ETV Bharat / bharat

India Corona: ଦିନକରେ ୧୬୮୬୬ ନୂଆ ସଂକ୍ରମିତ - ଭାରତରେ କୋରୋନା ମାମଲା

ଦେଶରେ କମିଲା ସଂକ୍ରମଣ । ଗତ ୨୪ ଘଣ୍ଟାରେ ୧୬,୮୬୬ ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

India Corona: ଦେଶରେ ତଳମୁହାଁ ମହାମାରୀ, ଦିନକରେ ୧୬୮୬୬  ନୂଆ ସଂକ୍ରମିତ

author img

By

Published : Jul 25, 2022, 10:03 AM IST

ନୂଆଦିଲ୍ଲୀ: ଦେଶରେ ଉପରମୁହାଁ ରହିଛି କୋରେନା ସଂକ୍ରମଣ । ଦିନେ ବଢିଲେ ଦିନେ କମୁଛି । ଗତ କିଛି ଦିନ ଧରି ସଂକ୍ରମଣ ମାମଲା ୨୦ ହଜାର ଉପରେ ରହିଥିବା ବେଳେ ଆଜି(ସୋମବାର) ସଂଖ୍ୟାରେ ହ୍ରାସ ପାଇଛି । ଗତ 24 ଘଣ୍ଟା ମଧ୍ୟରେ ଦେଶବ୍ୟାପୀ ମୋଟ ୧୬,୮୬୬ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି (India Records 16,866fresh Covid Cases) । ଦିନକରେ ୪୧ ଜଣ ଆକ୍ରାନ୍ତ ଆଖି ବୁଜିଥିବା ବେଳେ ୧୮,୧୪୮ ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସୁସ୍ଥସଂଖ୍ୟା ୪,୩୨,୨୮,୬୭୦କୁ ବୃଦ୍ଧି ପାଇଛି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ବର୍ତ୍ତମାନ ଭାରତରେ ସକ୍ରିୟ ମାମଲା ଦେଢ ଲକ୍ଷ ଅତିକ୍ରମ କରିଛି । ଆଜିର ନୂଆ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧,୫୦,୮୭୭କୁ ବୃଦ୍ଧି ପାଇଛି । ଏବେ ସୁଦ୍ଧା ସମୁଦାୟ ୫,୨୬,୦୭୪ ଜଣ କୋରୋନା ସଂକ୍ରମଣ ପ୍ରାଣ ହରାଇଛନ୍ତି । ଦେଶରେ ଦୈନିକ ପଜିଟିଭ ରେଟ ୭.୦୩% ପହଞ୍ଚିଛି । ଦେଶବ୍ୟାପୀ ମୋଟ 200 କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି । ଗତ 24 ଘଣ୍ଟା ମଧ୍ୟରେ କେବଳ ୧୬,୮୨,୩୯୦ ଜଣଙ୍କୁ ଟିକା ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.