ETV Bharat / bharat

ଅଧିକ ଶକ୍ତିଶାଳୀ ହେବ ତେଜସ୍, ଲାଗିବ ଆମେରିକା ନିର୍ମିତ JDAM Bombing କିଟ୍ - ହାଲୁକା ବିମାନ ତେଜସ

ଆମେରିକା ନିର୍ମିତ Joint Direct Attack Munition (JDAM) Bombing କିଟ ଦ୍ବାରା ସଜ୍ଜିତ ହେବ ସ୍ବେଦେଶୀ ଲଢୁଆ ବିମାନ ତେଜସ । ପୂର୍ବାପେକ୍ଷା ହେବ ଆହୁରି ଅଧିକ ଶକ୍ତିଶାଳୀ । ଅଧିକ ପଢନ୍ତୁ

ଆମେରିକା ନିର୍ମିତ JDAM କିଟରେ ସଜ୍ଜିତ ହେବ ତେଜସ

author img

By

Published : Mar 29, 2022, 7:17 PM IST

ନୂଆଦିଲ୍ଲୀ: ସ୍ୱଦେଶୀ ନିର୍ମିତ ହାଲୁକା ଲଢୁଆ ବିମାନ (LCA) ତେଜସ୍ ଯୁଦ୍ଧ ବିମାନକୁ ଆମେରିକା ନିର୍ମିତ Joint Direct Attack Munition (JDAM) କିଟ ଦ୍ବାରା ସଜ୍ଜିତ କରି ଦକ୍ଷତା ବୃଦ୍ଧି କରାଯିବ । ଏହି ଅତ୍ୟାଧୁନିକ କିଟ ବିମାନର ମାରକ କ୍ଷମତା ବୃଦ୍ଧି କରିବା ସହ ଲକ୍ଷ୍ୟକୁ ସଠିକତାର ସହ ଭେଦ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ଏହି କିଟ ପାଇଁ ଆମେରିକା ସହ ଭାରତ ଚୁକ୍ତି କରିଥିବା ବାୟୁସନା ପକ୍ଷରୁ ସୂଚନା ମିଳିିଛି ।

ସୂତ୍ରରୁ ପ୍ରକାଶ ଯେ, ଏହି JDAM କିଟ ଦ୍ବାରା ସଜ୍ଜିତ ପ୍ରଥମ ଲଢୁଆ ବିମାନ ହେବାକୁ ଯାଉଛି ସ୍ବଦେଶୀ ନିର୍ମିତ ତେଜସ । ଭାରତୀୟ ଜ୍ଞାନ କୌଶଳରେ ନିର୍ମିତ ବିମାନ ଭବିଷ୍ୟତର ପ୍ରତିରକ୍ଷା ବ୍ୟବସ୍ଥାରେ ଏକ ପ୍ରମୁଖ ସ୍ଥାନ ଗ୍ରହଣ କରିବାକୁ ଯାଉଛି । ଏହି ଆମେରିକା ନିର୍ମିତ ବମିଂ କିଟ (bombing kits) ରେ ବିକଶିତ କରାଯିବା ପରେ ଏହା ଅଧିକ ପ୍ରଭାବଶାଳୀ ଭାବେ ଟାର୍ଗେଟକୁ ଲକ୍ଷ୍ୟକ୍ଷେଦ କରିବା ସହ ନଷ୍ଟ କରିବାର କ୍ଷମତା ରଖିବ।

ହାଲୁକା ଲଢୁଆ ବିମାନ ତେଜସକୁ ହିନ୍ଦୁସ୍ଥାନ ଏରୋନେଟିକ ଲିମିଟେଡ(HAL) ଦ୍ବାରା ନିର୍ମାଣ କରାଯାଇଥିବା ବେଳେ ପର୍ଯ୍ୟାୟ କ୍ରମେ ଏହାର ଏକାଧିକ ବୈଶିଷ୍ଟ ମଧ୍ୟ ବିକଶିତ କରାଯାଇ ସାରିଲାଣି । ଏହି ଅତ୍ୟାଧୁନିକ ହାଲୁକା ଲଢୁଆ ବିମାନ ଆଗକୁ ପ୍ରତିରକ୍ଷା କ୍ଷେତ୍ରରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନେବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.