ETV Bharat / bharat

ଖୁବଶୀଘ୍ର ଚୁକ୍ତିନାମା; ଫିଲିପାଇନ୍ସକୁ ‘ବ୍ରହ୍ମୋସ୍’ ରତ୍ପାନୀ କରିବ ଭାରତ !

author img

By

Published : Nov 12, 2020, 4:17 PM IST

ଆସନ୍ତାବର୍ଷ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫିଲିପାଇନ୍ସ ରାଷ୍ଟ୍ରପତି ରୋଡ୍ରିଗୋ ଡୁଟେର୍ଟଙ୍କ ମଧ୍ୟରେ ହେବାକୁଥିବା ଯୋଜନାବଦ୍ଧ ଶିଖର ସମ୍ମିଳନୀରେ ବ୍ରହ୍ମୋସ୍ କ୍ରୁଜ୍ କ୍ଷେପଣାସ୍ତ୍ର ଉପରେ ଭାରତ ଏବଂ ଫିଲିପାଇନ୍ସ ଏକ ଚୁକ୍ତିନାମା ସ୍ୱାକ୍ଷର କରିପାରନ୍ତି ।

ବ୍ରାହ୍ମୋସ କ୍ଷେପଣାସ୍ତ୍ର
ବ୍ରାହ୍ମୋସ କ୍ଷେପଣାସ୍ତ୍ର

ନୂଆଦିଲ୍ଲୀ: ଭାରତୀୟ ପ୍ରତିରକ୍ଷା କ୍ଷେତ୍ର ପାଇଁ ବଡ ଖବର । ବ୍ରହ୍ମୋସ୍ ରତ୍ପାନୀ କରିବ ଭାରତ । ବିଶ୍ବର ସବୁଠୁ ଶକ୍ତିଶାଳୀ କ୍ରୁଜ୍ ମିଶାଇଲ ଭାବେ ଜଣାଶୁଣା ବ୍ରହ୍ମୋସର ରତ୍ପାନୀ ନେଇ ଆସନ୍ତା ବର୍ଷ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫିଲିପାଇନ୍ସ ରାଷ୍ଟ୍ରପତି ରୋଡ୍ରିଗୋ ଡୁଟେର୍ଟଙ୍କ ମଧ୍ୟରେ ହେବାକୁଥିବା ଯୋଜନାବଦ୍ଧ ଶିଖର ସମ୍ମିଳନୀରେ ଚୁକ୍ତିନାମା ସ୍ବାକ୍ଷର ହୋଇପାରେ ।

ଏହା ଦକ୍ଷିଣ ପୂର୍ବ ଏସୀୟ ଦେଶକୁ ନୂଆଦିଲ୍ଲୀ ଏବଂ ମସ୍କୋ ମିଳିତ ଭାବେ ବିକଶିତ ଅସ୍ତ୍ରଶସ୍ତ୍ର ପାଇଁ ପ୍ରଥମ ଗ୍ରାହକ କରିବ । ଅସ୍ତ୍ରଶସ୍ତ୍ର ଉତ୍ପାଦନ କରୁଥିବା ନୂଆଦିଲ୍ଲୀ ସ୍ଥିତ ଭାରତ-ଋଷର ମିଳିତ ଉଦ୍ୟୋଗ ‘ବ୍ରହ୍ମୋସ ଏରୋସ୍ପେସ’ର ଏକ ଦଳ ଡିସେମ୍ବର ସୁଦ୍ଧା ଫିଲିପାଇନ୍ସ ସେନାର ପ୍ରଥମ ଲ୍ୟାଣ୍ଡ ଆଧାରିତ କ୍ଷେପଣାସ୍ତ୍ର ଯୋଗାଣ ପାଇଁ ଡିଲ୍ କରିବେ । ଏନେଇ ଏହି ଦଳ ମାନିଲା ଗସ୍ତ କରିବେ ।

ବ୍ରହ୍ମୋସ ଏରୋସ୍ପେଶ୍ ଦଳ ସମସ୍ୟାର ସମାଧାନ କରିବେ ବୋଲି ଆଶା କରାଯାଉଛି, ଯାହା ଦ୍ବାରା ଆସନ୍ତା ଶିଖର ସମ୍ମିଳନୀରେ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହୋଇପାରିବ । ଯଦିଓ ମୋଦି ଏବଂ ଡୁଟେର୍ଟଙ୍କ ମଧ୍ୟରେ ଶିଖର ବୈଠକର ତାରିଖ ଚୂଡାନ୍ତ ହୋଇନାହିଁ ତେବେ ଫେବୃଆରୀରେ ଏହି ବୈଠକ ଅନୁଷ୍ଠିତ ହେବ ବୋଲି ଆଶା କରାଯାଉଛି ।

ଏହି ବୈଠକରେ ଭାରତର ସେଣ୍ଟ୍ରାଲ୍ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (ସିଡିଏସକୋ) ଏବଂ ଏହାର ଫିଲିପାଇନ୍ସ ପ୍ରତିପକ୍ଷ ଆଇସିଟି ଏବଂ ବାୟୁ ଅଧିକାର ମଧ୍ୟରେ ସହଯୋଗ ସମେତ ଅନ୍ୟାନ୍ୟ ଚୁକ୍ତିନାମା ମଧ୍ୟ ସ୍ୱାକ୍ଷରିତ ହେବ । ତେବେ ଭାରତ ଏବଂ ଫିଲିପାଇନ୍ସ ପ୍ରଥମେ ପ୍ରତିରକ୍ଷା ସହଯୋଗ ଏବଂ କ୍ରୟ ଚୁକ୍ତି ସ୍ୱାକ୍ଷର କରିବେ ବୋଲି ଆଶା କରାଯାଉଥିଲା, ଯାହା ବ୍ରହ୍ମୋସ ଚୁକ୍ତିରେ ଅନ୍ତର୍ଭୁକ୍ତ ହେବ ।

ଗତ କିଛି ବର୍ଷ ମଧ୍ୟରେ ଥାଇଲ୍ୟାଣ୍ଡ, ଇଣ୍ଡୋନେସିଆ ଏବଂ ଭିଏତନାମ ସମେତ ଭାରତ ଅନେକ ଦେଶ ସହ ବ୍ରାହ୍ମୋସର ସ୍ଥଳ ତଥା ସମୁଦ୍ର ଭିତ୍ତିକ ସଂସ୍କରଣ ବିକ୍ରୟ ପାଇଁ ଆଲୋଚନା କରିଆସୁଛି । ଇଣ୍ଡୋନେସିଆର ଯୁଦ୍ଧ ଜାହାଜରେ କ୍ଷେପଣାସ୍ତ୍ରର ଫିଟ୍ ଆକଳନ କରିବାକୁ 2018 ରେ ଏକ ବ୍ରାହ୍ମୋସ ଦଳ ସୁରବାୟା ସ୍ଥିତ ରାଷ୍ଟ୍ରାୟତ୍ତ ଜାହାଜ କାରଖାନା ପରିଦର୍ଶନ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.