ETV Bharat / bharat

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର: IRCTCରେ କାଟିପାରିବେ ଅଧିକ ଅନଲାଇନ ଟିକେଟ୍‌

author img

By

Published : Jun 7, 2022, 1:02 PM IST

ଅନଲାଇନ ଟିକେଟ ବୁକିଂ ସଂଖ୍ୟା ବୃଦ୍ଧି କଲା ଭାରତୀୟ ରେଲବାଇ । IRCTC ମାଧ୍ୟମରେ ଏଣିକି ଅଧିକ ସଂଖ୍ୟକ ଟିକେଟ ଅନଲାଇନ ବୁକିଂ କରିପାରିବେ ରେଳଯାତ୍ରୀ । ଏକ ମାସରେ ଗୋଟିଏ ୟୁଜର ଆଇଡିରେ ଆଧାର ଲିଙ୍କ ନକରି ୧୨ଟି ଟିକେଟ କରିପାରିବେ ବୁକିଂ । ଅଧିକ ପଢନ୍ତୁ

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର: ବଢିଲା ଅନଲାଇନ ଟିକେଟ ବୁକିଂ ସଂଖ୍ୟା

ନୂଆଦିଲ୍ଲୀ: ରେଳଯାତ୍ରୀଙ୍କ ପାଇଁ ଖୁସି ଖବର। ଅନଲାଇନ ଟିକେଟ ବୁକିଂ ସଂଖ୍ୟା ବୃଦ୍ଧି କଲା ରେଲ ବିଭାଗ । IRCTC ମାଧ୍ୟମରେ ଏଣିକି ଅଧିକ ସଂଖ୍ୟକ ଟିକେଟ ଅନଲାଇନ ବୁକିଂ କରିପାରିବେ ରେଳଯାତ୍ରୀ । ଏକ ମାସରେ ଗୋଟିଏ ୟୁଜର ଆଇଡିରେ ଆଧାର ଲିଙ୍କ ନକରି ୧୨ ଟି ଟିକେଟ କରିପାରିବେ । ପୂର୍ବରୁ ବିନା ଆଧାର ଲିଙ୍କରେ ଏକ ମାସରେ ସର୍ବାଧିକ 6 ଟିକେଟ୍ ବୁକିଂର ବ୍ୟବସ୍ଥା ରହିଥିଲା ।

ସେହିପରି ଆଧାର ଲିଙ୍କ ସହ ସଂଯୁକ୍ତ କରି ଏକ ମାସରେ ସର୍ବାଧିକ 12ଟି ଟିକେଟ୍ ବୁକ୍ କରିବାର ବ୍ୟବସ୍ଥା ଥିଲା, ଯାହା ବର୍ତ୍ତମାନ 24କୁ ବୃଦ୍ଧି ହୋଇଛି । ଯାତ୍ରୀମାନଙ୍କ ସୁବିଧା ପାଇଁ ଭାରତୀୟ ରେଳବାଇ ଏହି ନିଷ୍ପତ୍ତି ନେଇଛି । ଏହାପୂର୍ବରୁ ରେଳବାଇ ମଧ୍ୟ ଅନଲାଇନରେ ଟିକେଟ ବୁକିଂ ପଦ୍ଧତିରେ ଏକ ବଡ ପରିବର୍ତ୍ତନ ଆଣିଛି । ବର୍ତ୍ତମାନ ଯାତ୍ରୀମାନଙ୍କ ପାଇଁ ରେଳ ଟିକେଟ ବୁକ୍ କରିବା ପାଇଁ ବହୁତ କମ ସମୟ ଲାଗିବ । ନୂତନ ନିୟମ ଅନୁଯାୟୀ, ଟିକେଟ୍ ବୁକ୍ କରିବା ସମୟରେ ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳ ଏବଂ ଠିକଣା ବିଷୟରେ ସୂଚନା ଦେବାକୁ ପଡିବ ନାହିଁ ।

ଏହା ପୂର୍ବରୁ ଯାତ୍ରୀମାନେ ବୁକିଂ ସମୟରେ ଠିକଣା ଦେବା ପାଇଁ ଦୁଇରୁ ତିନି ମିନିଟରୁ ଅଧିକ ସମୟ ଲାଗୁଥିଲା । କିନ୍ତୁ ବର୍ତ୍ତମାନ ଏଥିରେ ପରିବର୍ତ୍ତନ କରାଯାଇଛି । ବିଶେଷ କରି ତତକାଲରେ ଟିକେଟ ବୁକିଂ କରୁଥିବା ଯାତ୍ରୀମାନେ ରେଳବାଇର ଏହି ନିଷ୍ପତ୍ତିରେ ଅଧିକ ଲାଭବାନ ହେବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.