ETV Bharat / bharat

ଦେଶରେ 3 ଲକ୍ଷ ମୁହାଁ ଦୈନିକ ସଂକ୍ରମଣ, 24 ଘଣ୍ଟାରେ ଆଖି ବୁଜିଲେ 1619 ସଂକ୍ରମିତ - କୋରୋନା ସଂକ୍ରମଣ

ଦେଶରେ କୋରୋନା ସ୍ଥିତି ଅଣାୟତ୍ତ ହୋଇପଡିଛି । ଭୟଙ୍କର ଭାବେ ବଢୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ପୁଣି ଦେଶରେ 2 ଲକ୍ଷ ଅଧିକ ସଂକ୍ରମିତ ହୋଇଛନ୍ତି । ଅଧିକ ପଢନ୍ତୁ...

ଦେଶରେ ଦିନକରେ 2 ଲକ୍ଷ 73 ହଜାର 810 ସଂକ୍ରମିତ

author img

By

Published : Apr 19, 2021, 10:05 AM IST

ନୂଆଦିଲ୍ଲୀ: ଦେଶରେ କୋରୋନା ଉଗ୍ର ରୂପ ନେଇଛି । ଗତ 24 ଘଣ୍ଟା ମଧ୍ୟରେ ପୁଣି 2 ଲକ୍ଷ 73 ହଜାର 810 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦିନକରେ ଆଖି ବୁଜିଲେ 1619 ଜଣ କୋରୋନା ଆକ୍ରାନ୍ତ । ଏନେଇ କେନ୍ଦ୍ରସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।

ଆଜିର ରିପୋର୍ଟ ପରେ, ଦେଶରେ ମୋଟ ସଂକ୍ରମିତ ସଂଖ୍ୟା 1 କୋଟି 50 ଲକ୍ଷ 61 ହଜାର 919ରେ ପହଞ୍ଚିଛି । ସେଥିମଧ୍ୟରୁ ସକ୍ରିୟ ମାମଲା 19 ଲକ୍ଷ 29 ହଜାର 329କୁ ଛୁଇଁଛି । ମୃତ୍ୟୁ ସଂଖ୍ୟା 1 ଲକ୍ଷ 78 ହଜାର 769 । ସଂକ୍ରମିତଙ୍କ ମଧ୍ୟରୁ 1 କୋଟି 29 ଲକ୍ଷ 53 ହଜାର 821 ଜଣ ସୁସ୍ଥ ହୋଇସାରିଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.