ETV Bharat / bharat

ସୁଦାନରେ ସେନା-ଅର୍ଦ୍ଧ ସାମରିକ ବାହିନୀ ମଧ୍ୟରେ ସଂଘର୍ଷ, ବଢିଲା ପ୍ରବାସୀ ଭାରତୀୟଙ୍କ ଚିନ୍ତା

ସୁଦାନରେ ସେନା-ଅର୍ଦ୍ଧ ସାମରିକ ବାହିନୀ ମଧ୍ୟରେ ସଂଘର୍ଷ ଜାରି । ବିଭିନ୍ନ ସରକାରୀ ପ୍ରତିଷ୍ଠାନରେ ଗୁଳି ବର୍ଷଣ ସହ ବୋମାମାଡ ଜାରି । ଭାରତୀୟଙ୍କ ସୁରକ୍ଷା ପାଇଁ ସତର୍କତା ନିର୍ଦ୍ଦେଶାବଳୀ ଜାରି କଲା ଦୂତାବାସ । ଅଧିକ ପଢନ୍ତୁ

author img

By

Published : Apr 15, 2023, 4:40 PM IST

ସୁଦାନରେ ସେନା-ଅର୍ଦ୍ଧ ସାମରିକ ବାହିନୀ ମଧ୍ୟରେ ସଂଘର୍ଷ ଜାରି, ବଢିଲା ପ୍ରବାସୀ ଭାରତୀୟଙ୍କ ଚିନ୍ତା

ଖାର୍ତ୍ତୋମ: ମଧ୍ୟ-ଆଫ୍ରିକୀୟ ଦେଶ ସୁଦାନରେ ଦେଶର ସେନା ଓ ଅର୍ଦ୍ଧ ସାମରିକ ବାହିନୀ ମଧ୍ୟରେ ସଂଘର୍ଷ ଦେଖାଦେଇଛି । ରାଜଧାନୀ ଖାର୍ତ୍ତୋମରେ ଉଭୟ ପରସ୍ପର କ୍ୟାମ୍ପ ଓ କାର୍ଯ୍ୟାଳୟ ଉପରେ ପ୍ରବଳ ଆକ୍ରମଣ ଜାରି କରିଛନ୍ତି । ଏହା ବ୍ୟତୀତ ବିଭିନ୍ନ ସରକାରୀ ପ୍ରତିଷ୍ଠାନକୁ ନିୟନ୍ତ୍ରଣକୁ ନେବା ପାଇଁ ଉଭୟ ଫୋର୍ସ ଗୁଳିମାଡ ସହ ବିସ୍ଫୋରଣ ଜାରି ରଖିଛନ୍ତି । ଫଳରେ ସେଠାରେ ଥିବା ପ୍ରବାସୀ ଭାରତୀୟଙ୍କ ସୁରକ୍ଷା ନେଇ ଚିନ୍ତା ପ୍ରକଟ କରିଛି ଭାରତୀୟ ଦୂତାବାସ । ସମସ୍ତ ଭାରତୀୟଙ୍କୁ ସୁରକ୍ଷିତ ରହିବା ସହ ବାହାରକୁ ନବାହାରିବା ପାଇଁ ଭାରତୀୟ ଦୂତାବାସ ପକ୍ଷରୁ ଏକ ଗାଇଡଲାଇନ ମଧ୍ୟ ପ୍ରକାଶ ପାଇଛି ।

  • NOTICE TO ALL INDIANS

    IN VIEW OF REPORTED FIRINGS AND CLASHES, ALL INDIANS ARE ADVISED TO TAKE UTMOST PRECAUTIONS, STAY INDOORS AND STOP VENTURING OUTSIDE WITH IMMEDIATE EFFECT. PLEASE ALSO STAY CALM AND WAIT FOR UPDATES.

    — India in Sudan (@EoI_Khartoum) April 15, 2023 " class="align-text-top noRightClick twitterSection" data=" ">

ସୁଦାନରେ ଅବସ୍ଥାପିତ ଭାରତୀୟ ଦୂତାବାସ ପକ୍ଷରୁ ଜାରି ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି, ରାଜଧାନୀ ସମେତ ଅନ୍ୟ କିଛି ସ୍ଥାନରେ ଗୁଳିଗୋଳା ଓ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି । ଏପରି ସ୍ଥିତିରେ ସମସ୍ତ ଭାରତୀୟ ସତର୍କତା ଅବଲମ୍ବନ କରନ୍ତୁ । ବାହାରେ ବୁଲାବୁଲି ନକରି ଘର ଭିତରେ ରୁହନ୍ତୁ । ଭୟଭୀତ ନହୋଇ ନୀରବ ରହିବା ସହ ଅପଡେଟକୁ ଅପେକ୍ଷା କରନ୍ତୁ ବୋଲି ଦୂତାବାସ ତାର ବିଜ୍ଞପ୍ତିରେ ପ୍ରକାଶ କରିଛି ।

ଗତ ପ୍ରାୟ ଏକ ସପ୍ତାହ ଧରି ଏହି ଉତ୍ତେଜନା ଜାରି ରହିଥିବା ବେଳେ ଆଜି ତାହା ହିଂସାର ରୂପ ଧାରଣ କରିଛି । ପାରାମିଲିଟାରୀ ରାପିଡ୍‌ ସପୋର୍ଟ ଫୋର୍ସ (RSF) କୁ ନିୟମିତ ସେନାରେ ସାମିଲ ନିଷ୍ପତ୍ତିକୁ ବିରୋଧ କରୁଛି ସେନା ।ନେଇ ସେନାମୁଖ୍ୟ ଅବଦ୍ଦଲ ଫତୈ ଅଲ ବୁରହାନ ଓ ପାରାମିଟିଲାରୀ ଫୋର୍ସ ମୁଖ୍ୟ ମହମ୍ମଦ ହାମଡାନଙ୍କ ମଧ୍ୟରେ ତିକ୍ତତା କାରଣରୁ ପରସ୍ପର ଫୋର୍ସ ମୁହାଁମୁହିଁ ହୋଇଛନ୍ତି । RSF ଖାର୍ତ୍ତୋମ ବିମାନ ବନ୍ଦରକୁ ନିଜ କବଜାକୁ ନେଇଥିବା ମଧ୍ୟ ଘୋଷଣା କରିଛି ।

ନ୍ୟୁଜ ଏଜେନ୍ସି AFP ରିପୋର୍ଟ ଅନୁସାରେ, ବିମାନ ବନ୍ଦର ନିକଟ ଓ ସହରର ଅନ୍ୟ କିଛି ଗୁରୁତ୍ବପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟ ନିକଟରେ ପ୍ରବଳ ବିସ୍ଫୋରଣ ଓ ଗୁଳିମାଡ ହୋଇଛି । ଭୟରେ ସାଧାରଣ ଲୋକେ ଜୀବନ ବିକଳରେ ଧାଇଁବାରେ ଲାଗିଥିଲେ । ଏବେ ମଧ୍ୟ ଉତ୍ତେଜନା ଲାଗିରହିଛି । ପରସ୍ପର ବିରୋଧୀ ଉଭୟ ଫୋର୍ସ ସରକାରୀ ପ୍ରତିଷ୍ଠାନଗୁଡିକୁ ଦଖଲ କରିବାକୁ ପ୍ରୟାସ କରୁଛନ୍ତି । ଏପରି ସ୍ଥିତିରେ ରାଜଧାନୀରେ ଅଘୋଷିତ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବା ସହ ସାଧାରଣ ଲୋକଙ୍କ ଜୀବନ ମଧ୍ୟ ବିପନ୍ନ ହୋଇଛି । ଫଳରେ ଭାରତୀୟଙ୍କୁ ସମ୍ପୂର୍ଣ୍ଣ ସତର୍କତା ଅବଲମ୍ବନ କରିବା ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛି ଭାରତୀୟ ଦୂତାବାସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.