ETV Bharat / bharat

ନେପାଳ-ଭାରତ ମଧ୍ୟରେ ଗଡିବ ରେଳ, ସ୍ବାକ୍ଷରିତ ହେଲା 4 ଚୁକ୍ତି

author img

By

Published : Apr 2, 2022, 5:57 PM IST

ଭାରତ ଗସ୍ତରେ ନେପାଳ ପ୍ରଧାନମନ୍ତ୍ରୀ । ଦୁଇ ଦେଶ ମଧ୍ୟରେ ଗଡିବ ରେଳ । ଅନ୍ୟାନ୍ୟ ପ୍ରସଙ୍ଗରେ ମଧ୍ୟ ସ୍ବାକ୍ଷରିତ ହେଲା 4 ଚୁକ୍ତି । ଦ୍ବିପାକ୍ଷିକ ସମ୍ପର୍କର ଉଦାହରଣ ଦେଲେ ଦୁଇ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

ନେପାଳ-ଭାରତ ମଧ୍ୟରେ ଗଡିବ ରେଳ, ସ୍ବାକ୍ଷରିତ ହେଲା 4 ଯୁକ୍ତି

ନୂଆଦିଲ୍ଲୀ: ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୁର ଦେଉବା ଭାରତ ଗସ୍ତରେ ଆସିଥିବା ଅବସରରେ ଦୁଇ ଦେଶ ମଧ୍ୟରେ ଏକାଧିକ ଦ୍ବିପାକ୍ଷିକ ଚୁକ୍ତି ସ୍ବାକ୍ଷରିତ ହୋଇଛି । ଆଜି ଦୁଇ ଦେଶ ମଧ୍ୟରେ ରେଳ ସେବା ଆରମ୍ଭ ହୋଇଥିବାବେଳେ 4 ଗୁରୁତ୍ବପୂର୍ଣ୍ଣ ଚୁକ୍ତି ମଧ୍ୟ ସାକ୍ଷରିତ ହୋଇଛି । ଉଭୟ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ପ୍ରତିନିଧିସ୍ତରୀୟ ଆଲୋଚନା ପରେ ଏହି ଚୁକ୍ତି ସ୍ବାକ୍ଷରିତ ହୋଇଥିଲା ।

  • म खुशी छु कि भारत र नेपालले स्वास्थ्य क्षेत्रमा मिलेर काम गरिरहेका छन् र नेपालमा स्वास्थ्य पूर्वाधार विस्तार गरिरहेका छन्। pic.twitter.com/9k9EUTTLAx

    — Narendra Modi (@narendramodi) April 2, 2022 " class="align-text-top noRightClick twitterSection" data=" ">

ଅନ୍ତର୍ଜାତୀୟ ସୌର ଶକ୍ତିି ବିନିମୟ ଚୁକ୍ତିନାମା, ଦୁଇ ଦେଶ ମଧ୍ୟରେ ରେଳସବା ଜଡିତ ବୈଷୟିକ ସହାୟତା, ପେଟ୍ରୋଲିୟମ ଉତ୍ପାଦ ଯୋଗାଣ ଏବଂ ନେପାଳ ତୈଳ ନିଗମ ଏବଂ ଭାରତୀୟ ତୈଳ ନିଗମ ମଧ୍ୟରେ ବୈଷୟିକ ଜ୍ଞାନ ବିନିମୟ ପରି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଏହି ଚୁକ୍ତି ସ୍ବାକ୍ଷରିତ କରିଛନ୍ତି ଉଭୟ ଦେଶ ।

  • Held fruitful discussions with PM @SherBDeuba, who has always played a key role in boosting the India-Nepal friendship. We took stock of the full range of bilateral relations including important development projects that will deepen economic as well as cultural linkages. pic.twitter.com/CXIYQ9fbm3

କୁର୍ଥା-ଜୟନଗର ବିଦ୍ୟୁତ୍ ଟ୍ରାନ୍ସମିସନ୍ ଲାଇନ ରେଳ ସେବାକୁ ଆରମ୍ଭ କରାଯାଇଛି । ସେହିପରି ଅନ୍ୟ ଏକ ପଦକ୍ଷେପ ସ୍ବରୂପ ନେପାଳରେ ଭାରତର ରୁପୟେ (RuPay) ପେମେଣ୍ଟ କାର୍ଡ ମଧ୍ୟ ଲଞ୍ଚ କରାଯାଇଛି । ଜୟନଗରରୁ କୁର୍ତ୍ତାକୁ ସଂଯୋଗ ହୋଇଥିବା ରେଳ ଲାଇନ ନେପାଳର ପ୍ରଥମ ଅତ୍ୟାଧୁନିକ ରେଳ ଲାଇନ ହେବାକୁ ଯାଉଛି ।

ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଭାରତ ଏବଂ ନେପାଳ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଅତୁଳନୀୟ ଏବଂ ଏଭଳି ସମ୍ପର୍କ ବିଶ୍ବର ଅନ୍ୟ କେଉଁଠାରେ ଦେଖାଯିବା ପରି ଦୃଶ୍ୟମାନ ହେଉନାହିଁ । ଶାନ୍ତି, ସମୃଦ୍ଧତା ଏବଂ ବିକାଶ ପ୍ରସଙ୍ଗରେ ନେପାଳର ଯାତ୍ରାରେ ଭାରତ ଏକ ପଡୋଶୀ ଭାବେ ଦୃଢ ସାଥୀ ରହିଆସିଛି ଏବଂ ଆଗକୁ ମଧ୍ୟ ସହଯୋଗ ଜାରି ରଖିବ ।

ଅନ୍ୟପକ୍ଷେ ନେପାଳର ପ୍ରଧାନମନ୍ତ୍ରୀ ଦେଉବା କହିଛନ୍ତି ଯେ ଭାରତ ଏବଂ ନେପାଳ ମଧ୍ୟରେ ଦୀର୍ଘକାଳୀନ ବିଶ୍ବସନୀୟ ଗଣତାନ୍ତ୍ରିକ ଏବଂ ସଭ୍ୟତାର ସମ୍ପର୍କ ରହିଆସିଛି । ଯାହା ଦୁଇ ଦେଶ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ସେ ଅବିହିତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ନେପାଳ ଏବଂ କାଶୀ ମଧ୍ୟରେ ଘନିଷ୍ଠ ସମ୍ପର୍କ ବିଷୟରେ ଉଲ୍ଲେଖ କରିଥିବାବେଳେ ପ୍ରଧାନମନ୍ତ୍ରୀ ଦେଓବା ମଧ୍ୟ ପ୍ରସିଦ୍ଧ କାଶୀ ବିଶ୍ବନାଥ ମନ୍ଦିର ପରିଦର୍ଶନ କରିପାରନ୍ତି ବୋଲି ଅନୁମାନ କରାଯାଉଛି ।

2021ରେ ପ୍ରଧାନମନ୍ତ୍ରୀ ହେବା ପରେ ଏହା ଦେଉବାଙ୍କର ପ୍ରଥମ ବୈଦେଶିକ ଗସ୍ତ । ତିନି ଦିନିଆ ଭାରତ ଗସ୍ତରେ ଏକାଧିକ ଦ୍ବିପାକ୍ଷିକ ସମ୍ପର୍କ ଉପରେ ଆଲୋଚନା ଓ ଚୁକ୍ତି ସ୍ବାକ୍ଷରିତ ହୋଇଛି । ଅନ୍ୟପଟେ ଭାରତର ପଡୋଶୀ ଭାବେ ନେପାଳ ସହ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ବର୍ତ୍ତମାନ ପରିସ୍ଥିତିରେ ଭାରତ ପାଇଁ ବେସ ଗୁରୁତ୍ବପୂର୍ଣ୍ଣ ବୋଲି ବିଚାର କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.