ହାଇଦ୍ରାବାଦ: ବିମାନ ସେବା କ୍ଷେତ୍ରରେ ଏବେ ବ୍ୟାପକ ତୃଟି ପରିଲକ୍ଷିତ ହେଉଛି । କେତେବେଳେ ବିମାନ ମଧ୍ୟରେ ଯାତ୍ରୀ ଦୁର୍ବ୍ୟବହାର କଲେଣିତ ଆଉ କେତେବେଳେ ଯାନ୍ତ୍ରୀକ ତୃଟି ଯୋଗୁଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଯାତ୍ରୀ । ନିକଟରେ ଗୋ ଫାଷ୍ଟ ବିମାନ ଯାତ୍ରୀଙ୍କୁ ଛାଡି ଉଡାଣ ଆରମ୍ଭ କରିଥିବା ଖବର ସାମ୍ନାକୁ ଆସିଥିଲା । ଆଉ ଏବେ ଯାତ୍ରୀଙ୍କ ବ୍ୟାଗ ନନେଇ ଇଣ୍ଡିଗୋ ବିମାନ ଉଡାଣ ଭରିଥିବା ଖବର ସାମ୍ନାକୁ ଆସିଛି । ଭୁଲ ବସତଃ ଯାତ୍ରୀଙ୍କ 37ଟି ବ୍ୟାଗ ନନେଇ ହାଇଦ୍ରାବାଦରୁ ବିଶାଖାପାଟଣା ଅଭିମୁଖେ ଗତକାଲି ଇଣ୍ଡିଗୋ ବିମାନ ଉଡାଣ ଆରମ୍ଭ କରିଥିଲା । ଏନେଇ ଏୟାରଲାଇନ୍ସ ପକ୍ଷରୁ ଏକ ବିବୃତ୍ତି ଜାରି କରି ସୂଚନା ଦିଆଯାଇଛି ।
ବିବୃତ୍ତିରେ କୁହାଯାଇଛି ଯେ, ''ହାଇଦ୍ରାବାଦରୁ ବିଶାଖାପାଟଣା ଅଭିମୁଖେ ଯାତ୍ରା କରୁଥିବା 6E 409 ଇଣ୍ଡିଗୋ ବିମାନ ଯାତ୍ରୀଙ୍କ 37 ଟି ବ୍ୟାଗ ଅଜାଣତରେ ଛାଡି ଦେଇଛି । ଯେଉଁ ଯାତ୍ରୀଙ୍କ ବ୍ୟାଗ ହାଇଦ୍ରାବାଦରେ ରହିଯାଇଛି ଖୁବଶୀଘ୍ର ସେମାନଙ୍କ ବ୍ୟାଗ ବିଶାଖାପାଟଣାରେ ପହଞ୍ଚିବ ଓ ଯାତ୍ରୀଙ୍କୁ ଦିଆଯିବ । ଯାତ୍ରୀ ମାନେ ଏପରି ଅସୁବିଧାର ସମ୍ମୁଖୀନ ହୋଇଥିବାରୁ ଆମେ ଦୁଃଖିତ। ''
ଗତ ଜାନୁଆରୀ 10 ତାରିଖରେ ବେଙ୍ଗାଲୁରୁ ବିମାନ ବନ୍ଦରରେ ଯାତ୍ରୀଙ୍କୁ ନନେଇ ଗୋ ଫାଷ୍ଟ ବିମାନ ଉଡାଣ ଆରମ୍ଭ କରିଥିଲା। ବେଙ୍ଗାଲୁରୁରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିବା ଗୋ ଫୋଷ୍ଟ ଏୟାରଲାଇନ୍ସର Flight G8 116 ବିମାନ ବୋର୍ଡିଂ ସୂଚୀରେ ଥିବା 55 ଯାତ୍ରୀଙ୍କୁ ନନେଇ ଦିଲ୍ଲୀ ଅଭିମୁଖେ ଉଡାଣ ଭରିଥିଲା । ଯାହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହେବା ସହ ବେସାମରିକ ବିମାନ ଉଡାଣ ନିର୍ଦ୍ଦେଶାଳୟ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏହାପରେ 55 ଯାତ୍ରୀଙ୍କ ମଧ୍ୟରୁ ଅନ୍ୟ ଏକ ବିମାନରେ 53 ଯାତ୍ରୀଙ୍କୁ ଗନ୍ତବ୍ୟସ୍ଥଳକୁ ପଠାଯାଇଥିଲା ବେଳେ ଅବଶିଷ୍ଟ 2 ଯାତ୍ରୀଙ୍କ ଟିକେଟ ଅର୍ଥରାଶି ଫେରସ୍ତ କରାଯାଇଥିବା ସୂଚନା ମିଳିଥିଲା ।
ଗତ 7 ତାରିଖ ଦିନ ଇଣ୍ଡିଗୋ ବିମାନ ଜରୁରିକାଳୀନ ଅବତରଣ କରିଥିଲା । ଉଡାଣର କିଛି ସମୟ ପରେ ମଝି ଆକାଶରେ ଜଣେ ଯାତ୍ରୀଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଯିବା କାରଣରୁ ରାଜସ୍ଥାନର ଯୋଧପୁର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଜରୁରୀ ଅବତରଣ କରିଥିଲା ଇଣ୍ଡିଗୋ ଏୟାରଲାଇନ୍ସର ଏକ ଅନ୍ତର୍ଜାତୀୟ ବିମାନ । ବିମାନଟି ସାଉଦି ଆରିବରୁ ଦିଲ୍ଲୀ ଅଭିମୁଖେ ଉଡାଣ ଭରିଥିଲା । ତେବେ ଜରୁରୀ ଅବତରଣ ପରେ ଅସୁସ୍ଥ ମହିଳାଯାତ୍ରୀଙ୍କୁ ମିଶ୍ର ବାନୋଙ୍କୁ ଗୋୟାଲ ହସ୍ପିଟାଲକୁ ନିଆଯାଇଥିଲା ।