ETV Bharat / bharat

Vaccination: ୫୮ କୋଟି ଅତିକ୍ରମ କଲା ଟୀକାକରଣ - କୋରୋନା ଟିକା

ଭାରତରେ ୫୮ କୋଟି ଅତିକ୍ରମ କଲା ଟୀକାକରଣ । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ ତରଫରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ....

୫୮ କୋଟି ଅତିକ୍ରମ କଲା ଟୀକାକରଣ
୫୮ କୋଟି ଅତିକ୍ରମ କଲା ଟୀକାକରଣ
author img

By

Published : Aug 23, 2021, 10:09 AM IST

ନୂଆଦିଲ୍ଲୀ: ଭାରତରେ ୫୮ କୋଟି ଅତିକ୍ରମ କଲା ଟୀକାକରଣ । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ ତରଫରୁ ସୂଚନା ଦିଆଯାଇଛି । ଗତ 24 ଘଣ୍ଟା ମଧ୍ୟରେ 52 ଲକ୍ଷ 23 ହଜାର 612 ଟିକା ଦିଆଯାଇଛି । ମୋଟ ଏପର୍ଯ୍ୟନ୍ତ ଦେଶରେ 58 କୋଟି 14 ଲକ୍ଷ 89 ହଜାର 377 ଭ୍ୟାକସିନେସନ କରାଯାଇଛି ।

ଗତ ୨୪ ଘଣ୍ଟାରେ ୩୦ ହଜାର ୯୪୮ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ 403 ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ସକ୍ରିୟ ମାମଲା ବର୍ତ୍ତମାନ 3 ଲକ୍ଷ 53 ହଜାର 398ରେ ପହଞ୍ଚି ସାରିଛି । ଦେଶରେ 1.09 ପ୍ରତିଶତ ସକ୍ରିୟ ମାମଲା ରହିଛି । ଏହାସହ ସକ୍ରିୟ ମାମଲା ଦେଶରେ 1.95 ପ୍ରତିଶତ ହାର ରହିଛି । 38 ହଜାର 487 ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ସୁସ୍ଥ ହାର 97.57 ପ୍ରତିଶତକୁ ବୃଦ୍ଧି ପାଇଛି । ଯାହା ମାର୍ଚ୍ଚ 2020 ଠାରୁ ଅଧିକ ରହିଛି । ପଜିଟିଭ ସଂଖ୍ୟା 3 କୋଟି 24 ଲକ୍ଷ 24 ହଜାର 234କୁ ବୃଦ୍ଧି ପାଇଥିବାବେଳେ ମୋଟ ଆରୋଗ୍ୟଙ୍କ ସଂଖ୍ୟା 3 କୋଟି 16 ଲକ୍ଷ 36 ହଜାର 469 ରହିଛି । ଏବଂ 4 ଲକ୍ଷ 34 ହଜାର 367 ଲୋକଙ୍କ ଜୀବନ ନେଇଛି ମହାମାରୀ ।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ଅନୁଯାୟୀ, ଅଗଷ୍ଟ 21 ପର୍ଯ୍ୟନ୍ତ 50 କୋଟି 62 ଲକ୍ଷ 56 ହଜାର 239 ନମୁନା ପରୀକ୍ଷଣ କରାଯାଇଥିବା ବେଳେ ଶନିବାର 15 ଲକ୍ଷ 85 ହଜାର 681 ନମୁନାକୁ ପରୀକ୍ଷା କରାଯାଇଛି । ଅଗଷ୍ଟ 20 ରେ, ସମଗ୍ର ଭାରତରେ 17,21,205 ନମୁନା ପରୀକ୍ଷା କରାଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.