ETV Bharat / bharat

ଆଜି ଅନ୍ତର୍ଜାତୀୟ ମାତୃଭାଷା ଦିବସ - ଆଜି ଅନ୍ତର୍ଜାତୀୟ ମାତୃଭାଷା ଦିବସ

ଆଜି ହେଉଛି ଅନ୍ତର୍ଜାତୀୟ ମାତୃଭାଷା ଦିବସ । ପ୍ରତିବର୍ଷ 21 ଫେବୃଆରୀରେ ଏହାକୁ ପାଳନ କରାଯାଏ । ବିଶ୍ବରେ ଭାଷା ଏବଂ ସଂସ୍କୃତିର ବିବିଧତାକୁ ପ୍ରୋତ୍ସାହନ ଦେବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ।

ଆଜି ଅନ୍ତର୍ଜାତୀୟ ମାତୃଭାଷା ଦିବସ
ଆଜି ଅନ୍ତର୍ଜାତୀୟ ମାତୃଭାଷା ଦିବସ
author img

By

Published : Feb 21, 2021, 8:07 AM IST

ନୂଆଦିଲ୍ଲୀ:ଆଜି ଅନ୍ତର୍ଜାତୀୟ ମାତୃଭାଷା ଦିବସ । ପ୍ରତିବର୍ଷ 21 ଫେବୃଆରୀରେ ଏହାକୁ ପାଳନ କରାଯାଏ...ବିଶ୍ବରେ ଭାଷା ଏବଂ ସଂସ୍କୃତିର ବିବିଧତାକୁ ପ୍ରୋତ୍ସାହନ ଦେବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ । ତେବେ ଚଳିତବର୍ଷର ବିଷୟବସ୍ତୁ ରହିଛି “ଶିକ୍ଷା ଏବଂ ସମାଜରେ ଅନ୍ତର୍ଭୂକ୍ତ ପାଇଁ ବହୁଭାଷୀତା ପ୍ରତିପୋଷଣ" ।

ଆଜି ଅନ୍ତର୍ଜାତୀୟ ମାତୃଭାଷା ଦିବସ
ଆଜି ଅନ୍ତର୍ଜାତୀୟ ମାତୃଭାଷା ଦିବସ

ପରିଚୟ, ଯୋଗାଯୋଗ, ସାମାଜିକ ଏକୀକରଣ, ଶିକ୍ଷା ଏବଂ ବିକାଶ ପାଇଁ ଭାଷା ଗୁରୁତ୍ତ୍ବପୂର୍ଣ୍ଣ । କିନ୍ତ ଜଗତୀକରଣ ପ୍ରକ୍ରିୟା ହେତୁ ବିପଦରେ ଅଛନ୍ତି ଅନେକ ଭାଷା । ଲୋକେ ନିଜ ମାତୃଭାଷା ଅପେକ୍ଷା ପାଶ୍ଚାତ୍ୟ ସଂସ୍କୃତିକୁ ଆପଣେଇବାକୁ ଅଧିକ ପସନ୍ଦ କରୁଛନ୍ତି । ଏପରି ଦେଖାଦେଇଛି ଲୋକେ ଅନେକ ସ୍ଥାନରେ ଲୋକେ ନିଜ ମାତୃଭାଷା କହିବା ପାଇଁ ମଧ୍ୟ କୁଣ୍ଠାବୋଧ ପ୍ରକାଶ କରିଥାନ୍ତି । ଏହାଦ୍ବାରା ନା କେବଳ ଭାଷା, ବରଂ ଭାଷା ସହ ଜଡିତ ସଂସ୍କୃତି ମଧ୍ୟ ମଳିନ ପଡିଯାଉଛି । ଯାହା ରାଜ୍ୟ ତଥା ଦେଶ ପାଇଁ ଏକ ବଡ ବିପଦ ସଦୃଶ । ସେଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମରେ ମାତୃଭାଷାକୁ ଗୁରୁତ୍ତ୍ବ ଦେବା ସହ ଏହାର ସୁରକ୍ଷା କରିବାକୁ ସରକାରୀ କର୍ମଚାରୀଙ୍କୁ କଡା ନିର୍ଦ୍ଦେଶ ମଧ୍ୟ ରହିଛି ।

ଆମ ମାତୃଭାଷା ଆମ ପରିଚୟ ଆମ ମୂଳଦୂଆ । ତାକୁ ହେୟଜ୍ଞାନ ନକରି କିପରି ବିଶ୍ବସ୍ତରରେ ପରିଚୟ କରାଇବା ତାହା ଆମର ଦାୟିତ୍ବ ହେବା ଉଚିତ । ସେଥିପାଇଁ ତ ସ୍ବଭାବ କବି ଗଙ୍ଗାଧର ମେହେର କହିଛନ୍ତି ଯେ, ଉଚ୍ଚ ହେବାକୁ କର ଯେବେ ଆଶା ଉଚ୍ଚ କର ଆଗ ନିଜ ମାତୃଭାଷା । କିନ୍ତୁ ଏନେଇ ବିଭିନ୍ନ ସଚେତନମୂଳକ ପଦକ୍ଷେପ ନିଆଯାଉଥିଲେ ମଧ୍ୟ ଏଥିରେ ସୁଧାର ଆସୁନାହିଁ । ବରଂ ଦିନକୁ ଦିନ ଆହୁରି ବିପଦ ଆଡକୁ ଗତି କରୁଛି ଆମ ଓଡିଆ ଭାଷା । ଓଡିଆ ଭାଷା ସହ ବହୁ ଭାଷାର ମିଶ୍ରଣ ଘଟିଲାଣି । କୋଟିଆ ବିବାଦଠୁ ଆରମ୍ଭ କରି ଓଡିଆ ସିନେମା, ଆମ ବେଶ ପୋଷାକ । ସବୁକ୍ଷେତ୍ରରେ ଆମେ ପାଶ୍ଚାତ୍ୟ ସଂସ୍କୃତିକୁ ଆପଣାଉଛୁ । ଯାହାର ସିଧାସଳଖ ପ୍ରଭାବ ଆମ ସମାଜ ଉପରେ ପଡୁଛି ।

ଓଡିଆ ଭାଷା ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଥିଲେ ମଧ୍ୟ ଯେ କୌଣସି ପରୀକ୍ଷା, ନିଯୁକ୍ତି ଆଦି ହିନ୍ଦୀ କିମ୍ବା ଇଂରାଜୀରେ ହେଉଛି । ଯଦି ଓଡିଆ ଭାଷା ପାଇଁ ଆମେ ଜାଗୃତ ନହେବା ତେବେ ସମୟକ୍ରମେ ଏହା ଏକ କଥିତ ଭାଷା ହୋଇଯିବ ସେଥିରେ ସନ୍ଦେହ ନାହିଁ । ବିଶ୍ବରେ ଭାଷା ଏବଂ ସଂସ୍କୃତିର ବିବିଧତାକୁ ପ୍ରୋତ୍ସାହନ ଦେବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ । ଆଉ ମହତ ଉଦ୍ଦେଶ୍ୟ ନେଇ ଏହି ଦିବସକୁ ପାଳନ କରାଯାଉଥିବାବେଳେ ବିଭିନ୍ନ ସଚେତନମୂଳକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥାଏ । ଏହି ଅବସରରେ ଶିକ୍ଷାବିତ୍, ଅଭିଭାବକ ଏବଂ ପରିବାରମାନଙ୍କୁ ବହୁଭାଷୀ ଶିକ୍ଷା ପ୍ରତି ସେମାନଙ୍କର ପ୍ରତିବଦ୍ଧତାକୁ ବୃଦ୍ଧି କରିବାକୁ ଏବଂ କୋଭିଡ ସ୍ଥିତିରେ ଶିକ୍ଷା ପୁନରୁଦ୍ଧାର ପାଇଁ ଶିକ୍ଷାକୁ ଅନ୍ତର୍ଭୁକ୍ତ କରିବାକୁ ଏହା ଆହ୍ବାନ ଦେଇଛି ୟୁନେସ୍କୋ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.