ETV Bharat / bharat

Miss World America 2021: କ୍ରାଉନ ପିନ୍ଧିଲେ ପ୍ରଥମ ଭାରତୀୟ ବଂଶୋଦ୍ଭବ

author img

By

Published : Oct 6, 2021, 7:07 PM IST

ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବରେ ଶ୍ରୀ ସାଇନି ମିସ୍‌ ୱାର୍ଲଡ ଆମେରିକା ୨୦୨୧ ଟାଇଟଲ ଜିତିଛନ୍ତି । ଅଧିକ ପଢନ୍ତୁ...

Miss World America 2021: କ୍ରାଉନ ପିନ୍ଧିଲେ ପ୍ରଥମ ଭାରତୀୟ ବଂଶୋଦ୍ଭବ
Miss World America 2021: କ୍ରାଉନ ପିନ୍ଧିଲେ ପ୍ରଥମ ଭାରତୀୟ ବଂଶୋଦ୍ଭବ

ୱାଶିଂଟନ: ମିସ୍‌ ୱାର୍ଲଡ ଆମେରିକା ୨୦୨୧ର କ୍ରାଉନ ପିନ୍ଧିଛନ୍ତି ଶ୍ରୀ ସାଇନି । ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବରେ ଶ୍ରୀ ସାଇନି ମିସ୍‌ ୱାର୍ଲଡ ଆମେରିକା ୨୦୨୧ ଟାଇଟଲ ଜିତିଛନ୍ତି । ଆମେରିକାର ଲସ ଏଞ୍ଜେଲ୍ସରେ ଆୟୋଜିତ ହୋଇଥିଲା ମିସ୍‌ ୱାର୍ଲଡ ଆମେରିକା ୨୦୨୧ ସମାରୋହ ।

ଶ୍ରୀ ସାଇନିଙ୍କୁ କ୍ରାଉନ ପିନ୍ଧାଇଛନ୍ତି ୨୦୧୭ ମିସ ୱାର୍ଲଡ ଡାୟନା ହେଡନ ଓ ୨୦୧୩ ମିସ ୱାର୍ଲଡ କାନାଡା ତାନ୍ୟା ମେମେ । ଏହି ବିୟୁଟି ପେଜେଣ୍ଟକୁ ଜିତିବାରେ ପ୍ରଥମ ଭାରତୀୟ ଆମେରିକୀୟ ହୋଇଛନ୍ତି ଶ୍ରୀ ସାଇନି । ବର୍ତ୍ତମାନ ସାଇନି ଆମେରିକାର ୱାଶିଂଟନରେ ରହୁଥିବାବେଳେ,ଏମଡବ୍ଲ୍ୟୁଏ ନ୍ୟାସନାଲ ବିୟୁଟି ୱିଇଥ୍‌ ଏ ପର୍ପସର ଆମ୍ବାସଡର ଅଛନ୍ତି ।

ହୃଦରୋଗ ସହ ଜଡିତ ଅନେକ ବିଷୟ ଉପରେ କାର୍ଯ୍ୟ କରିଛନ୍ତି । ମାତ୍ର ୧୨ ବର୍ଷ ବୟସରେ ହିଁ ସାଇନିଙ୍କୁ ହୃଦ୍‌ରୋଗ କାରଣରୁ pacemaker ଲଗାଇବାକୁ ପଡିଥିଲା । ଏକ ଦୁର୍ଘଟଣାରେ ମଧ୍ୟ ତାଙ୍କୁ ଗଭୀର ଆଘାତ ଲାଗିଥିଲା । ହେଲେ ସମସ୍ତ ବାଧାବିଘ୍ନ ସତ୍ତ୍ବେ ସଫଳତା ହାସଲ କରିଛନ୍ତି ସାଇନି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.