ନୂଆଦିଲ୍ଲୀ: ଦେଶରେ ତଳମୁହାଁ କୋରୋନା ଗ୍ରାଫ୍ । ନିୟନ୍ତ୍ରଣରେ ରହିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହେଲେ 16,862 ନୂଆ ସଂକ୍ରମିତ । ସେହିପରି 19,391 ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଗୋଟିଏ ଦିନରେ 379ଟି ମୁଣ୍ଡ ନେଲା ମହାମାରୀ । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ।
ଆଜିର ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମଣ ସଂଖ୍ୟା 3,40,37,592କୁ ବୃଦ୍ଧି ପାଇଛି । ସେହିପରି 19,391 ସଂକ୍ରମିତ ସୁସ୍ଥ ହେବା ପରେ ବର୍ତ୍ତମାନ ଭାରତରେ ସମୁଦାୟ 2,03,678ଟି ସକ୍ରିୟ ମାମଲା ରହିଛି । ଏହି କ୍ରମରେ ସୁସ୍ଥସଂଖ୍ୟା ମଧ୍ୟ 3,33,82,100ରେ ପହଞ୍ଚିଛି । ସଂକ୍ରମଣ କମୁଥିଲେ ହେଁ, କିନ୍ତୁ କୋରୋନା ଜନିତ ମୃତ୍ୟୁରେ ଲାଗୁନି ବ୍ରେକ୍ । ଏବେ ଦେଶର ମୋଟ କୋରୋନା ଜନିତ ମୃତ୍ୟୁସଂଖ୍ୟା 4,51,814 ରହିଛି ।
ଟୀକାକରଣ କ୍ଷେତ୍ରରେ ମାଇଲଖୁଣ୍ଟ ଛୁଇଁବାକୁ ଯାଉଛି ଭାରତ । ଆସନ୍ତା କିଛି ଦିନ ମଧ୍ୟରେ ଦେଶ ୧ ବିଲିୟନ ଟୀକାକରଣର ରେକର୍ଡ କରିବ । ଗତକାଲି ଗୋଟିଏ ଦିନରେ 30,26,483 ଡୋଜ୍ ଟିକା ଦିଆଯାଇଥିବାବେଳେ ଏଯାବତ୍ ମୋଟ ଟୀକାକରଣ 97,14,38,553 ରହିଛି ।
@ANI