ନୂଆଦିଲ୍ଲୀ: ନୌସେନା ଦିବସ ଅବସରରେ ଆମେରିକାର କମ୍ପାନୀ ଲକହିଡ୍ ମାର୍ଟିନ ଭାରତକୁ ଦେଇଛି ନିଆରା ଉପହାର । ଶୁକ୍ରବାର ଲକହିଡ୍ ମାର୍ଟିନ MH-60R ଅର୍ଥାତ୍ 'ରୋମିଓ' ହେଲିକପ୍ଟରର ପ୍ରଥମ ଚିତ୍ର ଭାରତକୁ ପ୍ରଦାନ କରିଛି । ତେବେ ଖୁବଶୀଘ୍ର ଏହି ରୋମିଓ ହେଲିକପ୍ଟରଗୁଡ଼ିକ ଭାରତ ଆସି ନୌସେନାରେ ସାମିଲ ହେବ ବୋଲି ବିଶ୍ବାସ କରାଯାଉଛି ।
ଲକହିଡ୍ ମାର୍ଟିନ କମ୍ପାନୀ ରୋମିଓ ହେଲିକପ୍ଟରର ଚିତ୍ର ସହିତ ଏହାର ଟ୍ବିଟର ଆକାଉଣ୍ଟରେ ଲେଖିଛି ଯେ ନୌସେନା ଦିବସ ଅବସରରେ ଆମେ ଗର୍ବର ସହିତ ଭାରତୀୟ ନୌସେନାର ପ୍ରଥମ MH60Rର ଚିତ୍ର ସେୟାର କରୁଛୁ । କମ୍ପାନୀ ଫଟୋରେ ହ୍ୟାସଟ୍ୟାଗ ସହିତ 'ରୋମିଓ ଫର୍ ଇଣ୍ଡିଆ' ଲେଖିଛି ।
ଭାରତ ମହାସାଗର ଓ ଆରବ ସାଗରରେ ଚୀନର ଗତିବିଧି ବୃଦ୍ଧି ସହ ମୁକାବିଲା କରିବା ପାଇଁ ଅଭେଦ୍ୟ ଅସ୍ତ୍ର କ୍ରୟ କରିବା ପ୍ରସ୍ତୁତି ତ୍ବରାନ୍ବିତ କରିଛି ଭାରତ । ଆମେରିକାଠୁ କିଣା ଯାଇଥିବା ଏମଏଚ 60 ଆର(MH 60R) ଅର୍ଥାତ ରୋମିଓ ହେଲିକପ୍ଟର ଯେକୌଣସି ଯୁଦ୍ଧ ଜାହାଜକୁ ନଷ୍ଟ କରିଦେବାରେ ଏକ ଆଜଭଆନ୍ସଡ ଟେକ୍ନୋଲୋଜୀ ଭାବରେ ବେଶ ସକ୍ଷମ । ଭାରତ 24ଟି ରୋମିଓ ହେଲିକପ୍ଟର କିଣିବାକୁ ଚୁକ୍ତି କରିଛି ।