ETV Bharat / bharat

କୋରୋନା ବିରୋଧ ଲଢେଇରେ ଭାରତକୁ ସଫଳତା, ସରିଲା ୯୦ କୋଟି ଟୀକାକରଣ

author img

By

Published : Oct 2, 2021, 5:23 PM IST

ଟୀକାକରଣରେ ଭାରତକୁ ସଫଳତା । ଆଜି(ଶନିବାର) ଦେଶ ୯୦ କୋଟି ଟୀକାକରଣର ଲକ୍ଷ୍ୟକୁ ପୂର୍ଣ୍ଣ କରିଛି । ଅଧିକ ପଢନ୍ତୁ....

କୋରୋନା ବିରୋଧ ଲଢେଇରେ ଭାରତକୁ ସଫଳତା, ସରିଲା ୯୦ କୋଟି ଟୀକାକରଣ
କୋରୋନା ବିରୋଧ ଲଢେଇରେ ଭାରତକୁ ସଫଳତା, ସରିଲା ୯୦ କୋଟି ଟୀକାକରଣ

ନୂଆଦିଲ୍ଲୀ: କୋରୋନା ମହାମାରୀ ବିରୋଧ ଲଢେଇରେ ଭାରତକୁ ମିଳିଛି ବଡ଼ ସଫଳତା । ସାରା ଦେଶରେ ୯୦ କୋଟି ଟୀକାକରଣ ଶେଷ ହୋଇଥିବାବେଳେ ଗତ ୨୪ ଘଣ୍ଟାରେ ୬୯ ଲକ୍ଷ ୩୩ ହଜାର ୮୩୮ ଲୋକଙ୍କୁ ଟିକା ଦିଆଯାଇଛି । ତେବେ ଏ ସମ୍ପର୍କରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଟ୍ବିଟ କରି ସୂଚନା ଦେଇଛନ୍ତି ।

  • India crosses the landmark of 90 crore #COVID19 vaccinations.

    श्री शास्त्री जी ने 'जय जवान - जय किसान' का नारा दिया था।

    श्रद्धेय अटल जी ने 'जय विज्ञान' जोड़ा

    और PM @NarendraModi जी ने 'जय अनुसंधान' का नारा दिया। आज अनुसंधान का परिणाम यह कोरोना वैक्सीन है।#JaiAnusandhan pic.twitter.com/V1hyi5i6RQ

    — Mansukh Mandaviya (@mansukhmandviya) October 2, 2021 " class="align-text-top noRightClick twitterSection" data=" ">

ଏହି ଟ୍ବିଟରେ ସ୍ବାସ୍ଥ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ଶାସ୍ତ୍ରୀଜୀ 'ଜୟ ଜବାନ, ଜୟ କିଷାନ' ନାରା ଦେଇଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏଥିରେ 'ଜୟ ବିଜ୍ଞାନ' ଯୋଡ଼ିଥିଲେ । ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିରେ 'ଜୟ ଅନୁସନ୍ଧାନ' ଯୋଡ଼ିଛନ୍ତି । ଏହି ଅନୁସନ୍ଧାନର ପରିଣାମ ଆଜି ଦେଖିବାକୁ ମିଳିଛି । ଟୀକାକରଣରେ ଦେଶକୁ ସଫଳତା ମିଳିଛି । ସେପଟେ ଗତ ୨୪ ଘଣ୍ଟାରେ ୨୪ ହଜାର ୩୫୪ ନୂଆ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୨୫ ହଜାର ୪୫୫ ଜଣ ସୁସ୍ଥ ହୋଇଛନ୍ତି ।

୨୩୪ ଜଣଙ୍କର ନୂଆ ମୃତକଙ୍କୁ ମିଶାଇ ଦେଶରେ ମୃତକଙ୍କ ସଂଖ୍ୟା ୪ ଲକ୍ଷ ୪୮ ହଜାର ୫୭୩ରେ ପହଞ୍ଚିଛି । ୨୫ ହଜାର ୪୫୫ ସୁସ୍ଥଙ୍କୁ ମିଶାଇ ମୋଟ ସୁସ୍ଥଙ୍କ ସଂଖ୍ୟା ପହଞ୍ଚିଛି ୩ କୋଟି ୩୦ ଲକ୍ଷ ୬୮ ହଜାର ୫୯୯ରେ । ଦେଶରେ ସକ୍ରିୟ ମାମଲା ୦.୮୧ ପ୍ରତିଶତ ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୫୭ କୋଟି ୧୯ ଲକ୍ଷ ୯୪ ହଜାର ୯୯୦ ଟେଷ୍ଟିଂ ହୋଇଛି । ଗତ ୯୯ ଦିନରେ ପଜିଟିଭ ହାର ୧.୬୮ ରହିଛି, ଯାହାକି ୩ ପ୍ରତିଶତ କମ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.