ETV Bharat / bharat

ଯୋଧପୁରରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ, ହସ୍ପିଟାଲ ନେବା ରାସ୍ତାରେ ଆଖିବୁଜିଲେ ମହିଳା ଯାତ୍ରୀ

author img

By

Published : Feb 7, 2023, 9:46 PM IST

ମଝି ଆକାଶରେ ବିଗିଡିଲା ମହିଳା ଯାତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା, ଜୋଧପୁରରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ

ଯୋଧପୁରରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ, ଗୁରୁତର ମହିଳା ଯାତ୍ରୀ ମୃତ

ହାଇଦ୍ରାବାଦ: ମଝି ଆକାଶରେ ବିଗିଡିଲା ମହିଳା ଯାତ୍ରୀଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଯିବା କାରଣରୁ ରାଜସ୍ଥାନର ଯୋଧପୁର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଜରୁରୀ ଅବତରଣ କରିଛି ଇଣ୍ଡିଗୋ ଏୟାରଲାଇନ୍ସର ଏକ ଅନ୍ତର୍ଜାତୀୟ ବିମାନ । ବିମାନଟି ସାଉଦି ଆରିବରୁ ଦିଲ୍ଲୀ ଅଭିମୁଖେ ଉଡାଣ ଭରିଥିଲା । ତେବେ ଜରୁରୀ ଅବତରଣ ପରେ ଅସୁସ୍ଥ ମହିଳାଯାତ୍ରୀଙ୍କୁ ମିଶ୍ର ବାନୋଙ୍କୁ ଗୋୟାଲ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ତାଙ୍କର ଚିକିତ୍ସା ପାଇଁ ଏକ ଡାକ୍ତରୀ ଟିମ୍‌ ପ୍ରସ୍ତୁତ ରହିଥିଲେ । ହେଲେ ମହିଳାଙ୍କୁ ବଞ୍ଚାଯାଇ ପାରିବା ସମ୍ଭବପର ହୋଇନଥିଲା । ମହିଳା ଯାତ୍ରୀଜଣଙ୍କ ମୃତ ମହିଳା ଜଣଙ୍କ ଜାମ୍ମୁ କାଶ୍ମୀରର ହାଜରିବାଗ ନିବାସୀ 61 ବର୍ଷିୟା ମିଶ୍ର ବାନୋ ବୋଲି ଜଣାପଡିଛି।

ଆଜି (ମଙ୍ଗଳବାର) ଦିନ ପ୍ରାୟ 10: 45 ରେଟା ସମୟରେ ବିମାନଟି ରାଜସ୍ଥାନ ଆକାଶରେ ଥିବା ବେଳେ ମହିଳା ଯାତ୍ରୀଙ୍କ ଠାରେ କିଛି ସ୍ବାସ୍ଥ୍ୟଗତ ସମସ୍ୟା ଦେଖିବାକୁ ମିଳିଥିଲା । ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିବାର ଆବଶ୍ୟକତା ଅନୁଭବ କରି ଦିଲ୍ଲୀ ପରିବର୍ତ୍ତେ ଯୋଧପୁରରେ ବିମାନକୁ ଜରୁରୀ ଅବତରଣ କରାଯାଇଥିଲା । ପୂର୍ବ ପ୍ରସ୍ତୁତି ଅନୁସାରେ, ଅବତରଣ ପରେ ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ପହଞ୍ଚାଯାଇଥିଲା । ଏୟାରପୋର୍ଟ ଅଥରିଟିଙ୍କ ସୂଚନା ଅନୁସାରେ ହସ୍ପିଟାଲରେ ମଧ୍ୟ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ଡାକ୍ତରୀ ଟିମ୍‌ ପ୍ରସ୍ତୁତ ହୋଇ ରହିଥିଲେ ସୁଦ୍ଧା ଅସୁସ୍ଥ ଯାତ୍ରୀଙ୍କୁ ବଞ୍ଚାଯାଇ ପାରିବା ସମ୍ଭବ ହୋଇପାରିନଥିଲା ।

ଗୋୟଲ ହସ୍ପିଟାଲର ଡାକ୍ତର କହିଛନ୍ତିସ ସମସ୍ତ ପ୍ରସ୍ତୁତି ହୋଇଥିଲା। ହେଲେ ମହିଳା ଯାତ୍ରୀଜଣଙ୍କ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । ପୋଲିସର ସୂଚନାନୁସାରେ ମୃତ ମହିଳାଙ୍କ ସହ ତାଙ୍କ ପୁଅ ମୁଜାଫର ମଧ୍ୟ ଉକ୍ତ ବିମାନରେ ଯାତ୍ରା କରୁଥିଲେ । ଏହି ଘଟଣାରେ ବିମାନ ଯୋଧପୁର ବନ୍ଦର ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଥ୍ୟ ସଂଗ୍ରହ କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.