରି କହିଛନ୍ତି, "ସରକାର ସ୍ଥାନୀୟ ଲୋକଙ୍କୁ ନିଜ ଘରୁ ବାହାରିବାକୁ ବାରଣ କରିଛନ୍ତି । କାରଣ ଘର ବାହାରେ ରକେଟ ଓ ବୋମାମାଡ଼ ହେଉଛି । ପ୍ରତିବର୍ଷ ଇସ୍ରାଏଲ ଏଭଳି ଆକ୍ରମଣର ସାମ୍ନା କରିଥାଏ । ହେଲେ ଏଥର ସ୍ଥିତି ଅତି ଭୟଙ୍କର ହୋଇଛି । ସେପଟେ ଏବେ ଇସ୍ରାଏଲରେ ଅନେକ ଭାରତୀୟ ବାସ କରୁଛନ୍ତି । ମାତ୍ର ଯୁଦ୍ଧ ଯୋଗୁଁ ସମସ୍ତେ ଏଠାରେ ଫସି ରହିଛନ୍ତି । ନିଜ ଦେଶକୁ ଫେରିପାରୁନାହାନ୍ତି । ଗାଜା ପଟିରେ ହେଉଥିବା ବୋମା ବିସ୍ଫୋରଣ ଭୟଙ୍କର ଶବ୍ଦ ଦୂରକୁ ମଧ୍ୟ ଶୁଣିବାକୁ ମିଳୁଛି ।"

ଏହା ବି ପଢନ୍ତୁ- Attack on Israel: ଅକ୍ଟୋବର 14 ପର୍ଯ୍ୟନ୍ତ ଟେଲ ଏଭିଭ ଏୟାରପୋର୍ଟକୁ ଏୟାର ଇଣ୍ଡିଆ ଉଡାଣ ବାତିଲ

ଅନ୍ୟପଟେ ଯୁଦ୍ଧ ଯୋଗୁଁ ଯାତାୟାତର ସମସ୍ତ ସୁବିଧା ବନ୍ଦ ରହିଛି । ସେପଟେ ଆଜି ଏୟାର ଇଣ୍ଡିଆ ଆସନ୍ତା 14 ତାରିଖ ପର୍ଯ୍ୟନ୍ତ ଇସ୍ରାଏଲକୁ ଯିବାକୁ ଥିବା ଓ ସେଠାରୁ ଆସିବାକୁ ଥିବା ବିମାନକୁ ବାତିଲ କରିଛି । ସୂଚନା ଥାଉ କି ଶନିବାର ସକାଳୁ ହମାସ ଆତଙ୍କବାଦୀ ଗୋଷ୍ଠୀ ଇସ୍ରାଏଲ ଉପରେ ଆକ୍ରମଣ କରିଛନ୍ତି । ଘନ ଘନ ରକେଟ ମାଡ଼ରେ ଛାରଖାର ହୋଇପଡ଼ିଛି ଇସ୍ରାଏଲ । ଏହାର ପାଲଟା ଜବାବ ଦେଇ ଇସ୍ରାଏଲ ମଧ୍ୟ ରକେଟ ମାଡ଼ କରିଥିବା ଜଣାପଡ଼ିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.