ETV Bharat / bharat

Hypersonic Missile: ଆସନ୍ତା 6 ବର୍ଷ ମଧ୍ୟରେ ଭାରତ ପାଇବ ହାଇପରସୋନିକ ମିସାଇଲ

ଆସନ୍ତା 5 ରୁ 6 ବର୍ଷ ମଧ୍ୟରେ ବ୍ରହ୍ମୋସ ଏରୋସ୍ପେସ ନିର୍ମାଣ କରିବ ହାଇପରସେନିକ ମିସାଇଲ । ଜାରି ରହିଛି ଗବେଷଣା । ସୂଚନା ଦେଲେ ବ୍ରହ୍ମୋସ ଏରୋସ୍ପେସ CEO ଅତୁଳ ରାଣେ । ଆସନ୍ତା ବର୍ଷ ସଂସ୍ଥା ପାଳନ କରିବାକୁ ଯାଉଛି ସିଲଭର ଜୁବୁଲି । ଅଧିକ ପଢନ୍ତୁ

author img

By

Published : Jun 13, 2022, 4:29 PM IST

ଆସନ୍ତା 6 ବର୍ଷ ମଧ୍ୟରେ ଭାରତ ପାଇବ ହାଇପରସୋନିକ ମିସାଇଲ

ନୂଆଦିଲ୍ଲୀ: ନିକଟ ଭବିଷ୍ୟତରେ ପ୍ରତିରକ୍ଷା କ୍ଷେତ୍ରରେ ଆଉ ଏକ ବଡ ସଫଳତା ପାଇବ ଭାରତ । ଆଗାମୀ 5 ରୁ 6 ବର୍ଷ ମଧ୍ୟରେ ଭାରତ ଅତ୍ୟାଧୁନିକ ହାଇପରସୋନିକ ମିସାଇଲ ନିର୍ମାଣ କରିବାରେ ସଫଳ ହେବ । ଭାରତ-ଋଷ ମିଳିତ ଉଦ୍ୟମରେ ପ୍ରସ୍ତୁତ ବ୍ରହ୍ମୋସ ‘ଏରୋସ୍ପେସ’ ଏନେଇ ସୂଚନା ଦେଇଛି ।

ସଂସ୍ଥାର CEO ଓ MD ଅତୁଲ ରାଣେ ସୂଚନା ଦେଇ କହିଛନ୍ତି, ଏ ସମ୍ପର୍କିତ ଗବେଷଣା ଜାରି ରହିଛି । ଆଗାମି 5 ରୁ 6 ବର୍ଷ ମଧ୍ୟରେ ବ୍ରହ୍ମୋସ ଏରୋସ୍ପେସ ପ୍ରଥମ ହାଇପରସୋନିକ କ୍ଷେପଣାସ୍ତ୍ର ପ୍ରଣଳୀ ପ୍ରସ୍ତୁତ କରିବାରେ ସଫଳ ହେବ । ସ୍ବଧୀନତାର 75 ବର୍ଷ ପୂର୍ତ୍ତି ଅବସରରେ 1998 ରେ ପ୍ରତିଷ୍ଠା ହୋଇଥିବା ବ୍ରହ୍ମୋସ ଏରୋସ୍ପେସ ଆସନ୍ତା ବର୍ଷ ସିଲିଭର ଜୁବୁଲି (1998-2023) ମଧ୍ୟ ପାଳନ କରିବାକୁ ଯାଉଛି ।

ଭାରତର କ୍ଷେପଣାସ୍ତ୍ର ଗବେଷଣା କ୍ଷେତ୍ରରେ ଅଗ୍ରଣୀ ତଥା ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ସଂସ୍ଥା । ବିଶ୍ବର ଅତ୍ୟାଧୁନିକ, ଶକ୍ତିଶାଳୀ ଓ ଶ୍ରେଷ୍ଠ କ୍ଷେପଣାସ୍ତ୍ର ପ୍ରଣାଳୀ ମଧ୍ୟରୁ ଅନ୍ୟତମ ହେଉଛି ବ୍ରହ୍ମୋସ କ୍ଷେପଣାସ୍ତ୍ର ପ୍ରଣାଳୀ । ଯାହା ଋଷ- ଭାରତ ମିଳିତ ସହଯୋଗରେ ‘ବ୍ରହ୍ମୋସ ଏରୋସ୍ପେସ’ ଗବେଷଣା ଓ ଉତ୍ପାଦନ ଜାରି ରଖିଛି । 2023 ମସିହା ଫେବୃଆରୀ 12 ତାରିଖରେ ସଂସ୍ଥା ତାର ରାଇଜିଂ ଡେ ଅବସରରେ ସିଲଭର ଜୁବୁଲି ବାର୍ଷିକୀ ମଧ୍ୟ ପାଳନ କରିବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.