ETV Bharat / bharat

India Corona: ଦିନକରେ 2528 ନୂଆ ସଂକ୍ରମିତ, ବଢିଲା ମୃତ୍ୟୁ

author img

By

Published : Mar 18, 2022, 9:50 AM IST

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ 2,528 ନୂଆ ସଂକ୍ରମିତ ଚିହ୍ନଟ । ସଂକ୍ରମଣ କମୁଥିଲେ ହେଁ ମୃତ୍ୟୁସଂଖ୍ୟା ଚିନ୍ତାଜନକ । ଅଧିକ ପଢନ୍ତୁ

India Corona: ଦିନକରେ 2528 ନୂଆ ସଂକ୍ରମିତ, ବଢିଲା ମୃତ୍ୟୁ
India Corona: ଦିନକରେ 2528 ନୂଆ ସଂକ୍ରମିତ, ବଢିଲା ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ କ୍ରମଶଃ କମୁଛି ସଂକ୍ରମଣ । ଗତ କିଛି ଦିନ ହେଲା ଦୈନିକ ପଜିଟିଭ ମାମଲା ୩ ହଜାର ତଳେ ରହୁଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ମାତ୍ର 2,528 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି(India reports 2,528 fresh covid cases) । ହେଲେ ଆଜି କୋରୋନା ଜନିତ ମୃତ୍ୟୁସଂଖ୍ୟା ଚିନ୍ତାଜନକ ରହିଛି । ଗତକାଲି(ଗୁରୁବାର) ମୃତକଙ୍କ ସଂଖ୍ୟା ୬୦ ଥିବାବେଳେ ୨୪ ଘଣ୍ଟା ମଧ୍ୟରେ ୧୪୯ ଜଣ ସଂକ୍ରମିତଙ୍କ ମୃତ୍ୟୁ ରେକର୍ଡ ହୋଇଛି । ସେହିପରି ଦିନକରେ 3,997 ଜଣ ସୁସ୍ଥ ହୋଇଛନ୍ତି ।

ବର୍ତ୍ତମାନ ଦେଶରେ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩୦ ହଜାର ତଳକୁ ଖସିଛି । ଆଜିର ନୂତନ ସଂକ୍ରମଣକୁ ମିଶାଇ ଏବେ ମାତ୍ର 29,181ଟି ସକ୍ରିୟ ମାମଲା ରହିଛି । ଦୈନିକ ପଜିଟିଭ ହାର ହ୍ରାସ ପାଇ 0.40% ପ୍ରତିଶତରେ ପହଞ୍ଚିଛି । ଏଯାବତ୍ ଭାରତରେ ମୋଟ 4,24,58,543 ସଂକ୍ରମିତ ସୁସ୍ଥ ହୋଇଛନ୍ତି ଏବଂ 5,16,281 ଜଣଙ୍କ କୋରୋନାରେ ମୃତ୍ୟୁ ଘଟିଛି । ସେହିପରି ସମୁଦାୟ 1,80,97,94,58 କୋଟି ଡୋଜ୍ ଟୀକାକରଣ କରାଯାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.