ETV Bharat / bharat

law on MSP ଆଣିପାରେ ଆର୍ଥିକ ସଙ୍କଟ

author img

By

Published : Nov 23, 2021, 6:34 AM IST

MSP ମୂଲ୍ୟ ବୃଦ୍ଧି ନେଇ ଗ୍ୟାରେଣ୍ଟି ଆସିଲେ ଭାରତୀୟ ଅର୍ଥବ୍ୟବସ୍ଥା ପ୍ରଭାବିତ ହୋଇପାରେ ବୋଲି କହିଲେ ସୁପ୍ରିମକୋର୍ଟଙ୍କ ଦ୍ବାରା ନିଯୁକ୍ତ କମିଟିର ସଦସ୍ୟ ଅନିଲ ଘନଓ୍ବାତ । କୃଷି ଆଇନ ପ୍ରତ୍ୟାହାରକୁ ଦର୍ଶାଇଲେ ଦୁର୍ଭାଗ୍ଯଜନକ । ଅଧିକ ପଢନ୍ତୁ

law on MSP ଆଣିପାରେ ଆର୍ଥିକ ସଙ୍କଟ
law on MSP ଆଣିପାରେ ଆର୍ଥିକ ସଙ୍କଟ

ନୂଆଦିଲ୍ଲୀ: ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (MSP) ଗ୍ୟାରେଣ୍ଟି ନେଇ ଆଇନ ପ୍ରଣୟନ ହେବା ଭାରତୀୟ ଅର୍ଥନୀତି ପାଇଁ ସଙ୍କଟ ଆଣିପାରେ । ଏପରି ମନ୍ତବ୍ୟ ଦେଇଛନ୍ତି ସୁପ୍ରିମକୋର୍ଟଙ୍କ ଦ୍ବାରା ନିଯୁକ୍ତ କମିଟିର ସଦସ୍ୟ ଅନିଲ ଘନଓ୍ବାତ । ଆଜି (ସୋମବାର)ଏପରି ମନ୍ତବ୍ୟ ଦେଇ ଅନିଲ କହିଛନ୍ତି କୃଷକମାନେ MSP ଉପରେ ଆଇନ ପ୍ରଣୟନ ପାଇଁ ଦାବି କରିଆସୁଥିବା ବେଳେ ପ୍ରତିବାଦ ପାଇଁ କୃଷି ଆଇନକୁ ପ୍ରତ୍ୟାହାର (Withdrawal of agricultural law)ନିଷ୍ପତ୍ତି ହୋଇଛି ।

ଘନୱାତ କହିଛନ୍ତି ଯେ ଉଭୟ କେନ୍ଦ୍ର ସରକାର ଏବଂ କୃଷକ ନେତାମାନେ ଚାଷୀର ଆୟ ବୃଦ୍ଧି ପାଇଁ ଅନ୍ୟ କିଛି ପନ୍ଥା ଚିନ୍ତା କରିବା ଉଚିତ । କିନ୍ତୁ MSP ଉପରେ ଏକ ଆଇନ ଆଣିବା ଏହାର ସମାଧାନ ନୁହେଁ । ସେ କହିଛନ୍ତି, ଏପରି ନିୟମ ଆସିଲେ ଏହା ଏକ ସଙ୍କଟ ସଦୃଶ ହେବ । ଏଥିରେ କେବଳ ବ୍ୟବସାୟୀଙ୍କ କ୍ଷତି ହେବ ନାହିଁ ବରଂ ଏହା ସହ ଜଡିତ ଅନ୍ୟ ସମସ୍ତେ ମଧ୍ୟ କ୍ଷତିଗ୍ରସ୍ତ ହେବେ। ଏପରିକି ଖଣିଜ ବଜାର ମଧ୍ୟ ପ୍ରଭାବିତ ହେବାର ଆଶଙ୍କାକୁ ଏଡାଇ ଦିଆଯାଇପାରିବ ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି, ଆମେ MSP ବିରୋଧୀ ନୁହଁ, କିନ୍ତୁ ଖୋଲା କ୍ରୟ ଏକ ଅସୁବିଧା ଅଟେ ।

ବଫର ଷ୍ଟକ୍ ପାଇଁ ଆମକୁ 41 ଲକ୍ଷ ଟନ୍ ଶସ୍ୟ ଆବଶ୍ୟକ ଥିବାବେଳେ 110 ଲକ୍ଷ ଟନ୍ କ୍ରୟ କରାଯାଇଛି । ଯଦି MSP ଆଇନ ପ୍ରସ୍ତୁତ ହୁଏ ତେବେ ସମସ୍ତ କୃଷକ ସେମାନଙ୍କ ଫସଲ ପାଇଁ MSP ଆଧାରିତ ମୂଲ୍ୟ ଦାବି କରିବେ । ଏପରି ହେଲେ ଉଚ୍ଚ ମୂଲ୍ୟରେ କେହି ଫସଲ କ୍ରୟ କରିପାରିବେ ନାହିଁ । ସେତେବେଳେ ଆର୍ଥିକ ସଙ୍କଟ ଦେଖାଯିବା ଆରମ୍ଭ ହେବ । ସେହିପରି ଘନୱାତ ଏହି ତିନୋଟି କୃଷି ଆଇନକୁ ରଦ୍ଦ କରିବା ପଦକ୍ଷେପକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.