ETV Bharat / bharat

2022 ସୁଦ୍ଧା ବାୟୁସେନାରେ ସାମିଲ ହେବ ସମସ୍ତ 32 ରାଫେଲ ଲଢୁଆ ବିମାନ

author img

By

Published : Jun 19, 2021, 10:33 PM IST

ଭାରତୀୟ ବାୟୁସେନାରେ 2022 ସୁଦ୍ଧା ସାମିଲ ହେବ ସମସ୍ତ 32 ଟି ରାଫେଲ ଲଢୁଆ ବିମାନ। ସୂଚନା ଦେଲେ ବାୟୁସେନା ମୁଖ୍ୟ ଆର କେ ଏସ ଭଦୋରିଆ । ଅଧିକ ପଢନ୍ତୁ...

2022 ସୁଦ୍ଧା ବାୟୁ ସେନାରେ ସାମିଲ ହେବ ସମସ୍ତ 32 ରାଫେଲ ଲଢୁଆ ବିମାନ

ହାଇଦ୍ରାବାଦ: ଭାରତୀୟ ବାୟୁସେନାରେ 2022 ସୁଦ୍ଧା ସାମିଲ ହେବ ସମସ୍ତ 32ଟି ରାଫେଲ ଲଢୁଆ ବିମାନ। ବାୟୁ ସେନା ମୁଖ୍ୟ ଆର.କେ.ଏସ୍ ଭଦୌରିଆ (ଶନିବାର) ଏହି ସୂଚନା ଦେଇଛନ୍ତି । ରାଫେଲ ଇନଡକ୍ସନ୍ ଯୋଜନାକୁ ନେଇ ବାୟୁସେନା( ଆଇଏଏଫ୍) ସମ୍ପୂର୍ଣ୍ଣ ଭାବେ ପୂର୍ବନିର୍ଦ୍ଧାରିତ ଅବଧି ଭାବେ ଲକ୍ଷ୍ୟ ରଖିଥିବା ସେ କହିଛନ୍ତି।ଡୁଣ୍ଡିଗାଲର ବାୟୁସେନା ଏକାଡେମୀରେ ମିଳିତ ଗ୍ରାଜୁଏସନ୍ ପ୍ୟାରେଡ୍ (ସିଜିପି) ସମୀକ୍ଷା କରିବା ପରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ସେ ଏପରି ସ୍ପଷ୍ଟୀକରଣ ରଖିଛନ୍ତି ବାୟୁସେନା ମୁଖ୍ୟ ।

ବାୟୁସେନା ମୁଖ୍ୟ କହିଛନ୍ତି ଗୋଟିଏ କିମ୍ବା ଦୁଇଟି ବିମାନ ବ୍ୟତୀତ, କୋଭିଡ ସମ୍ବନ୍ଧୀୟ ସମସ୍ୟା ହେତୁ ବିମାନ ହସ୍ତାନ୍ତରଣ ପ୍ରକ୍ରିୟା ସାମାନ୍ୟ ବିଳମ୍ବ ହୋଇଛି । କିନ୍ତୁ ବାସ୍ତବରେ କିଛି ବିମାନର ହସ୍ତାନ୍ତରଣ ପ୍ରକ୍ରିୟା ନିର୍ଦ୍ଧାରିତ ସମୟ ଠାରୁ ମଧ୍ୟ ଆଗରେ ଅଛି । ତେଣୁ ବ୍ୟାପକ ଭାବରେ ଆମେ ରାଫାଲ୍ ଇନଡକ୍ସନ୍ ଯୋଜନା ଉପରେ ସଂପୂର୍ଣ୍ଣ ପୂର୍ବ ଯୋଜନା ଆଧାରରେ କାମ ଜାରି ରଖିଛୁ । ସମୟ ଦୃଷ୍ଟିରୁ, ଆମେ ଠିକ୍ ସମୟରେ ନିର୍ଦ୍ଧାରିତ କାର୍ଯ୍ୟ ଶେଷ କରିବାରେ ସକ୍ଷମ ହେବୁ ବୋଲି କହିଛନ୍ତି ବାୟୁସେନା ମୁଖ୍ୟ ।

2016 ରେ ଫ୍ରାନ୍ସ ସହିତ 59,000 କୋଟି ଡଲାରର ବିନିମୟରେ 36 ଟି ରାଫାଲସ ଲଢୁଆ ଜେଟ କ୍ରୟ କରିବା ପାଇଁ ଭାରତ ଓ ଫ୍ରାନ୍ସ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷର ହୋଇଥିଲା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଫେବୃଆରୀରେ କହିଥିଲେ ଯେ ଏପ୍ରିଲ୍ 2022 ସୁଦ୍ଧା ଦେଶରେ ସମସ୍ତ ରାଫେଲ ଯୁଦ୍ଧ ବିମାନ ବାୟୁ ସେନାରେ ସାମିଲ ହେବା ପ୍ରକ୍ରିୟା ଶେଷ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.