ନୂଆଦିଲ୍ଲୀ: ଦେଶର ପୁଣି କଡ ଲେଉଟାଇଲାଣି କୋରୋନା । ଗତ କାଲି ସଂକ୍ରମଣ ମାମଲା ୧୦ ହଜାର ତଳେ ଥିଲା ଆଜି ୧୦ ହଜାର ପାର ହୋଇଛି । ମୃତ୍ୟୁସଂଖ୍ୟା ବି ବଢିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ 10 ହଜାର 549 ନୂଆ ସଂକ୍ରମିତ (India corona cases) ଚିହ୍ନଟ ହୋଇଥିବା ବେଳେ ୪୮୮ ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ଗୋଟିଏ ଦିନରେ ଦେଶରୁ ମୋଟ 9 ହଜାର 868 କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା 3 କୋଟି 45 ଲକ୍ଷ 55 ହଜାର ୪୩୧ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା 4 ଲକ୍ଷ 67 ହଜାର 368 ରେ ପହଞ୍ଚିଛି । ଦେଶରେ ମୋଟ 1 ଲକ୍ଷ 10 ହଜାର 133 ଟି ସକ୍ରିୟ ମାମଲା ରହିଛି ।
@ANI