ETV Bharat / bharat

India Corona: 10 ହଜାର ଡେଇଁଲା ଦୈନିକ ସଂକ୍ରମଣ, 3 ମାସରେ ସର୍ବାଧିକ - ଦୈନିକ ସଂକ୍ରମଣ

ଦେଶରେ କେରୋନାର ଲଙ୍ଗଜମ୍ପ । ୧୦ ହଜାର ଟପିଲା ପଜିଟିଭ ମାମଲା । ଚଳିତବର୍ଷରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ

India Corona
India Corona
author img

By

Published : Apr 13, 2023, 10:22 AM IST

ନୂଆଦିଲ୍ଲୀ: ଦେଶରେ ହୁହୁ ହୋଇ ବଢିଲା ଦୈନିକ ସଂକ୍ରମଣ । ଗତ କିଛି ଦିନ ଧରି ସଂକ୍ରମଣ ମାମଲା ୫ରୁ ୬ ହଜାର ଭିତରେ ରହୁଥିବା ବେଳେ ଆଜି ପୁଣି ଲମ୍ବ ଡିଆଁ ମାରିଛି । ଗୋଟିଏ ଦିନରେ ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ପାର କରିଛି । ଗତ ୨୪ ଘଣ୍ଟାରେ ଦେଶରେ ଦୈନିକ ସଂକ୍ରମଣ ମାମଲା ୧୦ ହଜାର ୧୫୮ ରେକର୍ଡ କରାଯାଇଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଯାହାକି ଚଳିତ ବର୍ଷର ସର୍ବାଧିକ ସଂକ୍ରମଣ । ଦେଶରେ ସଂକ୍ରମଣ ମାମଲା ଦୃତଗତିରେ ବୃଦ୍ଧି ପାଉଥିବାରୁ କେନ୍ଦ୍ର ସରକାରଙ୍କ ଚିନ୍ତାର ବିଷୟ ପାଲଟିଛି ।

ଆଜି ଦେଶରେ ୧୦ ହଜାର ୧୫୮ଜଣ ସଂକ୍ରମିତଙ୍କୁ ମିଶାଇ ଦେଶରେ ଆକ୍ଟିଭ ସଂଖ୍ୟା ୪୪ହଜାର ୯୯୮କୁ ବୃଦ୍ଧି ପାଇଛି । ଗତକାଲି ଏହି ସଂକ୍ରମଣ ମାମଲା ୮ ହଜାର ରହିଥିବା ବେଳେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟର ତଥ୍ୟ ଅନୁସାରେ ଆଜି ୩୦ ପ୍ରତିଶତ ବୃଦ୍ଧି ପାଇଛି । ଆଜି ଯାଏଁ ଦେଶର ମୋଟ ଜନସଂଖ୍ୟାର ୪କୋଟି ୪୨ ଲକ୍ଷ ୧୦ ହଜାର ୧୨୭ଜଣ କୋରୋନା ଆକ୍ରାନ୍ତ ହୋଇସାରିଛନ୍ତି ।

ତେବେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଦୈନିକ ସଂକ୍ରମଣ ହାର ବୃଦ୍ଧି ପାଇ ୪.୪୨ରେ ପହଞ୍ଚିଛି । ମୋଟ ୧୧୨୧୦୧୨୭ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଅନ୍ୟ ସଂକ୍ରମିତମାନେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏଯାବତ ୫୩୧୦୩୫ଜଣଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ହାର ୧.୧୯ ପ୍ରତିଶତ ରହିଛି । ତେବେ ଗତ ୨୪ ଘଣ୍ଟାରେ ୩୨୭ଜଣ କୋରୋନା ଟିକା ନେଇଛନ୍ତି । ମୋଟ ଟିକା ନେଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୨୨୦ କୋଟି ୬୬ ଲକ୍ଷରୁ ଊର୍ଦ୍ଧ୍ବ ରହିଛି ।

ଏହା ମଧ୍ୟ ପଢନ୍ତୁ: Karnataka Assembly Polls: ଦ୍ବିତୀୟ ପ୍ରାର୍ଥୀ ତାଲିକା ଜାରି କଲା ବିଜେପି, କଟିଲା 7 ବିଧାୟକଙ୍କ ଟିକେଟ୍‌

ତେବେ ପ୍ରକାଶଥାଉକି, କୋରୋନା ସଂକ୍ରମଣ ବୃଦ୍ଧି ଚିନ୍ତାର କାରଣ ପାଲଟିଥିବା ବେଳେ ଏକ ଆଶ୍ବସ୍ତିଜନକ ଖବର ସାମ୍ନାକୁ ଆସିଛି । ଭାରତରେ କୋରୋନା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଆଗାମୀ ୧୦ରୁ ୧୨ ଦିନ ପର୍ଯ୍ୟନ୍ତ ରୋଗୀ ସଂଖ୍ୟା ବୃଦ୍ଧି ପାଇ ପୁଣି ହ୍ରାସ ପାଇବ ବୋଲି ଗତକାଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଓମିକ୍ରନର ଉପପ୍ରଜାତି ଏକ୍ସବିବି ୧.୧୬ ଯୋଗୁଁ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଚଳିତ ବର୍ଷ ଫେବୃଆରୀରରେ ଏହି ପ୍ରଜାତିର ମାମଲା ୨୧.୬ ପ୍ରତିଶତ ରହିଥିବା ବେଳେ ମାର୍ଚ୍ଚରେ ଏହା ୩୫.୮କୁ ବୃଦ୍ଧି ପାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.