ETV Bharat / bharat

ନିଦାନ ପୋର୍ଟାଲରେ ମିଳିବ ଡ୍ରଗ୍ସ କାରବାରରେ ଜଡିତ ଅଭିଯୁକ୍ତଙ୍କ ସୂଚନା

author img

By

Published : Oct 23, 2022, 2:08 PM IST

ନିଦାନ ପୋର୍ଟାଲରେ ମିଳିବ ଡ୍ରଗ୍ସ କାରବାରରେ ଜଡିତ ଅଭିଯୁକ୍ତଙ୍କ ସୂଚନା । ଏହି ପୋର୍ଟାଲକୁ ବିକଶିତ କରିଛି ଏନସିବି । ଅଧିକ ପଢନ୍ତୁ

ନିଦାନ ପୋର୍ଟାଲରେ ମିଳିବ ଡ୍ରଗ୍ସ କାରବାରରେ ଜଡିତ ଅଭିଯୁକ୍ତଙ୍କ ସୂଚନା
ନିଦାନ ପୋର୍ଟାଲରେ ମିଳିବ ଡ୍ରଗ୍ସ କାରବାରରେ ଜଡିତ ଅଭିଯୁକ୍ତଙ୍କ ସୂଚନା

ମୁମ୍ବାଇ: ପୋର୍ଟାଲରେ ମିଳିବ ଡ୍ରଗ୍ସ କାରବାରରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ସୂଚନା । ବିଭିନ୍ନ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ଓ ଏହି କାରବାର ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡିତ ବ୍ୟକ୍ତିବିଶେଷଙ୍କ ବିବରଣୀ ପୋର୍ଟଲରେ ଉପଲବ୍ଧ ହେବ । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(NCB) ଦ୍ବାରା ଏହି ପୋର୍ଟାଲକୁ ବିକଶିତ କରାଯାଇଛି । ଏହାର ନାମ 'ନିଦାନ' ରଖିଛି NCB । ଏଥିପାଇଁ ସମସ୍ତ ଅଭିଯୁକ୍ତମାନଙ୍କର ଏକ ଡାଟାବେସ୍ ପ୍ରସ୍ତୁତ କରାଯାଇଛି । ତେବେ ଏହି ପୋର୍ଟାଲ ଦେଶରେ ଚାଲିଥିବା ଡ୍ରଗ ଟ୍ରେଡ୍ ସିଷ୍ଟମ(drug trade system) ବା ନିଶା କାରବାର ବିରୋଧି ଅଭିଯାନର ଏକ ଅଂଶ ଅଟେ ।

ଗତ ଜୁଲାଇ ୩୦ରେ ଗୃହମନ୍ତ୍ରୀ ଅମିତ ଶାହ(Union Home Minister Amit Shah) ଚଣ୍ଡୀଗଡ଼ ଠାରେ ଡ୍ରଗ୍ସ ଚାଲାଣ ଓ ଜାତୀୟ ସୁରକ୍ଷା ଉପରେ ଆୟୋଜିତ ଜାତୀୟ ସମ୍ମିଳନୀରେ ଏହି ଅଭିଯାନ ଆରମ୍ଭ କରିଥିଲେ । ଆସିଜେଏସ(Inter-Operable Criminal Justice System) ଏବଂ ଇ-ଜେଲ( Cloud Based Application)ର ଇନପୁଟ ଦ୍ବାରା ନିଦାନ ପୋର୍ଟାଲ(Nidaan portal)କୁ ଡିଜାଇନ କରାଯାଇଛି । କହିରଖୁଛୁ କି, ଆଇସିଜେଏସ(ICJS) ଏକ ଡାଟାବେସ୍ ଅଟେ, ଯାହାକି ସୁପ୍ରିମକୋର୍ଟଙ୍କ ଇ-କମିଟି ଦ୍ବାରା ପ୍ରସ୍ତୁତ କରାଯାଇଛି ।

ଏନେଇ ଏନସିବିର ଡେପୁଟି ଡାଇରେକ୍ଟର ଜେନେରାଲ ଧ୍ୟାନେଶ୍ବର ସିଂହ କହିଛନ୍ତି, ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ନିଦାନ ପୋର୍ଟାଲ ସହାୟକ ହେବ । ଏହା ତଦନ୍ତକାରୀ ସଂସ୍ଥାଗୁଡିକୁ ସାହାଯ୍ୟ କରିବ । ଏହି ପୋର୍ଟାଲରେ ଡ୍ରଗ୍ସ କାରବାର ସହ ଜଡିତ ଅଭିଯୁକ୍ତଙ୍କ ସର୍ବବୃହତ ଡାଟାବେସ୍ ରହିବ । ଯାହାଫଳରେ ତଦନ୍ତକାରୀ ସଂସ୍ଥାଗୁଡିକ ଅପରାଧ ନିୟନ୍ତ୍ରଣରେ ସଫଳ ହେବେ । ଡ୍ରଗ୍ସ କାରବାରରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡିତ ଲୋକଙ୍କ ବିଷୟରେ ମଧ୍ୟ ଡାଟାବେସରେ ସୂଚନା ଉପଲବ୍ଧ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.