ETV Bharat / bharat

ଦେବଦୂତ ସାଜିଲେ ଯବାନ, ରକ୍ଷା କଲେ ଗର୍ଭବତୀଙ୍କ ଜୀବନ

author img

By

Published : Jan 12, 2023, 5:59 PM IST

ଗର୍ଭବତୀଙ୍କ ଜୀବନ ରକ୍ଷା କଲେ ଭାରତୀୟ ସେନାର ଯବାନମାନେ । ଗର୍ଭବତୀ ମହିଳାଙ୍କ ବିପଦପୂର୍ଣ୍ଣ ଅବସ୍ଥା ମଧ୍ୟରେ ଜରୁରୀକାଳୀନ ଉଦ୍ଧାର କରିବା ସହ ମେଡିକାଲରେ ଭର୍ତ୍ତି କରିଛନ୍ତି । ଅଧିକ ପଢନ୍ତୁ

ଦେବଦୂତ ସାଜିଲେ ଯବାନ
ଦେବଦୂତ ସାଜିଲେ ଯବାନ

ଶ୍ରୀନଗର: ପ୍ରବଳ ତୁଷାରପାତ ସମୟରେ ଦେବଦୂତ ସାଜିଲେ ଯବାନ । ଗର୍ଭବତୀଙ୍କ ଜୀବନ ରକ୍ଷା କଲେ ଭାରତୀୟ ସେନାର ଯବାନ । ଗର୍ଭବତୀ ମହିଳାଙ୍କ ବିପଦପୂର୍ଣ୍ଣ ଅବସ୍ଥା ମଧ୍ୟରେ ଜରୁରୀକାଳୀନ ଉଦ୍ଧାର କରିବା ସହ ମେଡିକାଲରେ ଭର୍ତ୍ତି କରିଛନ୍ତି ।

ଗତକାଲି ରାତିରେ(ଜାନୁଆରୀ ୧୧), ଭାରତ ସେନା ଏକ ଗର୍ଭବତୀଙ୍କୁ ବିପଦପୂର୍ଣ୍ଣ ଅବସ୍ଥାରେ ଉଦ୍ଧାର କରିଥିଲେ । କାଲାରୋସ୍ ବ୍ଲକର ସାର୍କୁଲି ଗ୍ରାମରେ ଏପରି ଘଟଣା ଦେଖିବାକୁ ମିଳିଛି । ପ୍ରବଳ ତୁଷାରପାତ ଏବଂ ବିପଦପୂର୍ଣ୍ଣ ରାସ୍ତାରୁ ବଶିର ଅହମ୍ମଦ ମୁଗଲଙ୍କ ପତ୍ନୀ ମରିୟମ ବେଗମ୍କୁ ଉଦ୍ଧାର କରିଥିଲା ସେନା । ଅଚାନକ ଭାବେ ମରିୟମଙ୍କ ପ୍ରସବ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ସ୍ଥାନୀୟ ଅଞ୍ଚଳର ଟ୍ରାଭେଲର୍ସ ଏବଂ ବ୍ୟକ୍ତିଗତ ଯାନ ଥିବା ଲୋକଙ୍କୁ ସହାୟତା ମାଗିଥିଲେ । ମାତ୍ର କିନ୍ତୁ କମ୍‌ ଭିଜିବିଲିଟି ଅବସ୍ଥାରେ ଗାଡିଗୁଡିକ ଖାଇରୁ ଖସିଯିବାର ସମ୍ଭାବନା ଥିବାରୁ କୌଣସି ବ୍ୟକ୍ତି ସହାୟତା କରିପାରିବେନି ବୋଲି ମନା କରିଥିଲେ ।

ଉପାୟ ଶୂନ୍ୟ ହୋଇ ପରିବାରବର୍ଗ ରାତି ୮.୩୦ ସମୟରେ ଭାରତୀୟ ସେନା ପାଖକୁ , ଫୋନ କଲ୍ କରିଥିଲେ । କଲ୍‌ରେ ଗୁରୁତର ଅବସ୍ଥାରେ ଥିବା ଜଣେ ଗର୍ଭବତୀଙ୍କୁ ତୁରନ୍ତ ଉଦ୍ଧାର ଏବଂ ଚିକିତ୍ସା ପାଇଁ ମେଡିକାଲ୍‌ରେ ଭର୍ତ୍ତି କରାଇବାକୁ ଅନୁରୋଧ କରାଯାଇଥିଲା । ପ୍ରବଳ ତୁଷାରପାତ ଯୋଗୁଁ ରାସ୍ତାଗୁଡ଼ିକ ପ୍ରାୟ ସମ୍ପୂର୍ଣ୍ଣ ବନ୍ଦ ସହ ଖସଡ଼ା ସଦୃଶ ରହିଥିଲା । କିନ୍ତୁ ପ୍ରବଳ ତୁଷାରପାତକୁ ଖାତିର ନକରି ଗର୍ଭବତୀଙ୍କୁ ଉଦ୍ଧାର କରିବା ପାଇଁ ସଙ୍ଗେସଙ୍ଗେ ଯବାନ ବାହାରିଥିଲେ ।

ପରିସ୍ଥିତିର ଗୁରୁତ୍ବକୁ ହୃଦୟଙ୍ଗମ କରି ରେସକ୍ୟୁ ଟିମ୍ ଏବଂ କାଲାରୋସ୍‌ର ମେଡିକାଲ ଟିମ୍ ନିଜକୁ ବିପଦରେ ପକାଇ ବଶିର ଅହମ୍ମଦ ମୁଗଲ ପରିବାର ନିକଟରେ ପହଞ୍ଚି ଯାଇଥିଲେ । ରାସ୍ତାରେ ପ୍ରବଳ ତୁଷାରପାତ ଏବଂ କମ୍ ଭିଜିବିଲିଟି ସତ୍ତ୍ବେ ଉଦ୍ଧାରକାରୀ ଦଳ ଠିକ୍ ସମୟରେ ପହଞ୍ଚିଥିଲେ ଏବଂ ଗର୍ଭବତୀଙ୍କୁ ଯତ୍ନର ସହ ଏବଂ ନିରାପଦରେ କାଲାରୋସ ମେଡିକାଲର ପ୍ରସୂତୀରେ ଭର୍ତ୍ତି କରିଛନ୍ତି । ବିଭାଗରେ ଥିବା ମେଡିକାଲ୍ କର୍ମଚାରୀମାନେ ମରିୟମଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇଥିଲେ ।

ବଶିର ଅହମ୍ମଦ ମୁଗଲଙ୍କ ପରିବାର ଏବଂ ଡାକ୍ତରମାନେ ସେନାକୁ ତାର ନିର୍ଭିକତା କାର୍ଯ୍ୟ ଏବଂ ସମୟାନୁବର୍ତ୍ତିତ ସହାୟତା ପାଇଁ କୃତଜ୍ଞତା ଜଣାଇଛନ୍ତି । ସେନାର ଏହି ଦୁଃସାହାସିକତା ପାଇଁ ମା ଏବଂ ଶିଶୁଙ୍କ ଜୀବନ ରକ୍ଷା ପାଇଛି ବୋଲି ଚିକିତ୍ସା ଦାୟିତ୍ବରେ ଥିବା ଡାକ୍ତର କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.