ETV Bharat / bharat

ପୁଣି ଚିନ୍ତା ବଢାଇଲା କୋରୋନା: ଦିନକରେ 3,998 ମୃତ

ପୁଣି ଲମ୍ଫ ମାରିଲା କୋରୋନା । ଗତ ୨୪ ଘଣ୍ଟା ମଧ୍ୟରେ ୪୨ ହଜାର ୧୫ ଆକ୍ରାନ୍ତ ଚିହ୍ନଟ ହୋଇ ଥିବାବେଳେ ୩ ହଜାର ୯୯୮ ଜଣଙ୍କ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

ପୁଣି ଚିନ୍ତା ବଢାଇଲା କୋରୋନା: ଦିନକରେ 3,998 ମୃତ, 42,015 ସଂକ୍ରମିତ

author img

By

Published : Jul 21, 2021, 10:18 AM IST

ନୂଆଦିଲ୍ଲୀ: ପୁଣି ଚିନ୍ତା ବଢାଇଲା କୋରୋନା । ଗତକାଲି(ମଙ୍ଗଳବାର)ର ଆଶ୍ବସ୍ଥି ପରେ ଆଜି ଆସିଛି ସଂକ୍ରମଣ ଏବଂ ମୃତ୍ୟୁସଂଖ୍ୟାର ଲମ୍ବା ତାଲିକା । ଗତକାଲି ମୃତ୍ୟୁସଂଖ୍ୟା ୩ ଅଙ୍କରେ ଥିବାବେଳେ ଆଜି ଏକାଥରେ ୪ ଅଙ୍କରେ ପହଞ୍ଚିଛି । ଅର୍ଥାତ୍ ୨୪ ଘଣ୍ଟା ମଧ୍ୟରେ ମୃତ୍ୟୁସଂଖ୍ୟା ୩୭୪ ରୁ ଲମ୍ଫ ମାରି ସିଧା ୩ ହଜାର ୯୯୮ ରେ ପହଞ୍ଚିଛି ।

  • " class="align-text-top noRightClick twitterSection" data="">

ସେହିପରି ସଂକ୍ରମଣ ସଂଖ୍ୟା ମଧ୍ୟ ୧୨ହଜାର ବୃଦ୍ଧି ପାଇଛି । ୪ ମାସର ରେକର୍ଡରୁ ସାମାନ୍ୟ ଆଶ୍ବସ୍ଥି ମିଳି ଥିବାବେଳେ ପୁଣି ଆଜି ସଂକ୍ରମଣ ୪୨ ହଜାର ୧୫ ରେ ପହଞ୍ଚିଛି । ସ୍ବାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ ୨୪ ଘଣ୍ଟାରେ ଦେଶରୁ ୩୬ ହଜାର ୯୭୭ କୋରୋନା ଆକ୍ରାନ୍ତ ସୁସ୍ଥହୋଇ ଘରକୁ ଫେରିଛନ୍ତି । ଗତ ଏକ ମାସ ମଧ୍ୟରେ ସଂକ୍ରମଣ ହାର ୨.୨୭ ପ୍ରତିଶତରୁ ବୃଦ୍ଧିପାଇ ୩ ପ୍ରତିଶତରେ ପହଞ୍ଚିଛି ।

ଅନ୍ୟପଟେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୩ କୋଟି ୧୨ ଲକ୍ଷ ୧୬ ହଜାର ୩୩୭ ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୩ କୋଟି ୩ ଲକ୍ଷ ୯୦ ହଜାର ୬୮୭ ସୁସ୍ଥହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ଦେଶର ୪ ଲକ୍ଷ ୭ ହଜାର ୧୭୦ ଜଣ କୋରୋନାରେ ଆକ୍ରାନ୍ତ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ସେହିପରି ମହାମାରୀ କବଳରେ ୪ ଲକ୍ଷ ୧୮ ହଜାର ୪୮୦ ଜଣଙ୍କ ପ୍ରାଣହାନୀ ଘଟିଛି । ଏଯାବତ୍ ମୋଟ ୪୧ କୋଟି ୫୪ ଲକ୍ଷ ୭୨ ହଜାର ୪୫୫ ଜଣଙ୍କ ଟୀକାକରଣ ସରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.