ETV Bharat / bharat

ଯୋଗ ଦିବସରେ ଟୀକାକରଣର ରେକର୍ଡ, ଗୋଟିଏ ଦିନରେ ଲାଗିଲା 75 ଲକ୍ଷ ଭ୍ୟାକ୍ସିନ - ଟୀକାକରଣ ରେକର୍ଡ

ସରକାରଙ୍କ ରିପୋର୍ଟ ଅନୁଯାୟୀ, ଯୋଗ ଦିବସରେ ବର୍ତ୍ତମାନ ସୁଦ୍ଧା 75 ଲକ୍ଷରୁ ଅଧିକ ଡୋଜର ଟିକା ଦିଆଯାଇସାରିଛି । ଦେଶର ନାଗରିକଙ୍କୁ ମାଗଣା ଟିକା ବଣ୍ଟନ କରୁଛନ୍ତି କେନ୍ଦ୍ର ସରକାର । ଅଧିକ ପଢନ୍ତୁ...

ଯୋଗ ଦିବସରେ ଟୀକାକରଣର ରେକର୍ଡ, ଗୋଟିଏ ଦିନରେ ଲାଗିଲା 75 ଲକ୍ଷ ଭ୍ୟାକ୍ସିନ

author img

By

Published : Jun 21, 2021, 8:55 PM IST

ନୂଆଦିଲ୍ଲୀ: ଦେଶରେ ମହାମାରୀ କୋରୋନା ସଂକ୍ରମଣ ଉପରେ ଲଗାମ ଲଗାଇବାକୁ ବଢାଇ ଦିଆଯାଇଛି ଟୀକାକରଣର ଗତି । ଆଉ ପ୍ରଥମ ଦିନରେ ହିଁ ସୃଷ୍ଟି ହୋଇଛି ଟୀକାକରଣର ରେକର୍ଡ ।

ସରକାରଙ୍କ ରିପୋର୍ଟ ଅନୁଯାୟୀ, ବିଶ୍ବ ଯୋଗ ଦିବସରେ ବର୍ତ୍ତମାନସୁଦ୍ଧା 75 ଲକ୍ଷରୁ ଅଧିକ ଡୋଜର ଟିକା ଦିଆଯାଇସାରିଛି । ଦେଶର ନାଗରିକଙ୍କୁ ମାଗଣା ଟିକା ବଣ୍ଟନ କରୁଛନ୍ତି କେନ୍ଦ୍ର ସରକାର ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ପ୍ରଥମ ଦିନରେ ସନ୍ଧ୍ୟା 7ଟା ସୁଦ୍ଧା ପ୍ରାୟ 78.75 ଲକ୍ଷ ଲୋକଙ୍କୁ ଟୀକାକରଣ କରାଯାଇଛି। ମନ୍ତ୍ରଣାଳୟ କହିଛି ଯେ ମଧ୍ୟପ୍ରଦେଶ, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ଗୁଜୁରାଟ ଏବଂ ହରିୟାଣା ଟୀକାକରଣରେ ଆଗରେ ରହିଛନ୍ତି ।

କେନ୍ଦ୍ର ସରକାରଙ୍କ କୋଭିଡ ଟୀକାକରଣର ନୂତନ ନୀତି ଆଜି ଠାରୁ ସମଗ୍ର ଦେଶରେ କାର୍ଯ୍ୟକାରୀ ହୋଇଛି। ନୂତନ ନୀତି ଅନୁଯାୟୀ କେନ୍ଦ୍ର ସରକାର ବର୍ତ୍ତମାନ ଟିକା ଉତ୍ପାଦନକାରୀଙ୍କ ଠାରୁ 75 ପ୍ରତିଶତ ଟିକା କିଣି ରାଜ୍ୟକୁ ମାଗଣାରେ ଦେବେ । ବାକି 25 ପ୍ରତିଶତ ବେସରକାରୀ ଡାକ୍ତରଖାନା ହାତରେ ରହିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିଲେ ଯେ ରାଜ୍ୟ ଗୁଡିକୁ ଟିକା କିଣିବାକୁ ପଡ଼ିବ ନାହିଁ । କେନ୍ଦ୍ର 75 ପ୍ରତିଶତ ଟିକା କ୍ରୟ କରିବ ଏବଂ ଏହାକୁ ମାଗଣାରେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ଯୋଗାଇବ । ତେବେ ବର୍ତ୍ତମାନ ଜାରି ରହିଥିବା ଟୀକାକରଣ କାର୍ଯ୍ୟକ୍ରମ ପାଇଁ CoWin ଆପ୍‌ରେ କରିବାକୁ ପଡିବନି ପଞ୍ଜୀକରଣ ।

ଭାରତରେ ପ୍ରଥମ ଟୀକାକରଣ କାର୍ଯ୍ୟକ୍ରମ 16 ଜାନୁଆରୀରୁ 30 ଏପ୍ରିଲ ପର୍ଯ୍ୟନ୍ତ ଆରମ୍ଭ ହୋଇଥିଲା । ଏହି ସମୟରେ କେନ୍ଦ୍ର ସରକାରଙ୍କ ଟିକା ଉତ୍ପାଦନକାରୀଙ୍କଠାରୁ 100% ଟିକା କ୍ରୟ କରି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ମାଗଣାରେ ଦେଇଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.