ETV Bharat / bharat

କାହିଁକି ଲକ୍ଷାଧିକ ମୂଲ୍ୟରେ ନିଲାମ ହେଉଛି ବାଲାପୁର ଲଡୁ, ଜାଣନ୍ତୁ ରୋଚକ ତଥ୍ୟ ? - ବାଲାପୁର ଗଣେଶ ଲଡୁ

ବାଲାପୁର ଗଣେଶ ଲଡୁର ରହିଛି ଚାହିଦା । ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କାରେ ହେଉଛି ନିଲାମ । ଅଧିକ ପଢନ୍ତୁ...

ଲକ୍ଷାଧିକ ମୂଲ୍ୟରେ ନିଲାମ ହେଉଛି ଲଡୁ; ଜାଣନ୍ତୁ କେଉଁ ବର୍ଷ ଥିଲା କେତେ ?

author img

By

Published : Sep 20, 2021, 1:07 PM IST

ହାଇଦ୍ରାବାଦ: ଗଣେଶଙ୍କୁ ବିଘ୍ନ ବିନାଶକ କୁହାଯାଏ । ତାଙ୍କ ପୂଜା ଠାରୁ ହିଁ ଆରମ୍ଭ ହୁଏ ପାର୍ବଣ । ବିଶ୍ବାସ ରହିଛି ତାଙ୍କ ପୂଜା କରିବା ଦ୍ବାରା ଜୀବନରେ କୌଣସି ବାଧାବିଘ୍ନ ଆସେନି । ସେଥିପାଇଁ ବହୁ ଆଦର ସହକାରେ ସମସ୍ତେ ପାଳନ କରନ୍ତି ଗଣେଶ ପୂଜା । ହାଇଦ୍ରାବାଦରେ ଗଣେଶ ପୂଜା କଥା ପଡିଲେ ପ୍ରଥମେ ମନକୁ ଆସେ ବାଲାପୁର ଗଣେଶ ପୂଜା କଥା । ବିଶେଷ କରି ବାଲାପୁର ଗଣେଶ ଲଡୁ ନିଲାମ ରାଜ୍ୟରେ ବେଶ ପ୍ରସିଦ୍ଧ । ବିଶ୍ବାସ ରହିଛି ଏ ଲଡୁକୁ ନେଉଥିବା ନିଲାମଧାରୀଙ୍କ ଉପରେ ଭଗବାନ ଗଣେଶଙ୍କ ଆଶୀର୍ବାଦ ସଦାସର୍ବଦା ରହିଥାଏ ।

ଏହି ଲଡୁକୁ ଫସଲରେ ପକାଇବା ଦ୍ବାରା ଭଲ ଫସଲ ମଧ୍ୟ ଚାଷୀକୁ ମିଳିଥାଏ । ସେଥିପାଇଁ ଲଡୁ ନିଲାମରେ ଅନେକ ଲୋକେ ଲଡୁ କିଣିବା ପାଇଁ ଉତ୍କଣ୍ଠାର ସହ ବର୍ଷବର୍ଷ ଧରି ଅପେକ୍ଷା କରିଥାନ୍ତି ।

ବାଲାପୁର ଗଣେଶ ଉତ୍ସବକମିଟି ପ୍ରତିବର୍ଷ 21 କିଲୋଗ୍ରାମ ଓଜନର ଏକ ଲଡୁ ତିଆରି କରନ୍ତି । 1980 ପରଠାରୁ ଏହି ପରମ୍ପରା ଚାଲିଆସୁଛି । 1994ରୁ ଲଡୁ ନିଲାମର ପରମ୍ପରା ଆରମ୍ଭ ହୋଇଛି । ପ୍ରଥମ ବର୍ଷ ଅର୍ଥାତ ୧୯୯୪ ମସିହାରେ ୪୫୦ ଟଙ୍କାରେ ମୋହନ ରେଡ୍ଡୀ ଲଡୁ କିଣିଥିଲେ । କିନ୍ତୁ ୨୦୨୦ ମସିହାରେ କୋରୋନା କଟକଣା ପାଇଁ ଲଡୁ ନିଲାମୀ ବନ୍ଦ ରହିଥିଲା । ସେହି ବର୍ଷ ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ଏହି ଲଡୁ ଦିଆଯାଇଥିଲା ।

ବାଲାପୁର ଲଡୁର ସ୍ୱତନ୍ତ୍ରତା ହେତୁ ଲକ୍ଷ ଲକ୍ଷ ଲୋକ ଏହାକୁ ନିଲାମରେ ପାଇବାକୁ ଚେଷ୍ଟା କରନ୍ତି । ଚଳିତ ବର୍ଷ ଏହି ଲଡୁ 18.90 ଲକ୍ଷ ଟଙ୍କାରେ ନିଲାମ ହୋଇଛି । ଏହି ନିଲାମରେ ପ୍ରାୟ 19 ଜଣ ଲୋକ ଭାଗ ନେଇଥିଲେ। ନିଲାମୀରେ ଲଡୁର ମୁଲ୍ୟ 1,116 ରୁ ଆରମ୍ଭ ହୋଇ 18.90 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯାଇଥିଲା । ତେବେ ଏହି ନିଲାମୀରେ ମେରୀ ଶଶାଙ୍କ ରେଡ୍ଡୀ ଓ ଆନ୍ଧ୍ରପ୍ରଦେଶ ଏମଏଲସି ରମେଶ ଯାଦବ ଲଡୁଟିକୁ ନିଜ ନାଁରେ କରିଥିଲେ । ପ୍ରତିବର୍ଷ ପ୍ରଭୁ ଶ୍ରୀଗଣେଶଙ୍କ ପୂଜା ଦେଶର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଥାଏ । କିନ୍ତୁ ହାଇଦ୍ରାବାଦ୍‌ରେ ପ୍ରତି ବର୍ଷ ଗଣେଶ ମୂର୍ତ୍ତି ସହ ଗଣେଶଙ୍କ ପ୍ରସାଦ ଲଡୁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ । ପ୍ରତିବର୍ଷ ହାଇଦ୍ରାବାଦରେ ଥିବା ବାଲାପୁରରେ ବିଶାଳ ଗଣେଶ ପ୍ରସାଦ ଲଡୁର ନିଲାମୀ କରାଯାଏ ।

ଲଡୁକୁ ନିଲାମରେ ନେଇଥିବା ଏମଏଲସି ରମେଶ ଯାଦବ କହିଛନ୍ତି ଗଣେଶଙ୍କ ନିକଟରେ ସେ ତେଲୁଗୁ ରାଜ୍ୟର ସୁଖ, ସମୃଦ୍ଧି ଓ ଆରୋଗ୍ୟ କାମନା କରିଛନ୍ତି । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ବାଲାପୁର ଲଡୁ ଦେବେ ବୋଲି ସେ କହିଛନ୍ତି । 1994 ରୁ ପ୍ରସିଦ୍ଧ ବାଲାପୁର ଗଣେଶ ଲଡୁ ନିଲାମ ଏକ ପରମ୍ପରା ଚାଲି ଆସୁଛି । ଗତ ବର୍ଷ କରୋନା ମହାମାରୀ ହେତୁ କମିଟି ନିଲାମର ଆୟୋଜନ କରିନଥିଲା। 2019ରେ କୋଲାମ ରାମ ରେଡ୍ଡୀ 17.60 ଲକ୍ଷ ନିଲାମରେ ବାଲାପୁର ଲଡୁ ପାଇଥିଲେ । ନିଲାମରେ ଯଦି ସ୍ଥାନୀୟ ଲୋକ ଜିତିବେ ତେବେ ଆସନ୍ତା ବର୍ଷର ନିଲାମରେ ସେମାନଙ୍କୁ ଟଙ୍କା ଦେବାକୁ ପଡିଥାଏ । ଯଦି ବାହାର ଲୋକ ଲଡୁ ଜିତିବେ ତେବେ ସେମାନଙ୍କୁ ସେହି ସ୍ଥାନରେ ଟଙ୍କା ଦେବାକୁ ହୋଇଥାଏ ।

ଆସନ୍ତୁ ଜାଣିବା 1994 ରୁ 2021 ପର୍ଯ୍ୟନ୍ତ ବାଲାପୁର ଲଡୁ କିଏ ଜିତିଥିଲେ କେତେ ମୂଲ୍ୟରେ ...

1994 - କୋଲାନୁ ମୋହନ ରେଡ୍ଚୀ , 450

1995 - କୋଲାନୁ ମୋହନ ରେଡ୍ଚୀ - 4500

1996 - କୋଲାନୁ କ୍ରୀଷ୍ଣାରେଡ୍ଡୀ - .18000

1997 - କୋଲାନୁ କ୍ରୀଷ୍ଣାରେଡ୍ଡୀ ,28000

1998 - କୋଲାନୁ ମୋହନ ରେଡ୍ଡୀ, 51000

1999 - କାଲେମ୍ ପ୍ରତାପ ରେଡ୍ଡୀ, .65000

2000 - କାଲେମ୍ ଅଞ୍ଜ ରେଡ୍ଡୀ - 66000

2001 - ରଘୁ ନନ୍ଦନ ଆଚାରୀ - 85000

2002 - କାନ୍ଦାଡା ମାଧବ ରେଡ୍ଡୀ, 1,05,000

2003 - ଚିଗିରିଣ୍ଟା ବାଲ ରେଡ୍ଡୀ - 1,55,000

2004 - କୋଲାନୁ ମୋହନ ରେଡ୍ଡୀ - 2,01,000

2005 - ଇବ୍ରାହିମ୍ ଶେଖର - 2,80,000

2006 - ଚିଗୁରିଣ୍ଟା ତିରୁପତି ରେଡ୍ଡୀ - 3,00,000

2007 - ରଘୁନନ୍ଦନ ଆଚାରୀ , 4,15,000

2008 - କୋଲାନୁ ମୋହନ ରେଡ୍ଡୀ - 5,07,000

2009 - ସରିଥା - 5,10,000

2010 - କୋଡାଲି ଶ୍ରୀଧର ବାବୁ - 5,25,000

2011 - କୋଲାନୁ ବ୍ରଦର୍ସ - 5,45,000

2012 - ପାନ୍ନାଲା ଗୋବର୍ଦ୍ଧନ ରେଡ୍ଡୀ - 7,50,000

2013 - ଥିଗାଲା କ୍ରିଷ୍ଣା ରେଡ୍ଡୀ - 9,26,000

2014 - ସିଙ୍ଗିରେଡ୍ଡୀ ଜୟହିନ୍ଦ ରେଡ୍ଡୀ - 9,50,000

2015 - କୋଲାନୁ ମଦନମୋହନ ରେଡ୍ଡୀ -10,32,000

2016 - ସ୍କାଏଲାବ୍ ରେଡ୍ଡୀ - 14,65,000

2017 - ନାଗମ୍ ତିରୁପଥି ରେଡ୍ଡୀ - 15,60,000

2018 - ଶ୍ରୀନିବାସ ଗୁପ୍ତା - 16,60,000

2019 - କୋଲାନୁ ରାମି ରେଡ୍ଡୀ - 17,60,000

2020 - କରୋନା ମହାମାରୀ ଯୋଗୁଁ ନିଲାମ ବାତିଲ ହୋଇଛି

2021 - ରମେଶ ଯାଦବ ଏବଂ ଶଶାଙ୍କ ରେଡ୍ଡୀ , 18,90,000

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.