ETV Bharat / bharat

ଆରମ୍ଭ ହେଲା 'ନର୍ଥ ଟେକ୍ ସିମ୍ପୋସିୟମ 2023', ପ୍ରଦର୍ଶିତ ହେବ ସ୍ବଦେଶୀ ମିଲିଟାରୀ ଉପକରଣ - ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ

ଜାମ୍ମୁ-କାଶ୍ମୀର IIT ପରିସରରେ ଆରମ୍ଭ ହୋଇଯାଇଛି ଭାରତୀୟ ସେନାମାନଙ୍କ ଦ୍ୱାରା ଆୟୋଜିତ "ନର୍ଥ ଟେକ୍ ପ୍ରଦର୍ଶନୀ 2023" । ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ସ୍ୱଦେଶୀ ଟେକ୍ନୋଲୋଜୀରେ ନିର୍ମିତ ମିଲିଟାରୀ ଉପକରଣର ଶକ୍ତି ପ୍ରଦର୍ଶନ ହେଉଛି । ଅଧିକ ପଢ଼ନ୍ତୁ

Indian army North Tech Symposium 2023 in jammu kashmir

author img

By ETV Bharat Odisha Team

Published : Sep 11, 2023, 12:51 PM IST

ଶ୍ରୀନଗର: ଜାମ୍ମୁ-କାଶ୍ମୀର IIT ପରିସରରେ ଆରମ୍ଭ ହୋଇଯାଇଛି ଭାରତୀୟ ସେନାମାନଙ୍କ ଦ୍ୱାରା ଆୟୋଜିତ "ନର୍ଥ ଟେକ୍ ପ୍ରଦର୍ଶନୀ 2023" । ଲେଫ୍ଟନାଣ୍ଟ୍‌ ଗଭର୍ଣ୍ଣର ମନୋଜ ସିହ୍ନା ଏହି ସମ୍ମିଳନୀକୁ ଉଦଘାଟନ କରିବେ । ଭାରତୀୟ ସେନା, ଏକାଡେମୀ ଓ କାରଖାନା ମଧ୍ୟରେ ସମନ୍ୱୟ ରକ୍ଷା କରିବା ସହ ପରସ୍ପର ସହଭାଗିତାରେ କାର୍ଯ୍ୟ କରିବା ଉଦ୍ଦେଶ୍ୟରେ ବରିଷ୍ଠ ସେନା ଅଧିକାରୀମାନଙ୍କ ମିଳିତ ସହଯୋଗରେ ଆୟୋଜିତ ହୋଇଛି ଏହି କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ସେପ୍ଚେମ୍ୱର 11ରୁ ଆରମ୍ଭ ହୋଇ ସେପ୍ଟେମ୍ୱର 13 ପର୍ଯ୍ୟନ୍ତ ଚାଲିବ ।

  • #WATCH | Jammu & Kashmir: The Indian Army’s latest Light Specialist Vehicles (LSVs) were showcased at the North Tech Symposium. The LSVs can be equipped with anti-tank guided missile launchers, medium machine guns, and grenade launchers. It can also be used to rush troops to… pic.twitter.com/RKtkffUIGm

    — ANI (@ANI) September 11, 2023 " class="align-text-top noRightClick twitterSection" data=" ">

ଏଥିରେ ପାଖାପାଖି 200 କମ୍ପାନୀ ଅଂଶଗ୍ରହଣ କରିଛନ୍ତି । ଏହି କମ୍ପାନୀଗୁଡ଼ିକ ନିଜର ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ବିଭିନ୍ନ ମିଲିଟାରୀ ଉପକରଣଗୁଡ଼ିକୁ ପ୍ରଦର୍ଶନ କରିବେ । ଏହି ସାମଗ୍ରୀଗୁଡ଼ିକ ଜାମ୍ମୁ-କାଶ୍ମୀରର ଉତ୍ତର କମାଣ୍ଡର ଚ୍ୟାଲେଞ୍ଜିଂ ଅଞ୍ଚଳରେ ନିୟୋଜନ ପାଇଁ ବିଶେଷ ଭାବେ ନିର୍ମାଣ କରାଯାଇଛି ।

ଏହି କାର୍ଯ୍ୟକ୍ରମ ନେଇ ଉତ୍ତର ସେନା କମାଣ୍ଡର ଲେପ୍ଟନାଣ୍ଟ୍‌ ଜେନେରାଲ ଉପେନ୍ଦ୍ର ଦିଓ୍ୱାଲି କହିଛନ୍ତି, "ନର୍ଥ ଟେକ୍ 2023 ସମ୍ମିଳନୀ ଉତ୍ତର ଏବଂ ପଶ୍ଚିମ ଅଞ୍ଚଳରେ ପରବର୍ତ୍ତୀ ପରୀକ୍ଷଣ ଏବଂ ଅନୁପ୍ରବେଶ ପାଇଁ ଉପଯୁକ୍ତ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ଏବଂ ଉତ୍ପାଦ ଚିହ୍ନଟ ପାଇଁ ବାଟ ଖୋଲିବ । ବିଭିନ୍ନ କମ୍ପାନୀମାନଙ୍କୁ ଏହା ନୂତନ ସୁଯୋଗ ପ୍ରଦାନ କରିବ । ଅତ୍ୟାଧୁନିକ ଓ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ବିଭିନ୍ନ ଜିନିଷ ସେନାରେ ସାମିଲ ହୋଇପାରିବ । ଆତ୍ମନିର୍ଭର ଭାରତକୁ ଆଉ ଏକ ପରିଚୟ ପ୍ରଦାନ କରିବ ଏହି କାର୍ଯ୍ୟକ୍ରମ ।"

ଏହାମଧ୍ୟ ପଢନ୍ତୁ.. ଜମ୍ମୁ-କାଶ୍ମୀରରେ ଯବାନଙ୍କ ହାତରେ ରାକ୍ଷୀ ବାନ୍ଧିଲେ ସ୍କୁଲ ଛାତ୍ରୀ

ଆଉ ମଧ୍ୟ ଏହି ସମ୍ମିଳନୀରେ ଉନ୍ନତମାନର ଲାଇଟ ସ୍ପେଶାଲିଷ୍ଟ ଯାନ(LSV) ପ୍ରଦର୍ଶନ କରାଯାଇଛି । ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି ଏଲଏସ୍‌ଭିରେ ରହିଛି ମିଶାଇଲ ଲଞ୍ଚର, ମଧ୍ୟମ ଧରଣର ମେସିନ ଗନ୍ ଓ ଗ୍ରେନେଡ୍‌ ଲଞ୍ଚର । ଅସ୍ତ୍ରଶସ୍ତ୍ର ଓ ଖାଦ୍ୟ ସାମଗ୍ରୀକୁ ତୁରନ୍ତ ସେନାଙ୍କ ନିକଟରେ ପହଞ୍ଚାଇବା କାର୍ଯ୍ୟ ମଧ୍ୟ ଏହି ଏଲ୍‌ଏସ୍‌ଭି କରିପାରିବ ।

ଏହି କାର୍ଯ୍ୟକ୍ରମରେ ଜାମ୍ମୁ-କାଶ୍ମୀରର ଲେପ୍ଟନାଣ୍ଟ୍‌ ଗଭର୍ଣ୍ଣର ମନୋଜ ସିହ୍ନା, ଲଦ୍ଦାଖର ଲେପ୍ଟନାଣ୍ଟ୍‌ ଗଭର୍ଣ୍ଣର ବିଡି ମିଶ୍ର, ମୁଖ୍ୟ ସେନା ଅଧିକାରୀ ବା CDS ଜେନେରାଲ ଅନିଲ ଚୌହାନ, ସେନା ମୁଖ୍ୟ ମନୋଜ ପାଣ୍ଡେ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରମୁଖ ଯୋଗ ଦେବାର ସୂଚନା ରହିଛି ।

ଆସନ୍ତାକାଲି(ମଙ୍ଗଳବାର) ଏହି ସମ୍ମିଳନୀରେ ସାମିଲ ହେବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ରକ୍ଷାମନ୍ତ୍ରୀଙ୍କ ଜମ୍ମୁ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ରାଜରାସ୍ତାରେ ସୁରକ୍ଷାକର୍ମୀମାନଙ୍କୁ ନିୟୋଜିତ କରାଯାଇଛି । ସୀମା ଓ ଘାଟିଗୁଡ଼ିକରେ କଡ଼ାକଡ଼ି ଚେକିଂ କରାଯାଉଛି ।ପ୍ରତିରକ୍ଷା ମନ୍ତ୍ରୀ ପ୍ରଥମେ ରାମଗଡରେ ଏକ ପୋଲର ଶିଳାନ୍ୟାସ କରିବେ । ଏହାପରେ IIT ନଗରୋଟାରେ ଭାରତୀୟ ସେନାମାନଙ୍କ ପକ୍ଷରୁ ଆୟୋଜିତ "ନର୍ଥ ଟେକ୍ ପ୍ରଦର୍ଶନୀ"ରେ ସାମିଲ ହେବେ । ପୋଲିସ ଓ ଅର୍ଦ୍ଧସାମରିକ ବଳଙ୍କୁ ଜରୁରୀସ୍ଥାନ ଗୁଡ଼ିକରେ ନିୟୋଜିତ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.